AFFILIATE MARKETING

https://binomo.com?a=90810425bb57&t=0

Tuesday, August 12, 2025

ଅଙ୍ଗଦାନ ପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଲେ ହାଇଟେକର ଶତାଧିକ ବିଦ୍ୟାର୍ଥୀ

ପଥପ୍ରାନ୍ତ ନାଟକ ଦ୍ୱାରା ଜନସଚେତନତା ସୃଷ୍ଟି କଲେ

ଭୁବନେଶ୍ୱର, ୧୧/୮: ଅଙ୍ଗଦାନ ପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଲେ ହାଇଟେକ ମେଡିକାଲ କଲେଜର ଶତାଧିକ ଛାତ୍ରଛାତ୍ରୀ । ଏଥିରେ ହାଇଟେକ ମେଡିକାଲ କଲେଜ, ଡେଣ୍ଟାଲ କଲେଜ, ଫାର୍ମାସୀ କଲେଜ, ଫିଜିଓଥେରାପି କଲେଜ ସହିତ ହାଇଟେକ ଗ୍ରୁପର ଶତାଧିକ ବିଦ୍ୟାର୍ଥୀ ସାମିଲ ହୋଇ ଅଙ୍ଗଦାନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଏହି ଅବସରରେ ଏକ ପଥପ୍ରାନ୍ତ ସଭାର ଆୟୋଜନ ମଧ୍ୟ ହୋଇଥିଲା । ଶୋଭାଯାତ୍ରାଟି ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ହୋଇଥିଲା । ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ପଥଚାରୀଙ୍କୁ ସଚେତନ କରିବା ସହ ସ୍ଥାନେ ସ୍ଥାନେ ପଥପ୍ରାନ୍ତ ନାଟକ ଦ୍ୱାରା ଜନସଚେତନତା ସୃଷ୍ଟି କରିଥିଲେ । କିପରି ଜଣେ ବ୍ୟକ୍ତି ମୃତ୍ୟୁ ପରେ ଶରୀରର ୮ଟି ଅଙ୍ଗ ଦାନ କରି ପାରିବ ଯାହାଦ୍ୱାରା ଅନ୍ୟ ରୋଗୀ ମାନଙ୍କର କେମିତି ଜୀବନ ବଞ୍ଚିପାରିବ ସେ ବିଷୟ଼ରେ ଅତିଥିମାନେ ବୁଝାଇଥିଲେ । ଏହି ମାରାଥନରେ ହାଇଟେକ ଗ୍ରୁପ୍‌ର ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ, ମନସ୍ତତ୍ଵବିଦ ଅମ୍ରିତ ପାଟ୍ଟଯୋଷୀ, ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଶୀତଳ, ଜାତିସଂଘ ଯୁବଗୋଷ୍ଠୀର ପରମାଣୁ ନିରସ୍ତ୍ରୀକରଣ ସଦସ୍ୟ ମୋକ୍ଷା ପାଣିଗ୍ରାହୀ, ହାଇଟେକ୍ ଗ୍ରୁପ୍‌ର ନିର୍ଦ୍ଦେଶକ ଅନୀଲ ପାଣିଗ୍ରାହୀ, ସଂଯୋଜକ ଅଖିଳ ପାଣିଗ୍ରାହୀ, ଦକ୍ଷା ପାଣିଗ୍ରାହୀ, ଅନୁରାଧା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...