AFFILIATE MARKETING

https://binomo.com?a=90810425bb57&t=0

Wednesday, August 20, 2025

ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା!

ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା!

ଅଭିଯୋଗ କରିବାକୁ ଆସି ଆକ୍ରମଣ

ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ, ୨୦/୮: ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବାସଭବନରେ ଜନ ଶୁଣାଣି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରିଥିଲେ। ୩୦ ବର୍ଷ ବୟସର ଏହି ବ୍ୟକ୍ତି କିଛି କାଗଜପତ୍ର ଧରି ଆସିଥିଲେ। ହଠାତ୍ ତାଙ୍କୁ ମାଡ଼ ମାରିଥିଲେ।

ତାଙ୍କୁ ତୁରନ୍ତ ଅଟକ ରଖାଯାଇ ପୋଲିସ ହେପାଜତକୁ ନିଆଯାଇଛି। ସିଭିଲ ଲାଇନ୍ସ ଥାନାରେ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି। ଡିସିପି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରେ ବିଜେପି ଏହି ଘଟଣାକୁ ନିଶ୍ଚିତ କରିଛି, ଦଳର ମୁଖପାତ୍ର ପ୍ରବୀଣ ଶଙ୍କର କହିଛନ୍ତି ଯେ ଶୁଣାଣି ସମୟରେ ରେଖା ଗୁପ୍ତାଙ୍କୁ ଟାର୍ଗେଟ କରାଯାଇଥିଲା।

ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଦେବେନ୍ଦର ଯାଦବ କହିଛନ୍ତି, “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ପୂରା ଦିଲ୍ଲୀର ଦାୟିତ୍ୱରେ ଅଛନ୍ତି, ଏବଂ ମୁଁ ଭାବୁଛି ଯେ ଏପରି ଘଟଣାର ଯେତେ ନିନ୍ଦା କରାଯିବ, ସେତେ କମ୍ ପଡ଼ିବ। କିନ୍ତୁ ଏହି ଘଟଣା ମହିଳାଙ୍କ ସୁରକ୍ଷାକୁ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯଦି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି, ତେବେ ଜଣେ ସାଧାରଣ ପୁରୁଷ କିମ୍ବା ସାଧାରଣ ମହିଳା କିପରି ସୁରକ୍ଷିତ ରହିବେ?”

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...