AFFILIATE MARKETING

https://binomo.com?a=90810425bb57&t=0

Thursday, August 7, 2025

ବଦଳିଲେ ପଟ୍ଟାମୁଣ୍ଡାଇ ASI ଶୈଳେନ୍ଦ୍ର ପଲେଇ

ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର

କେନ୍ଦ୍ରାପଡା, ୭/୮: ପଟ୍ଟାମୁଣ୍ଡାଇରେ ଯୁବତୀ ଆତ୍ମଦାହ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏସଆଇ ଶୈଳେନ୍ଦ୍ର ପଲେଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି କେନ୍ଦ୍ରାପଡ଼ା ଏସପି। ଯୁବତୀଙ୍କ ବାପା ଏସଆଇ ପଲେଇଙ୍କ ନାଁରେ ଅଭିଯୋଗ ଆଣିଥିଲେ। ତାଙ୍କ ଝିଅ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପଲେଇ ବାବୁ ଅଭିଯୋଗ ରଖିନଥିଲେ ଏବଂ ଅତି ହାଲୁକାର ସହ ଘଟଣାକୁ ନେଇଥିଲେ ବୋଲି ଅଭିଯୋଗ କରିଛନ୍ତି। ଯୁବତୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ଗତ କାଲି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଠିଆପଡ଼ା ଗାଁର ଯୁକ୍ତ ୩ ଶେଷ ବର୍ଷର ଜଣେ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ଭାଇରାଲ କରିବା ପାଇଁ ବ୍ଲାକମେଲ କରୁଥିଲେ। ଯାହା ପରେ ସେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ଯୁବତୀଙ୍କ ବାପା ଅଭିଯୋଗ ଆଣିଥିଲେ। ଏହି ଘଟଣା ୮ ମାସ ଧରି ଘଟିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

No comments:

COASTAL NEWS

କାବୁଲ ହସ୍ପିଟାଲ ଉପରେ‌ ଏୟାର ଷ୍ଟ୍ରାଇକ୍, ୪୦୦ ମୃତ୨୫୦ ଆହତ, ଆହୁରି ବଢିପାରେ ମୃତାହତଙ୍କ ସଂଖ୍ୟା

କାବୁଲ ହସ୍ପିଟାଲ ଉପରେ‌ ଏୟାର ଷ୍ଟ୍ରାଇକ୍, ୪୦୦ ମୃତ ୨୫୦ ଆହତ, ଆହୁରି ବଢିପାରେ ମୃତାହତଙ୍କ ସଂଖ୍ୟା କାବୁଲ, ୧୭/୦୩: ଭୟଙ୍କର ଏୟାର ଷ୍ଟ୍ରାଇକ୍। ଥରି ଉଠିଲା ଆଫଗାନିସ୍...