AFFILIATE MARKETING

https://binomo.com?a=90810425bb57&t=0

Sunday, August 24, 2025

ବନ୍ଦ ହେବ ଆମେରିକାକୁ ଭାରତର ଡାକ ସେବା

କେବଳ ଏହି ସାମଗ୍ରୀ ଉପରେ ନାହିଁ ରୋକ

ନୂଆଦିଲ୍ଲୀ, ୨୩/୮: ଆମେରିକା ସହିତ ଭାରତ ସବୁ ପ୍ରକାର ଡାକ ସେବା ବନ୍ଦ କରିବ। ଶନିବାର ଡାକ ବିଭାଗ ଅଗଷ୍ଟ ୨୫ ତାରିଖରୁ ଆମେରିକାକୁ ସବୁ ପ୍ରକାର ଡାକ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିବ ବୋଲି ଘୋଷଣା କରିଛି। ଆମେରିକା କଷ୍ଟମ୍ ନିୟମରେ ପରିବର୍ତ୍ତନ କରିଥିବାରୁ ଭାରତ ଏପରି ନିଷ୍ପତ୍ତି ନେଇଛି। ଯାହା ଏହି ମାସ ଶେଷରେ କାର୍ଯ୍ୟକାରୀ କରିବ ମଧ୍ୟ।

ଆମେରିକାର ଟ୍ରମ୍ପ ପ୍ରଶାସନ ଜୁଲାଇ ୩୦ ରେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ସେଥିରେ ଉଲ୍ଲେଖ ଥିଲା ଯେ ୨୯ ଅଗଷ୍ଟରୁ ୧୦୦ ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ଉପରେ ଆମେରିକାରେ ଶୁଳ୍କ ଲାଗୁ ହେବ। ଏହା ପରେ ଭାରତ ଏହି ନିଷ୍ପତ୍ତି ନେଇଛି।

୮୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ମୂଲ୍ୟର ଆମଦାନୀ ସାମଗ୍ରୀ ପାଇଁ ଦୀର୍ଘକାଳୀନ ଶୁଳ୍କମୁକ୍ତ ସର୍ବନିମ୍ନ ଛାଡ ପ୍ରତ୍ୟାହାର କରାଯାଇଛି। ତେବେ ୧୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ମୂଲ୍ୟର ଚିଠି, ଡକ୍ୟୁମେଣ୍ଟ ଏବଂ ଉପହାର ସାମଗ୍ରୀ ପାଇଁ ଡାକ ସେବା ଜାରି ରହିବ।

ଶୁଳ୍କ ଯୋଗୁଁ ଆମେରିକା ସହିତ ବାଣିଜ୍ୟିକ ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ଡାକ ସେବାକୁ ସ୍ଥଗିତ ରଖାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଛନ୍ତି। ଏହା ସହିତ, ରୁଷ ଠାରୁ ତେଲ କିଣିବା ପାଇଁ ଅତିରିକ୍ତ ୨୫% ଶୁଳ୍କ ମଧ୍ୟ ଲାଗୁ କରିଛି ଆମେରିକା। ଯାହା ଫଳରେ ଭାରତ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି ଆମେରିକା। ଅଗଷ୍ଟ ୭ ରେ ଶୁଳ୍କର ଗୋଟିଏ ଅଂଶ ଲାଗୁ ହୋଇଥିବା ବେଳେ, ଅନ୍ୟ ଅଂଶ ଅଗଷ୍ଟ ୨୭ରେ ଲାଗୁ ହେବ।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...