AFFILIATE MARKETING

https://binomo.com?a=90810425bb57&t=0

Monday, August 18, 2025

ପ୍ରେମିକା ପ୍ରରୋଚନାରେ ସ୍ତ୍ରୀକୁ ହତ୍ୟା

ଡକାୟତି ନାଟକ ରଚି ଧରା ପଡିଲେ ବିଜେପି ନେତା

ଆଜମେର, ୧୮/୮: ରାଜସ୍ଥାନର ଆଜମେରରେ ଜଣେ ସ୍ଥାନୀୟ ବିଜେପି ନେତା ତାଙ୍କ ପ୍ରେମିକାଙ୍କ ପ୍ରରୋଚନାରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଘଟଣା ସାମନାକୁ ଆସିଛି। ଅଗଷ୍ଟ ୧୦ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ତେବେ ପ୍ରଥମେ ଏହି ଅପରାଧକୁ ଡକାୟତିର ରୂପ ଦେବାକୁ ନାଟକ କରିଥିଲେ ଉକ୍ତ ବିଜେପି ନେତା।

ସୂଚନା ମୁତାବକ, ଅଗଷ୍ଟ ୧୦ ତାରିଖରେ ସଞ୍ଜୁ ସାଇନିଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ପ୍ରଥମେ ତାଙ୍କ ସ୍ୱାମୀ ରୋହିତ ସାଇନି କହିଥିଲେ ଯେ କିଛି ଦୁର୍ବୃତ୍ତ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ମୂଲ୍ୟବାନ ଜିନିଷପତ୍ର ନେଇ ପଳାଇ ଯାଇଛନ୍ତି। କିନ୍ତୁ ତଦନ୍ତ ସମୟରେ ପୋଲିସ ତାଙ୍କ ବୟାନରେ ତାଳମେଳ ରହୁନଥିବା ଲକ୍ଷ୍ୟ କରିଥିଲା। ଅଧିକ ପଚରାଉଚରା ପରେ ରୋହିତ ହତ୍ୟା କରିଥିବା ସ୍ୱୀକାର କରିଥିଲେ ଏବଂ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଥିଲେ।

ପୋଲିସର ସୂଚନା ଅନୁଯାୟୀ, ରୋହିତ ସ୍ୱୀକାର କରିଥିଲେ ଯେ ସେ ତାଙ୍କ ପ୍ରେମିକା ରିତୁ ସାଇନିଙ୍କ ନିର୍ଦ୍ଦେଶରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ତଦନ୍ତରୁ ଜଣାପଡିଥିଲା ଯେ ରୋହିତ ଓ ରିତୁ ଅନେକ ଦିନରୁ ସମ୍ପର୍କରେ ଥିଲେ ଏବଂ ସଞ୍ଜୁ ସାଇନି ଏ ବିଷୟରେ ଜାଣି ପାରି ସେମାନଙ୍କୁ ବିରୋଧ କରୁଥିଲେ। ତେଣୁ ସଞ୍ଜୁଙ୍କୁ ରାସ୍ତାରୁ ହଟାଇବା ପାଇଁ ରିତୁଙ୍କ ଚାପରେ ରୋହିତ ଏହି ଅପରାଧ ଘଟାଇଥିଲେ ଏବଂ ଏହାକୁ ଏକ ଲୁଟ ଘଟଣା ଭାବରେ ଦର୍ଶାଇ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପଚରାଉଚରା ବେଳେ ସବୁ ସତ ଓଗାଳିଥିଲା ରୋହିତ। ପୋଲିସ ରୋହିତ ଓ ପ୍ରେମିକା ରିତୁଙ୍କୁ ଗିରଫ କରିଛି। ଅଧିକ ତଦନ୍ତ ଜାରି ରଖିଛି

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...