AFFILIATE MARKETING

https://binomo.com?a=90810425bb57&t=0

Wednesday, August 20, 2025

ପ୍ରଧାନମନ୍ତ୍ରୀଙ୍କଠୁ ନେଇ ମୁଖ୍ୟମନ୍ତ୍ରୀ; ଜେଲ ଗଲେ ପଦ ଯିବ

ସଂସଦରେ ଆଜି ବିଲ୍ ଆଗତ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୦/୮: ଦେଶର ପ୍ରଧାନମନ୍ତ୍ରୀ, କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୌଣସି ମନ୍ତ୍ରୀ ହୁଅନ୍ତୁ, ଯଦି ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗରେ ଗିରଫ ହୁଅନ୍ତି, ତାହାଲେ ସେମାନଙ୍କ ପଦ ରଦ୍ଦ ହେବ। ଏ ସଂକ୍ରାନ୍ତରେ ଏକ ବିଲ୍ ଆଗତ କରିବେ କେନ୍ଦ୍ର ସରକାର। ଆଜି ଲୋକସଭାରେ ତାହା ଆଗତ ହୋଇପାରେ।

ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ଯଦି ଜଣେ ମନ୍ତ୍ରୀ ଜଘନ୍ୟ ଅପରାଧ ଯେପରିକି ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲ ଦଣ୍ଡ ଭୋଗିବା ବ୍ୟବସ୍ଥା ଥାଏ ଏବଂ ଗିରଫ ହୋଇ ୩୦ ଦିନ ଜେଲରେ ରହନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ରାଷ୍ଟ୍ରପତି ତାଙ୍କୁ ପଦରୁ ବହିଷ୍କାର କରିବେ।

ଯଦି ପ୍ରଧାନମନ୍ତ୍ରୀ ପରାମର୍ଶ ନ ଦିଅନ୍ତି, ତେବେ ୩୧ ଦିନରେ ମନ୍ତ୍ରୀ ନିଜ ଆଡୁ ପଦରୁ ଇସ୍ତଫା ଦେବେ। ଯଦି ପ୍ରଧାନମନ୍ତ୍ରୀ ନିଜେ ଏପରି ଅଭିଯୋଗରେ ୩୦ ଦିନ ପାଇଁ ଜେଲରେ ଅଛନ୍ତି, ତେବେ ତାଙ୍କୁ ୩୧ ଦିନ ସୁଦ୍ଧା ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡିବ, ନଚେତ୍ ତାଙ୍କ ପଦବୀ ରଦ୍ଦ ହୋଇଯିବ। ସେହିପରି, ଯଦି କୌଣସି ରାଜ୍ୟର ମନ୍ତ୍ରୀ ୩୦ ଦିନ ପାଇଁ ଜେଲରେ ଅଛନ୍ତି, ତେବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟପାଳ ତାଙ୍କୁ ବହିଷ୍କାର କରିବେ।

ଯଦି ପରାମର୍ଶ ଦିଆ ନ ଯାଏ, ତେବେ ମନ୍ତ୍ରୀଙ୍କ ପଦବୀ ୩୧ ଦିନ ସୁଦ୍ଧା ରଦ୍ଦ ହୋଇଯିବ। ଯଦି ମୁଖ୍ୟମନ୍ତ୍ରୀ ନିଜେ ୩୦ ଦିନ ପାଇଁ ଜେଲରେ ରୁହନ୍ତି, ତେବେ ତାଙ୍କୁ ୩୧ ଦିନ ସୁଦ୍ଧା ଇସ୍ତଫା ଦେବାକୁ ପଡିବ, ନଚେତ୍ ତାଙ୍କ ପଦବୀ ରଦ୍ଦ ହୋଇଯିବ ବୋଲି ଏହି ବିଲରେ ରହିଛି।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...