AFFILIATE MARKETING

https://binomo.com?a=90810425bb57&t=0

Tuesday, August 19, 2025

ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ

ଜନାବ୍ ସେକ୍ ଅନୱର ହୁସେନଙ୍କୁ “ଅମଜଦ ନଜମୀ ପୁରସ୍କାର ୨୦୨୩” ପ୍ରଦାନ

ଭୁବନେଶ୍ୱର, ୧୯/୮: ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଆଜି ୨୦୨୩ ବର୍ଷ ପାଇଁ ତିନିଟି ବର୍ଗରେ ତିନି ଜଣ ଲେଖକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ପୁରସ୍କାର ବିତରଣ ଉତ୍ସବରେ ଉର୍ଦ୍ଦୁ ସାହିତ୍ୟର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଭଦ୍ରକ ଜିଲ୍ଲାର ଜନାବ୍ ସେକ୍ ଅନୱର ହୁସେନଙ୍କୁ “ଅମଜଦ ନଜମୀ ପୁରସ୍କାର ୨୦୨୩” ପ୍ରଦାନ କରାଯାଇଛି। ଏଥିସହ ୩ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। କଟକ ଜିଲ୍ଲାର ଜନାବ୍ ଅବଦୁଲ ହକ୍ ବେତାବ୍ ଙ୍କୁ “ଡ଼ଃ କରାମତ୍ ଅଲ୍ଲୀ କରାମତ୍ ପୁରସ୍କାର ୨୦୨୩” ପ୍ରଦାନ କରାଯାଇଛି। ଏଥିସହ ୨ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। କଟକ ଜିଲ୍ଲାର ଜନାବ୍ ସମିଉଲ୍ ହକ୍ ଶାକିରଙ୍କୁ “ଶ୍ରୀଯୁକ୍ତ ରଶ୍ମିକାନ୍ତ ରାହି ପୁରସ୍କାର ୨୦୨୩” ପ୍ରଦାନ କରାଯାଇଛି। ଏଥିସହ ୧ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପୁରସ୍କାର-୨୦୨୩ ପ୍ରାପ୍ତ ସମସ୍ତ ଲେଖକମାନଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ସେ କହିଥିଲେ ଯେ, ଉର୍ଦ୍ଦୁ ଭାଷା ଏକ ମଧୁର ଭାଷା। ବହୁ ଲେଖକ ଓ କବିମାନେ ନିଜର ସାହିତ୍ୟ ସର୍ଜନା ମାଧ୍ୟମରେ ଉର୍ଦ୍ଦୁ ଭାଷାକୁ ପରିପୁଷ୍ଟ କରିଛନ୍ତି। ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପୁରସ୍କାର ପ୍ରାପ୍ତ ସମସ୍ତ ସାହିତ୍ୟିକମାନେ ଆଗାମୀ ଭବିଷ୍ୟତର ଉର୍ଦ୍ଦୁ ଲେଖକମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ମତପ୍ରକାଶ କରିଥିଲେ। ବାଚସ୍ପତି ଶ୍ରୀମତୀ ପାଢ଼ୀ ଉର୍ଦ୍ଦୁ ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଆଜିର କାର୍ଯ୍ୟକ୍ରମରେ କବିତା ପାଠ କରିଥିଲେ। ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉର୍ଦ୍ଦୁ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ଏବଂ ଅନୁବାଦ ସାହିତ୍ୟ ଉପରେ ଆଲୋକପାତ କରିଥିଲେ।

ଆଜି ଉର୍ଦ୍ଦୁ ସାହିତ୍ୟର ପ୍ରତିଭାମାନଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବା ସହିତ ଶାମ୍-ଏ-ଗଜଲ୍ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଭାପତି ଜନାବ୍ ଖାଲିଦ୍ ରହିମ୍, ଉପସଭାପତି ଜନାବ୍ ନଫିସ୍‌ ମଞ୍ଜର ହସନ୍‌, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଚିବ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...