AFFILIATE MARKETING

https://binomo.com?a=90810425bb57&t=0

Saturday, August 23, 2025

ସିନିୟର୍ ଆସିଷ୍ଟାଣ୍ଟ କିଶୋର ସାହାଣୀ ଗିରଫଆୟଠୁ ଅଧିକ ସମ୍ପତ୍ତି ଠୁଳ

ଆୟଠୁ ଅଧିକ ସମ୍ପତ୍ତି ଠୁଳ

କଟକ, ୨୩/୮: କଟକ ସିଟି ହସ୍ପିଟାଲର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋର ସାହାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ଗତ ଶୁକ୍ରବାର କିଶୋର ସାହାଣୀଙ୍କ ସହ ଜଡ଼ିତ ଫାର୍ମ ହାଉସ୍, ଘର ଓ ଅଫିସ୍ ସମେତ ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ସମୟରେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା।

ସେଥିମଧ୍ୟରେ ଜୋବ୍ରା ନୂଆସାହିରେ ୨୫ ଶହ ବର୍ଗଫୁଟ୍‌ର ୩ ମହଲା କୋଠାଘର, ଚୌଦ୍ୱାର ପଳାସିଆରେ ୨.୫ ଏକର ଜମିରେ ବିଲଡିଂ ଓ କୁକୁଡ଼ା ଫାର୍ମ, ଖୋର୍ଦ୍ଧାର ଜଟଣୀ ଓ କଟକ ସହର ଆଖପାଖ ଅଞ୍ଚଳରେ ଥିବା ୧୯ଟି ମୂଲ୍ୟବାନ ପ୍ଲଟ, ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା, ବ୍ୟାଙ୍କ ଡିପୋଜିଟ୍‌ ୫୫ ଲକ୍ଷ ୪୮ ହଜାର ଟଙ୍କା, ଗୋଟିଏ ୪ ଚକିଆ ଓ ୩ଟି ଦୁଇଚକିଆ ଯାନ, ୧୦.୫୭ ଲକ୍ଷ ଟଙ୍କାର ଗୃହସାମଗ୍ରୀ ରହିଛି। ଏହା ସହିତ ୧୩୫ ଗ୍ରାମ୍ ଓଜନର ସୁନା ଗହଣା ମଧ୍ୟ ମିଳିଥିଲା।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...