AFFILIATE MARKETING

https://binomo.com?a=90810425bb57&t=0

Friday, August 29, 2025

ଆଳି ବ୍ଲକ କଳାପାହାଡ଼ ଅଞ୍ଚଳର ଶେଖ ରହେମତୁଲ୍ଲା। ସୁନ୍ଦର କାରୁକାର୍ଯ୍ୟ ତିଆରି କରି ପାଇଛନ୍ତି ଷ୍ଟେଟ୍ ଡିଜାଇନର୍ ଆୱାର୍ଡ, ରାଜ୍ୟ ବାହାରେ ହୋଇଛନ୍ତି ପ୍ରଶଂସିତ

ଆଳି ବ୍ଲକ କଳାପାହାଡ଼ ଅଞ୍ଚଳର ଶେଖ ରହେମତୁଲ୍ଲା। ସୁନ୍ଦର କାରୁକାର୍ଯ୍ୟ ତିଆରି କରି ପାଇଛନ୍ତି ଷ୍ଟେଟ୍ ଡିଜାଇନର୍ ଆୱାର୍ଡ, ରାଜ୍ୟ ବାହାରେ ହୋଇଛନ୍ତି ପ୍ରଶଂସିତ

 ବାଉଁଶରେ ତିଆରି ହୋଇଛି ସୁନ୍ଦର ସୁନ୍ଦର ଘରକରଣା ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ଲାଇଟ୍ ଷ୍ଟାଣ୍ଡ୍, ପେନ୍ ଷ୍ଟାଣ୍ଡ୍ ପରି ଭଳିକି ଭଳି ଘର ସଜାଇବା ସାମଗ୍ରୀ। ଦେଖିଲେ ଲାଖି ଯାଉଛି ଆଖି। ବାଉଁଶରେ ଏଭଳି ସୁନ୍ଦର ହସ୍ତକଳା ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କଳାପାହାଡ଼ ଅଞ୍ଚଳର ଶେଖ ରହେମତୁଲ୍ଲା। ରାଜ୍ୟ ତଥା ରାଜ୍ୟ ବାହାରେ ହାତ ତିଆରି ଉତ୍କୃଷ୍ଟ ବାଉଁଶ ସାମଗ୍ରୀ ହୋଇଛନ୍ତି ଉଚ୍ଚ ପ୍ରଶଂସିତ।

ଶେଖ ରହେମତୁଲ୍ଲା ୨୦୦୦ ମସିହାରୁ କେନ୍ଦ୍ରାପଡ଼ା ସହରରେ ଥିବା ଏକ ବେତ ତିଆରି ସାମଗ୍ରୀ ଦୋକାନରେ ଜିନିଷ ଦେଖି କାମ ଶିଖିବା ପାଇଁ ମନ ବଳାଇଥିଲେ। ଏହାପରେ ଡିଆଇସି ସହ ଯୋଗାଯୋଗ କରି ଟ୍ରେନିଂ ପାଇଁ ଅଗରତାଲ୍ଲା ଯାଇଥିଲେ। ସେଠାରୁ ଫେରିବା ପରେ ସ୍ଥାନୀୟ ଅଞ୍ଚଳରୁ ବାଉଁଶ ସଂଗ୍ରହ କରି ତାକୁ ବ୍ୟବହାର ଉପଯୋଗୀ କରିବା ପର୍ଯ୍ୟନ୍ତ ପାଣିରେ ପକାଇ ସେଥିରୁ ସରୁ ସରୁ ପାତ ବାହାର କରି ଭଳିକି ଭଳି ଜିନିଷ ତିଆରି କରୁଛନ୍ତି। ଚାହିଦା ହରାଇଥିବା ପାରମ୍ପରିକ ଜିନିଷକୁ ପୁଣି ଥରେ ସୁନ୍ଦର ଆକାର ଦେଇ ସେ ଏବେ ରାଜ୍ୟ ବାହାରେ ପ୍ରଶଂସା ସାଉଁଟିଛନ୍ତି। ଷ୍ଟେଟ ଡିଜାଇନର ଆୱାର୍ଡ ପାଇଛନ୍ତି।

ଦିନେ ବାଉଁଶରେ କେବଳ କୁଲା ବାଉଁଶିଆ ତିଆରି ହେଉଥିବା ବେଳେ ଏବେ ରହେମତୁଲ୍ଲା ବାଉଁଶକୁ ବ୍ୟବହାର କରି ବିଭିନ୍ନ ଅତ୍ୟାଧୁନିକ ସାମଗ୍ରୀ ତିଆରି କରୁଛନ୍ତି। ଲାଇଟ୍ ଷ୍ଟାଣ୍ଡ୍, ପେନ୍ ଷ୍ଟାଣ୍ଡ୍ ପରି ଭଳିକି ଭଳି ଘର ସଜାଇବା ସାମଗ୍ରୀ ତିଆରି କରୁଛନ୍ତି। ରହେମତୁଲ୍ଲାଙ୍କ ଦ୍ଵାରା ବାଉଁଶରେ ତିଆରି ଅଳଙ୍କାର ବେଶ ଆକର୍ଷଣୀୟ ଲାଗୁଛି। ସେ ସର୍ବ ଭାରତୀୟ ସ୍ତରରେ ବହୁତ ଲୋକଙ୍କ ସହ କାମ କରି ସାରିଲେଣି। ସେ ଏଯାବତ ୧୦୦ ରୁ ୧୫୦ ଜଣ ଲୋକଙ୍କୁ ଏହି ବାଉଁଶ କାମ ତାଲିମ ଦେଇ ସେମାନଙ୍କୁ ରୋଜଗାରକ୍ଷମ କରାଇଛନ୍ତି। ଆଉ ଏବେ ଆଳି ଅଞ୍ଚଳର ପାଖାପାଖି ୬୦ ଯୁବକ ଯୁବତୀ ପ୍ରତିଦିନ ଏହି କାମ କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ହୋଇଥିବା କାରଣରୁ ଏଠାରେ ମିଠା ବାଉଁଶ ମିଳେ। ରହେମତୁଲ୍ଲାଙ୍କ କହିବା ଅନୁଯାୟୀ, "ଆମ ବାରିରେ ଯେଉଁ ବାଉଁଶ ହେଉଛି ତାକୁ କାଟିକି ଆଣି ପ୍ରୋସେସିଂ କରି ଯେପରିକି ତା ଦେହରେ ପୋକ ଲାଗିବେ ନାହିଁ ତାକୁ ସଜାଡ଼ି ଅଲଗା ଅଲଗା ରଖି କ୍ରାଫ୍ଟ ମେଥଡ ଅନୁସାରେ କାମ କରୁ। ଆଗେ ବାଉଁଶ କାଟି ଆଣି ତାର ପବ(ଗଣ୍ଠି)କୁ ସାଇଜ କରି ପାତିଆ ବାହାର କରାଯାଏ।ବୁଣା କାମ ପାଇଁ ପାତିଆ ବାହାର କରାଯାଏ ଓ ସଲିଡ଼ କାମ ପାଇଁ ସିଜନିଂ କରାଯାଏ। ପାକଳ ବାଉଁଶକୁ ପାଣିରେ ପକାଇ ଅଥବା ରାସାୟନିକ ଦ୍ରଵ୍ୟ ମିଶାଇ ବାଉଁଶକୁ କାମ ପାଇଁ ପ୍ରସ୍ତୁତ କରାଯାଏ। ରହେମତୁଲ୍ଲା ଅନ୍ୟମାନଙ୍କୁ ଟ୍ରେନିଂ ଦେଇ ରୋଜଗାରକ୍ଷମ କରିବା ସହ ନିଜେ ତିଆରି କରୁଥିବା ସାମଗ୍ରୀ ବିକ୍ରୟ କରି କେଉଁ ମାସରେ ୨୫ ହଜାର ତ କେଉଁ ମାସରେ ୪୦ ରୋଜଗାର କରୁଛନ୍ତି। ହାଣ୍ଡିକ୍ରାଫ୍ଟ ଡେପୁଟି ଡାଇରେକ୍ଟର ସନ୍ତୋଷ କୁମାର ମହାନ୍ତି କୁହନ୍ତି ବାଉଁଶ କଳାରେ ସମସ୍ତଙ୍କ ଅପେକ୍ଷା ତାଙ୍କ କଳାରେ ସ୍ୱତନ୍ତ୍ରତା ରହିଛି । ଯାହା ପାଇଁ ତାଙ୍କ ତିଆରି ଜିନିଷର ଅନେକ ଚାହିଦା ରହିଛି। ଆଗକୁ ତାଙ୍କୁ ନେଇ ଏକ ଗ୍ରୁପ ସହ ଟ୍ରେନିଂ ଆରମ୍ଭ ହେବ ବୋଲି କହିଛନ୍ତି। ରହେମତୁଲ୍ଲାଙ୍କୁ ସରକାରୀ ସହାୟତା ମିଳିଲେ ସେ ଆଗକୁ ବଢ଼ି ପାରନ୍ତେ ବୋଲି କହିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...