AFFILIATE MARKETING

https://binomo.com?a=90810425bb57&t=0

Monday, August 4, 2025

ଆଜି ଶ୍ରାବଣର ଶେଷ ସୋମବାର: ଧବଳେଶ୍ୱର ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ

ଜଳ ଲାଗି କଲେ ୬୦ ହଜାରରୁ ଉର୍ଦ୍ଧ୍ଵ କାଉଡ଼ିଆ

ଖୁଣ୍ଟୁଣୀ, ୪/୮(ଦର୍ଶନ ନ୍ୟୁଜ): ପବିତ୍ର ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର ରେ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଶ୍ରୀଶ୍ରୀ ଧବଳେଶ୍ବରଙ୍କ ପୀଠରେ ୬୦ ହଜାରରୁ ଉର୍ଦ୍ଧ୍ୱ କାଉଡିଆ ଓ ଶ୍ରଦ୍ଧାଳୁ ଜଳଲାଗି କରିଛନ୍ତି । ଏଥିପାଇଁ ଗତକାଲି ରବିବାର ଦିନ ତମାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା । କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇ ଅତିରିକ୍ତ ଆରକ୍ଷୀ ନିରୀକ୍ଷକ, ଚୌଦ୍ୱାର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଉମାକାନ୍ତ ନାୟକ, ଆଠଗଡ଼ ଉପଜିଲ୍ଲାପାଳ ପ୍ରହ୍ଲାଦ ନାରାୟଣ ଶର୍ମା, ଦେବୋତ୍ତର ସୁପର ଭାଇଜର ଭବାନୀ ଶାଙ୍କର ପଣ୍ଡା, ଗୁରୁଡ଼ିଝାଟିଆ ଥାନା ଆଇଆଇସି ତପନ କୁମାର ପତ୍ରି, ଖୁଣ୍ଟୁଣୀ ଥାନା ଆଇଆଇସି ରଞ୍ଜନ କୁମାର ପ୍ରଧାନ, ଟାଙ୍ଗି, ତିଗିରିଆ ଓ କିଶନ ନଗର ଥାନା ଅଧିକାରୀ ପ୍ରମୁଖ ୫୦ ଅଫିସର ଓ ୫ ପ୍ଲାଟୁନ ଫୋର୍ସ ସହିତ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ଥିଲେ । ଆଜି ରାତି ୨ଟାରୁ ନୀତିପାଳିଆ ସେବକ ଜୟଦେବ ପତ୍ରି ଓ ତାଙ୍କ ସହଯୋଗୀ ସେବକ ମାନେ ଠାକୁରଙ୍କର ସମସ୍ତ ନୀତିକାନ୍ତି ଶେଷ କରି ରାତି ୩ ଟାରୁ ମନ୍ଦିର ଦ୍ୱାର ଖୋଲିଥିଲେ । ପରେ ପରେ କାଉଡ଼ିଆ ମାନସିକଧାରୀ ମାନେ ଲମ୍ବା ଧାଡ଼ି ରେ ଆସି ଧବଳେଶ୍ୱରଙ୍କ ଠାରେ ଜଳ ଲାଗି କରିଛନ୍ତି । ଆରକ୍ଷୀ ଅଧିକ୍ଷକ ଓ ଉପଜିଲ୍ଲାପାଳ ଗତ ରବି ବାର ରାତିରୁ ପୀଠରେ ଉପସ୍ଥିତ ରହି ବାରିକେଡ, ଆଲୋକୀକରଣ, ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥାର ଟିକନିଖୀ ତଦାରଖ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇ ନଜର ରଖାଯିବା ସହ , ଅଗ୍ନିସର୍ମ, ଓଡ୍ରାଫ ଟିମ ମୃତ୍ତୟନ କରାଯାଇଥିଲା । ମାଜିଷ୍ଟ୍ରେଟ ଭାବେ ଅତିରକ୍ତ ତହସିଲଦାର ସମରେନ୍ଦ୍ର ଭଟ୍ଟ,ଡେପୁଟି କଲେକ୍ଟର କାଜଲ ମଲ୍ଲିକ ଓ ସହକାରୀ ଜିଲ୍ଲାପାଳ ମାନସ ବେହେରା ପ୍ରମୁଖ ପୀଠରେ ଉପସ୍ଥିତ ଥିଲେ ବୋଲି ଆଇଆଇସି ତପନ କୁମାର ପତି କହିଛନ୍ତି । ଦେବୋତ୍ତର ପ୍ରଶାସନ ପକ୍ଷରୁ କଂକ୍ରିଟ ପୋଲ ଠାରୁ ମନ୍ଦିର ବେଢ଼ା ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇ ଭକ୍ତ ମାନଙ୍କୁ ସୁବିଧାରେ ଧାଡି ଦର୍ଶନ କରିବା ନିମନ୍ତେ ବ୍ୟବସ୍ଥା କରା ଯାଇଥିଲା ବୋଲି ପୂଜକ ସମାଜ ସଭାପତି ବିଷ୍ଣୁ ଚରଣ ପତ୍ରୀ ଓ ସମ୍ପାଦକ ନରେନ୍ଦ୍ର ପତ୍ରି କହିଛନ୍ତି । ତେବେ ମୋଟାମୋଟି ଭାବେ ଯାତ୍ରା ଶାନ୍ତି ପୂର୍ଣ୍ଣ ଭାବରେ ଶେଷ ହୋଇଥିବା ଆଠଗଡ ଦେବୋତ୍ତର ପ୍ରଶାସନ ପ୍ରତିକ୍ରିୟା ରେ କହିଛନ୍ତି।

No comments:

COASTAL NEWS

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି...