AFFILIATE MARKETING

https://binomo.com?a=90810425bb57&t=0

Saturday, August 30, 2025

ସାର ଯୋଗାଣ: ତେଜିଲା ରାଜନୀତି

ଶାସକ-ବିରୋଧୀଙ୍କ ବୟାନ ବାଜି

ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର, ୩୦/୮: ରାଜ୍ୟରେ ସାର ଯୋଗାଣ ଅବ୍ୟବସ୍ଥାକୁ ନେଇ ତୀବ୍ର ହୋଇଛି ରାଜନୀତି। ବଜାରରେ ସାର ମିଳୁନଥିବାରୁ ଚାଷକାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖି ସାର ଅଭାବରୁ କୃଷିକାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି କହିଛନ୍ତି। ତେଣୁ ତୁରନ୍ତ ଓଡ଼ିଶାକୁ ସାର ଯୋଗାଣ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି।

ତେବେ ନବୀନଙ୍କ ଚିଠିକୁ ନେଇ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, “ରାଜ୍ୟରେ ସାରର ଅଭାବ ନାହିଁ, କେଉଁଠି ଅସୁବିଧା ପାଇଁ ନ ପହଞ୍ଚି ଥାଇପାରେ। ନବୀନ ବାବୁ କେବଳ ଚିଠି ଲେଖନ୍ତି। ପୂର୍ବରୁ ଦିଦିଙ୍କୁ ବି ଚିଠି ଲେଖିଥିଲେ। ଫଳ କଣ ହେଲା ସମସ୍ତେ ଜାଣିଛନ୍ତି ବୋଲି ସମାଲୋଚନା କରି କହିଛନ୍ତି।

ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ସାର ଉପରେ କହିବାକୁ ନବୀନଙ୍କ ନୈତିକତା ନାହିଁ। BJD ସରକାର ବର୍ଷ ବର୍ଷ ଧରି ୟୁରିଆ ଦେଇ ପାରୁନଥିଲେ। ଯାହାକୁ ନେଇ ବିଭନ୍ନ ସମୟରେ ରାସ୍ତାରୋକ ଏବଂ ହୋହାଲ୍ଲା ହେଉଥିଲା। ହଜାର ହଜାର ଟଙ୍କାର ସାର ଦୁର୍ନୀତି ଅଭିଯୋଗ ଆସିଥିଲା। ସାର ଯୋଗାଇଦେବାକୁ ସରକାର ସବୁ ବ୍ୟବସ୍ଥା କରୁଛନ୍ତି।

ଅନ୍ୟପଟେ ସାର ଯୋଗାଣ ଅବ୍ୟବସ୍ଥାକୁ ନେଇ ପିସିସି ସଭାପତି ଭକ୍ତ ଦାସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସାର ଆଣିବା ଓ ପହଞ୍ଚାଇବାରେ କେନ୍ଦ୍ର ସରକାର ବଡ଼ ଘୋଟଲା କରିଛନ୍ତି। ସେଥିପାଇଁ ରାଜ୍ୟରେ ଏବେ ସାରର ଅଭାବୀ ବିକ୍ରି ଦେଖାଯାଉଛି। ଚାଷୀମାନଙ୍କ କଷ୍ଟ ବୁଝିବାରେ ବିଫଳ କେନ୍ଦ୍ର ଏବଂ ରାଜ୍ୟ ସରକାର। ରାଜ୍ୟରେ ସରକାର ଅଛି କି ନାହିଁ ଜଣାନାହିଁ, ସୁଶାସନ ଉତ୍ସବ ମନାଉଛନ୍ତି। ସାର କଳାବଜାରୀ ହେଉଛି, ଚାଷୀ ବାଧ୍ୟ ହୋଇ ବଡ଼ କମ୍ପାନୀଠୁ କିଣିବେ ବୋଲି କହିଛନ୍ତି ଭକ୍ତ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...