AFFILIATE MARKETING

https://binomo.com?a=90810425bb57&t=0

Saturday, August 30, 2025

ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନାଯାତ୍ରୀଙ୍କ ସୁବିଧା ପାଇଁ ଟ୍ରେନ ରହଣି ସ୍ଥାନ ଗୁଡିକର ପୁନଃସ୍ଥାପନ

ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରେନ ରହଣି ସ୍ଥାନ ଗୁଡିକର ପୁନଃସ୍ଥାପନ

ଭୁବନେଶ୍ୱର ୨୯/୮: ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ବିଭିନ୍ନ ଷ୍ଟେସନରେ ଅନେକ ଗୁରୁତ୍ୱପୂର୍ଣ୍ଣ ମେଲ୍/ଏକ୍ସପ୍ରେସ୍ ଟ୍ରେନର ରହଣିସ୍ଥଳ ପୁନଃସ୍ଥାପିତ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ପ୍ରତ୍ୟାହାର କରାଯାଇଥିବା ଏହି ରହଣିସ୍ଥଳ ଗୁଡ଼ିକୁ ଯାତ୍ରୀ ଏବଂ ଜନପ୍ରତିନିଧିଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବେ ପୁନଃସ୍ଥାପିତ କରାଯାଉଛି। ଏହା ୧ ସେପ୍ଟେମ୍ବର ୨୦୨୫ ଠାରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ।

•ତଦନୁସାରେ, ଟ୍ରେନ ନମ୍ବର ୧୨୮୨୨ ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସର ରହଣି ମାର୍କୋଣା ରେଳ ଷ୍ଟେସନରେ ଏବଂ ଟ୍ରେନ ନମ୍ବର ୧୨୮୭୨ ଟିଟଲାଗଡ଼-ହାୱଡା ଇସ୍ପାତ ଏକ୍ସପ୍ରେସ ୧ ସେପ୍ଟେମ୍ବର ୨୦୨୫ ରୁ ବାଗଦେହି ଷ୍ଟେସନରେ ପୁନଃସ୍ଥାପିତ ହେବ।

• ଟ୍ରେନ ନମ୍ବର ୧୮୦୦୬ ଜଗଦଲପୁର-ହାୱଡା ଏକ୍ସପ୍ରେସର ରହଣି ୧ ସେପ୍ଟେମ୍ବର ୨୦୨୫ ରୁ ବିଶ୍ରା ଏବଂ ରାଜଖରସାୱାନ ଜଙ୍କସନରେ ପୁନଃସ୍ଥାପନ କରାଯିବ।

• ଟ୍ରେନ ନମ୍ବର ୧୮୧୧୮ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସର ରହଣି ୧ ସେପ୍ଟେମ୍ବର ୨୦୨୫ ରୁ ବାଗଦେହି ଷ୍ଟେସନରେ ପୁନଃସ୍ଥାପନ କରାଯିବ।

• ଟ୍ରେନ ନମ୍ବର ୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ ଉତ୍କଳ ଏକ୍ସପ୍ରେସର ରହଣି ୧ ସେପ୍ଟେମ୍ବର ୨୦୨୫ ରୁ ବସ୍ତା ଏବଂ ବିଶ୍ରା ଷ୍ଟେସନରେ ପୁନଃସ୍ଥାପନ କରାଯିବ।

• ଟ୍ରେନ ନମ୍ବର ୧୮୪୧୦ ପୁରୀ-ଶାଲିମାର ଶ୍ରୀ ଜଗନ୍ନାଥ ଏକ୍ସପ୍ରେସର ରହଣି ରୂପସା ଜଙ୍କସନରେ ୨ ସେପ୍ଟେମ୍ବର ୨୦୨୫ ରୁ ପୁନଃସ୍ଥାପନ କରାଯିବ। ।

• ଟ୍ରେନ ନମ୍ବର ୧୮୪୪୯ ପୁରୀ-ପାଟନା ବୈଦ୍ୟନାଥଧାମ ଏକ୍ସପ୍ରେସର ରହଣି ୨ ସେପ୍ଟେମ୍ବର ୨୦୨୫ ରୁ ବର୍ଣ୍ଣପୁର ଷ୍ଟେସନରେ ପୁନଃସ୍ଥାପିତ ହେବ।

• ଟ୍ରେନ ନମ୍ବର ୨୨୮୭୪ ବିଶାଖାପାଟଣା-ଦୀଘା ଏକ୍ସପ୍ରେସର ରହଣି ୫ ସେପ୍ଟେମ୍ବର ୨୦୨୫ ରୁ ଜଳେଶ୍ୱର ଷ୍ଟେସନରେ ପୁନଃସ୍ଥାପିତ ହେବ।

• ଟ୍ରେନ ନମ୍ବର ୨୨୮୯୦ ପୁରୀ-ଦୀଘା ଏକ୍ସପ୍ରେସର ରହଣି ୭ ସେପ୍ଟେମ୍ବର ୨୦୨୫ ରୁ ଜଳେଶ୍ୱର ଷ୍ଟେସନରେ ପୁନଃସ୍ଥାପିତ ହେବ।

ଭାରତୀୟ ରେଳ ଯାତ୍ରୀମାନଙ୍କୁ ଉପରୋକ୍ତ ରହଣି ପୁନଃସ୍ଥାପନ ଉପରେ ଧ୍ୟାନ ଦେବାକୁ ଏବଂ ସୁବିଧାର ଲାଭ ଉଠାଇବାକୁ ଅନୁରୋଧ କରୁଛି।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...