AFFILIATE MARKETING

https://binomo.com?a=90810425bb57&t=0

Saturday, August 16, 2025

ଭାରତୀୟଙ୍କ ଚୀର ସ୍ମୃତିରେ ଅମର ଅଟଳ

ଭାରତୀୟଙ୍କ ଚୀର ସ୍ମୃତିରେ ଅମର ଅଟଳ

ଆଧୁନିକ ଭାରତର କର୍ଣ୍ଣଧାର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ

ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ (୧୯୨୪-୨୦୧୮) ଜଣେ ପ୍ରଖ୍ୟାତ ଭାରତୀୟ ରାଜନେତା, କବି ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ। ସେ ୧୯୯୬, ୧୯୯୮-୧୯୯୯ ଓ ୧୯୯୯-୨୦୦୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ପ୍ରମୁଖ ନେତା ଭାବେ, ସେ ଦେଶର ରାଜନୈତିକ ଓ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଥିଲେ ରାଜନୀତିର ଅଜାତଶତ୍ରୁ। ଆଧୁନିକ ଭାରତର କର୍ଣ୍ଣଧାର।

ତାଙ୍କ ନେତୃତ୍ୱରେ ଭାରତ ୧୯୯୮ରେ ପୋଖରାନରେ ପରମାଣୁ ପରୀକ୍ଷା କରି ବିଶ୍ୱ ମଞ୍ଚରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲା। ତାଙ୍କର ବୈଦେଶିକ ନୀତି, ବିଶେଷକରି ପାକିସ୍ତାନ ଓ ଅନ୍ୟ ଦେଶ ସହିତ ସମ୍ପର୍କ ସୁଧାରିବା ପାଇଁ ତାଙ୍କର ପ୍ରୟାସ, ଯେପରି ଲାହୋର ବସ୍‌ ଯାତ୍ରା, ଅତ୍ୟନ୍ତ ପ୍ରଶଂସିତ ହୋଇଥିଲା। ସେ ସ୍ୱର୍ଣିମ ଚତୁର୍ଭୁଜ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଭଳି ଅନେକ ବିକାଶମୂଳକ ପ୍ରକଳ୍ପର ଆରମ୍ଭ କରିଥିଲେ।

ଜଣେ କୁଶଳୀ ବକ୍ତା ଓ କବି ଭାବେ ମଧ୍ୟ ସେ ଜଣାଶୁଣା ଥିଲେ। ତାଙ୍କ କବିତା ଓ ଭାଷଣ ଜନମାନସରେ ଗଭୀର ପ୍ରଭାବ ପକାଇଥିଲା। ୨୦୧୫ରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା। ତାଙ୍କର ସରଳତା, ନୀତିନିଷ୍ଠା ଓ ଦେଶପ୍ରେମ ତାଙ୍କୁ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ କରିଛି। ୨୦୧୮ ମସିହା ଅଗଷ୍ଟ ୧୬ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ, କିନ୍ତୁ ତାଙ୍କର ଅବଦାନ ଓ ଆଦର୍ଶ ଆଜି ମଧ୍ୟ ଭାରତୀୟଙ୍କୁ ପ୍ରେରଣା ଦେଉଛି।

ଆଜି ଅଟଳ ବିହାରୀ ବାଜପେୟୀଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶିଷ୍ଟ ନେତା।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...