AFFILIATE MARKETING

https://binomo.com?a=90810425bb57&t=0

Friday, August 22, 2025

ଆଳି ଗାଁ ସାଥୀ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

ଆଳି ଗାଁ ସାଥୀ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

ଆଳି - ଆଳି ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଂଚାୟତର ଗାଁ ସାଥୀ ମାନଙ୍କୁ ନେଇ, ବୁଧବାର ସକାଳ 10 30  ସମୟରେ  - ନିଆଳ ଗ୍ରାମପଂଚାୟତ ଅଫିସ ପରିସରରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l ଏଥିରେ ଆଳି ବ୍ଲକ ର ସମସ୍ତ ଗ୍ରାମରେ ନିଯୁକ୍ତି ପାଇଥିବା ଗ୍ରାମ ସାଥୀ ମାନଙ୍କ ମଧ୍ୟରୁ ବର୍ତ୍ତମାନର ସକ୍ରିୟ କର୍ମୀ ମାନଙ୍କର ଡାଟାବେସ ପ୍ରସ୍ତୁତ କରି ସରକାରଙ୍କ ନିକଟକୁ ପଠାଇବାକୁ ସ୍ଥିର ହୋଇଥିଲା l  ଏଥି ସହିତ ଜିଲ୍ଲା ସଂଗଠନ ଅନୁମୋଦନ କ୍ରମେ -ଆଳି ଗ୍ରାମସାଥୀ ସଂଘର ନୂତନ କର୍ମକର୍ତ୍ତା ନିଯୁକ୍ତି କରାଯାଇ ଥିଲା l ସଭାପତି ଭାବେ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପୃଷ୍ଟି, ସମ୍ପାଦକ ସତ୍ୟବ୍ରତ ପୁଝାରୀ , ସହ ସମ୍ପାଦିକା ସୁଜାତା ପ୍ରଧାନ, ଉପସଭାପତି ଭାବେ ସାଧୁ ଚରଣ ଜେନା, କୋଷାଧକ୍ଷ କନକଲତା ପାତ୍ରଙ୍କୁ ଚୟନ କରାଯାଇ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା l 

ଏହି କାର୍ଯ୍ୟକ୍ରମ ରେ ଆଳି ବ୍ଲକର ଏପିଓ ଓ ନିଆଳ ପଂଚାୟତ ପିଓ ଗୁରୁ ଚରଣ ସାମଲ, ଏଡିଓ ସୁବାଷ ଚନ୍ଦ୍ର ସାହୁ, ଦେସାହି ସରପଞ୍ଚ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବା ସହିତ ଗାଁ ସାଥୀଙ୍କ ଆଭିମୁଖ୍ୟ ଓ ଗାଁ ର ନରେଗା କାର୍ଯ୍ୟକ୍ରମ ପ୍ରତି ଅଧିକ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ l 
କେନ୍ଦ୍ରାପଡ଼ା ମିଳିତ ଗାଁ ସାଥୀ କ୍ରିୟାନୁଷ୍ଠାନ କମିଟି ର ସଭାପତି ଅନିଲ କୁମାର ଜେନା , ସମ୍ପାଦକ ବିଜୟ କୁମାର ବେହେରା ସମସ୍ତ ଗାଁ ସାଥୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ l ସଂଘର ଉପଦେଷ୍ଟା ଶରତ କୁମାର ପାତ୍ର, ଦୋଳଗୋବିନ୍ଦ ମଲିକ ତଥା ଅନ୍ୟ ମେଟ ସଦସ୍ୟ ପ୍ରମୁଖ ଏହାର ପରିଚାଳନା କରିଥିଲେ l

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...