AFFILIATE MARKETING

https://binomo.com?a=90810425bb57&t=0

Friday, August 29, 2025

ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ଭୁବନେଶ୍ୱର: NARI ରିପୋର୍ଟ

ଦିନରେ ୮୬% ମହିଳା ଶିକ୍ଷାନୁଷ୍ଠାନରେ ସୁରକ୍ଷିତ, କିନ୍ତୁ ରାତିରେ ଅସୁରକ୍ଷିତ

‘ଦେଶରେ ୪୦% ମହିଳା ଏବେ ବି ଅସୁରକ୍ଷିତ’

ନୂଆଦିଲ୍ଲୀ, ୨୯/୮: ନ୍ୟାସନାଲ୍ ଆନୁଆଲ୍ ରିପୋର୍ଟ ଆଣ୍ଡ ଇଣ୍ଡେକ୍ସ ୨୦୨୫ ରିପୋର୍ଟ ବା ନାରୀ ସୁରକ୍ଷା ଜାତୀୟ ବାର୍ଷିକ ରିପୋର୍ଟ ଓ ସୂଚକାଙ୍କ ୨୦୨୫ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଭୁବନେଶ୍ୱରକୁ ମହିଳାମାନଙ୍କ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ଭାବେ ଦର୍ଶାଯାଇଛି। ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି ଜାତୀୟ ମହିଳା କମିଶନ (NCW) ଅଧ୍ୟକ୍ଷା ବିଜୟା ରାହତକର।

ମହିଳା ସୁରକ୍ଷା ଉପରେ ଜାତୀୟ ବାର୍ଷିକ ରିପୋର୍ଟ ଏବଂ ସୂଚକାଙ୍କ (NARI) ୨୦୨୫ ଅନୁଯାୟୀ, କୋହିମା, ବିଶାଖାପାଟଣା, ଭୁବନେଶ୍ୱର, ଆଇଜଲ, ଗ୍ୟାଙ୍ଗଟକ୍, ଇଟାନଗର ଏବଂ ମୁମ୍ବାଇ ମହିଳାଙ୍କ ପାଇଁ ଦେଶର ସବୁଠାରୁ ସୁରକ୍ଷିତ ସହର ଭାବରେ ଉଲ୍ଲେଖ ରହିଛି। ସେହିପରି ପାଟନା, ଜୟପୁର, ଫରିଦାବାଦ, ଦିଲ୍ଲୀ, କୋଲକାତା, ଶ୍ରୀନଗର ଏବଂ ରାଞ୍ଚି ମହିଳାଙ୍କ ପାଇଁ ସବୁଠାରୁ ଅସୁରକ୍ଷିତ ସ୍ଥାନ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ଦେଶର ୩୧ ଟି ସହରରେ ୧୨,୭୭୦ ଜଣ ମହିଳାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଯାହାର ରିପୋର୍ଟ ଗୁରୁବାର ପ୍ରକାଶ ପାଇଥିଲା। ମହିଳାଙ୍କ ସୁରକ୍ଷା ପାଇଁ ଉତ୍ତମ ଭିତ୍ତିଭୂମି, ଆଲୋକ, ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି।

ସାମଗ୍ରିକ ଭାବରେ, ସର୍ଭେ କରାଯାଇଥିବା ୧୦ ଜଣ ମହିଳା ମଧ୍ୟରୁ ୬ ଜଣ ସେମାନଙ୍କ ସହରରେ “ସୁରକ୍ଷିତ” ଅନୁଭବ କରିଥିଲେ, କିନ୍ତୁ ୪୦% ଏବେ ବି ନିଜକୁ “ଏତେ ସୁରକ୍ଷିତ ନୁହେଁ” କିମ୍ବା “ଅସୁରକ୍ଷିତ” ବୋଲି ଭାଛନ୍ତି। ବିଶେଷକରି ରାତିରେ, ପରିବହନ ସ୍ଥାନ ଏବଂ ମନୋରଞ୍ଜନଧର୍ମୀ ସ୍ଥାନରେ ଅସୁରକ୍ଷିତ ମଣୁଛନ୍ତି ମହିଳା। ସେହିପରି ଦିନରେ ମହିଳାମାନଙ୍କ ପାଇଁ ଶିକ୍ଷାନୁଷ୍ଠାନ ୮୬ ପ୍ରତିଶତ ସୁରକ୍ଷିତ ଥିବା ବେଳେ ରାତିରେ କିମ୍ବା କ୍ୟାମ୍ପସ ବାହାରେ ମହିଳାମାନେ ଅସୁରକ୍ଷିତ ଅଛନ୍ତି।

୯୧ ପ୍ରତିଶତ ମହିଳା କର୍ମକ୍ଷେତ୍ରରେ ସୁରକ୍ଷିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଜାଣିନାହାନ୍ତି ଯେ, ସେମାନଙ୍କ କାର୍ଯ୍ୟସ୍ଥଳୀରେ ଯୌନ ନିର୍ଯାତନା ନିବାରଣ ଆଇନ (POSH) ଲାଗୁ ହୋଇଛି କି ନାହିଁ।

କେବଳ ଏକ-ଚତୁର୍ଥାଂଶ ମହିଳା କହିଛନ୍ତି ସୁରକ୍ଷା ସମ୍ପର୍କିତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଉପରେ ବିଶ୍ୱାସ କରନ୍ତି। ୬୯% କହିଛନ୍ତି ଯେ ବର୍ତ୍ତମାନର ସୁରକ୍ଷା ପର୍ଯ୍ୟାପ୍ତ ନାହିଁ। ୩୦% ରୁ ଅଧିକ ମହିଳା ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟସ୍ଥଳୀ ବିଫଳ ବୋଲି କହିଛନ୍ତି। ୨୦୨୪ ରେ ୭% ମହିଳା କହିଛନ୍ତି ଯେ ସେମାନେ ସାର୍ବଜନୀନ ସ୍ଥାନରେ ନିର୍ଯାତନାର‌ ଶିକାର ହୋଇଛନ୍ତି ଏବଂ ୨୪ ବର୍ଷରୁ କମ୍ ବୟସର ୧୪% ମହିଳା ଏହାର ଶିକାର ହୋଇଛନ୍ତି।

ସେହିପରି ୩୮% ପଡୋଶୀ ଏବଂ ୨୯% ସାର୍ବଜନୀନ ପରିବହନ କ୍ଷେତ୍ର ମହିଳାଙ୍କ ପାଇଁ ଅସୁରକ୍ଷିତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...