AFFILIATE MARKETING

https://binomo.com?a=90810425bb57&t=0

Tuesday, August 12, 2025

ଓଡ଼ିଶାରେ ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକ୍‌ଚରିଂ ୟୁନିଟ୍‌

ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ଆଉ ୨ଟି ସେମିକଣ୍ଡକ୍ଟର ୟୁନିଟ୍‌ ପ୍ରତିଷ୍ଠା ହେବ।

କେନ୍ଦ୍ର ମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ, ୧୨/୮: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌ ପ୍ରତିଷ୍ଠା ନେଇ ବଡ଼ ଘୋଷଣା କରିଛନ୍ତି। ଏହାକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ସାରା ଦେଶରେ ୪ଟି ସେମିକଣ୍ଡକ୍ଟର ୟୁନିଟ୍‌ ପାଇଁ ମଞ୍ଜୁରୀ ମିଳିଛି। ୨ଟି ଓଡିଶାରେ ହେବାକୁ ଥିବା ବେଳେ ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ଆଉ ୨ଟି ସେମିକଣ୍ଡକ୍ଟର ୟୁନିଟ୍‌ ପ୍ରତିଷ୍ଠା ହେବ। ନୂଆ ୪ଟି ସେମିକଣ୍ଡକ୍ଟର ୟୁନିଟ୍‌ ପାଇଁ ୪ ହଜାର ୬ ଶହ କୋଟି ଟଙ୍କା ବ୍ୟୟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଓଡିଶାରେ ହେବାକୁ ଥିବା ଦୁଇଟି ସେମିକଣ୍ଡକ୍ଟର ୟୁନିଟ୍ ଭୁବନେଶ୍ବରରେ ହିଁ ପ୍ରତିଷ୍ଠା ହେବ। ତା ମଧ୍ୟରୁ ଗୋଟିଏ ସିଲିକନ୍‌ କାର୍ବାଇଟ୍‌ ସେମିକଣ୍ଡକ୍ଟର ୟୁନିଟ୍‌ ଓ ଅନ୍ୟଟି ଥ୍ରି ଡି ଗ୍ଲାସ୍‌ ସେମିକଣ୍ଡକ୍ଟର ୟୁନିଟ୍‌।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...