AFFILIATE MARKETING

https://binomo.com?a=90810425bb57&t=0

Wednesday, August 13, 2025

ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ

୧୦ଟି ଦିଗ ଉପରେ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୨/୮: ମଙ୍ଗଳବାର ଲୋକସେବା ଭବନରେ ସଚିବସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ସମସ୍ତ ବିଭାଗର ସଚିବ ସାମିଲ୍ ହୋଇଥିଲେ। ୧୦ଟି ଦିଗ ଉପରେ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

CMଙ୍କ ଅଫିସରୁ ଆସୁଥିବା UI ନୋଟ୍‌ର ତୁରନ୍ତ ଉତ୍ତର ସହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟରେ ଅଧିକାରୀମାନେ ଅଫିସ୍‌ ଆସିବା ଉପରେ ଗୁରୁତ୍ବ ଦିଆଯାଇଛି। ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।‌

ଏହା ସହ ଅଧିକାରୀଙ୍କୁ ସୁଧାର ଆଣିବାକୁ ସୁଯୋଗ ଦିଆଯିବ। ନହେଲେ ବାଧ୍ୟତାମୂଳକ ଅବସର ବା VRS ଦିଆଯିବ।

ଏହା ବ୍ୟତୀତ ଜିଲ୍ଲାସ୍ତରୀୟ ସବୁ ସରକାରୀ ଅଫିସରେ AI କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ। ଅକ୍ଟୋବର ମାସରୁ ଆରମ୍ଭ ହେବ CM ଡାସ୍‌ ବୋର୍ଡ।

କେନ୍ଦ୍ରୀୟ ସ୍କିମ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ ସମୀକ୍ଷା କରିବେ। ୧୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଓ ରାଜସ୍ୱ ବିଭଗ ସମୀକ୍ଷା କରିବେ। ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ବ ଦେବେ।

ଅଫିସରଙ୍କୁ ଫିଲ୍ଡ ଭିଜିଟ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଏନ୍‌ଫୋର୍ସମେଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...