AFFILIATE MARKETING

https://binomo.com?a=90810425bb57&t=0

Tuesday, August 12, 2025

ପାକିସ୍ତାନର କ୍ରମାଗତ ହରକତ ; ଭାରତୀୟ କୂଟନୀତିଜ୍ଞଙ୍କୁ ଦେଉନି ଅତ୍ୟାବଶ୍ୟକୀୟ ସାମଗ୍ରୀ:

ରନ୍ଧନ ଗ୍ୟାସ, ପାଣି ଏବଂ ଖବରକାଗଜ ଯୋଗାଣ ବନ୍ଦ କରିଛି ପାକିସ୍ତାନ।

ଯେସାକୁ ତେସା କଲା ଭାରତ

ନୂଆଦିଲ୍ଲୀ, ୧୧/୮: ‘ଅପରେସନ୍ ସିନ୍ଦୂର’ ସମୟରେ ହୋଇଥିବା କ୍ଷତିରେ ହତାଶ ହୋଇ ପାକିସ୍ତାନ ଏବେ ଇସଲାମାବାଦରେ ଅବସ୍ଥିତ ଭାରତୀୟ ଦୂତାବାସରେ ନିୟୋଜିତ କୂଟନୀତିଜ୍ଞଙ୍କ ଉପରେ ପ୍ରତିଶୋଧ ନେବା ଆରମ୍ଭ କରିଛି। ପାକିସ୍ତାନୀ ଅଧିକାରୀଙ୍କ ନିର୍ଦ୍ଦେଶରେ ଭାରତୀୟ ଅଧିକାରୀଙ୍କୁ ହଇରାଣ ହରକତ କରିବା ଆରମ୍ଭ କରି ଦେଇଛି ପାକିସ୍ତାନ। ଭାରତୀୟ ଅଧିକାରୀଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ବନ୍ଦ କରି ଦେଇଛି ପାକିସ୍ତାନ।

ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ଭାରତୀୟ ଉଚ୍ଚାୟୁକ୍ତ ଏବଂ କୂଟନୀତିଜ୍ଞଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ବନ୍ଦ କରିଦେଇଛି। ପାଣି, ରନ୍ଧନ ଗ୍ୟାସ୍ ଏବଂ ଖବରକାଗଜ ଇତ୍ୟାଦି ଯୋଗାଇବା ବନ୍ଦ କରି ଦେଇଛି ପାକିସ୍ତାନ। ତେବେ ଭାରତ ମଧ୍ୟ ଯେସାକୁ ତେସା ପଦକ୍ଷେପ ସ୍ୱରୂପ ଦିଲ୍ଲୀରେ ପାକିସ୍ତାନ ହାଇକମିଶନରେ ନିୟୋଜିତ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଖବରକାଗଜ ଯୋଗାଣ ବନ୍ଦ କରିଦେଇଛି।

ସେହିପରି ଭାରତୀୟ କୂଟନୀତିଜ୍ଞଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଅନଧିକୃତ ପ୍ରବେଶ କରୁଥିବା ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଛି। ଯାହା ଭିଏନା ଚୁକ୍ତିନାମାର ସ୍ପଷ୍ଟ ଉଲ୍ଲଂଘନ କରିଛି। କୂଟନୈତିକ କର୍ମଚାରୀଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦା ମଧ୍ୟ ହାନୀ ହେଉଛି।

୨୦୧୯ରେ ପୁଲୱାମା ଆକ୍ରମଣ ପରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିବା ପରେ ମଧ୍ୟ ସମାନ ହରକତ କରିଥିଲା ପାକିସ୍ତାନ। ସେହି ସମୟରେ ଭାରତୀୟ କୂଟନୀତିଜ୍ଞମାନଙ୍କୁ ସମାନ ଭାବରେ ହଇରାଣ କରାଯାଇଥିଲା।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...