AFFILIATE MARKETING

https://binomo.com?a=90810425bb57&t=0

Saturday, August 30, 2025

ସମ୍ଭାଳି ପାରିଲେନି ନାତୁଣୀର ମୃତ୍ୟୁ ଖବର, ଦୁଃଖରେ ମ୍ରିୟମାଣ ହୋଇ ଛାଡ଼ିଗଲା ଜେଜେ ଜୀବନ

ସମ୍ଭାଳି ପାରିଲେନି ନାତୁଣୀର ମୃତ୍ୟୁ ଖବର, ଦୁଃଖରେ ମ୍ରିୟମାଣ ହୋଇ ଛାଡ଼ିଗଲା ଜେଜେ ଜୀବନ

ଯାଜପୁର, ୩୦/୦୮ : ସମ୍ଭାଳି ପାରିଲେନି ନାତୁଣୀର ମୃତ୍ୟୁ ଖବର। ଦୁଃଖରେ ମ୍ରିୟମାଣ ହୋଇ ଛାଡ଼ିଗଲା ଜେଜେ ଜୀବନ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଗୋବଣ୍ଡିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନାତୁଣୀର ମୃତ୍ୟୁ ଖବର ପାଇ ଜେଜେଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ପରିବାର ଲୋକ ଗୋଟିଏ ଜୁଇରେ ଦୁଇ ଜଣଙ୍କ ଶବ ଦାହ କରିଛନ୍ତି। 

ସୂଚନା ଅନୁଯାୟୀ, ଗୋବଣ୍ଡିଆ ଗ୍ରାମର ଦେବେନ୍ଦ୍ର କୁମାର ପରମାଣିକଙ୍କ ଝିଅ ଅଙ୍କିତା ପ୍ରିୟଦର୍ଶିନୀ ପରମାଣିକ (୧୫ ବର୍ଷ) ଘରେ ଶୋଇଥିବା ବେଳେ ଗୁରୁବାର ରାତିରେ ଏକ ବିଷଧର ସାପ କାମୁଡ଼ିଥିଲା। ବିଳମ୍ବିତ ରାତିରେ ସାପ କାମୁଡ଼ିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ଶୁକ୍ରବାର ପରିବାର ଲୋକେ ଝିଅ ପାଟିରୁ ଗରଳ ବାହାରୁଥିବା ଦେଖି ତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନାତୁଣୀର ମୃତ୍ୟୁ ଖବର ଶୁଣିବା ପରେ ଜେଜେ ବାବାଜୀ ପରମାଣିକ (୭୨ ବର୍ଷ)ଙ୍କ ହୃଦଘାତରେ ଟଳି ପଡ଼ିଥିଲେ। ତାଙ୍କୁ ଗ୍ରାମବାସୀମାନେ ବଡ଼ଚଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...