AFFILIATE MARKETING

https://binomo.com?a=90810425bb57&t=0

Sunday, August 24, 2025

ରାଜଧାନୀ ମହାବିଦ୍ୟାଳୟର ନାମ ପରିବର୍ତ୍ତନ କରିବାକୁ ଦାବି

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର, ୨୩/୮:ରାଜଧାନୀ କଲେଜ ର ନାମ ପରିବର୍ତ୍ତନ କରି ରାଜଧାନୀ ସରକାରୀ ମହାବିଦ୍ୟାଳୟ କରିବାକୁ ରାଜଧାନୀ କଲେଜ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାଜଧାନୀ ମହାବିଦ୍ୟାଳୟ ଛାତ୍ର ସଂସଦ ର ପୂର୍ବତନ ସଭାପତି କହିଛନ୍ତି ଯେ ଭୁବନେଶ୍ଵର ରେ ରାଜଧାନୀ ମହାବିଦ୍ୟାଳୟ ଏକ ପୁରାତନ ସରକାରୀ ଅନୁଷ୍ଠାନ ଅଟେ । ଏହାର ଛାତ୍ର ଛାତ୍ରୀ ସଂଖ୍ୟା ୬୫୦୦ ଉର୍ଦ୍ଧ୍ବ ଅଟେ । ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ଅତି ଉଚ୍ଚ କୋଟିର ଅଟେ । ମହାବିଦ୍ୟାଳୟ ରେ ଉଚ୍ଚ ଶିକ୍ଷା ନିମନ୍ତେ ଯେଉଁ ସବୁ ମୌଳିକ ଆବଶ୍ୟକ‌ତା ଦରକାର ତାହା ଉପଲବ୍ଧ ଅଟେ। ଏହା ସତ୍ତ୍ୱେ ମହାବିଦ୍ୟାଳୟକୁ ସ୍ଵୟଂଶାସିତ ମାନ୍ୟତା ମିଳିନାହିଁ ତତ୍ ସଙ୍ଗେ ସଙ୍ଗେ ଛାତ୍ର ସମାଜର ବାରମ୍ବାର ଅନୁରୋଧ ସଙ୍ଗେ ଏହାର ନାମ ପରିବର୍ତ୍ତନ ହୋଇ ପାରି ନଥିଲା। ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପରୀକ୍ଷା ଏଠାରେ ଅନୁଷ୍ଠିତ ହୋଇଥାଏ ସେତେବେଳେ ପରୀକ୍ଷାର୍ଥୀ ମାନେ ଦ୍ଵନ୍ଦ ରେ ପଡିଥାନ୍ତି କାରଣ ରାଜଧାନୀ କଲେଜ ନାମରେ ଅନ୍ୟ ଏକ ଇଞ୍ଜିନିୟରିଂ କଲେଜ ଭୁବନେଶ୍ଵର ରେ ଅଛି । ଏଣୁ ଆଜି ମହାବିଦ୍ୟାଳୟ ଅଧକ୍ଷ ଡ଼.ସରୋଜ କାନ୍ତ ଚୌଧୁରୀ ଙ୍କ ଜରିଆରେ ସ୍ଥାନୀୟ ବିଧାୟକ ବାବୁ ସିଂ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ଛାତ୍ର ଛାତ୍ରୀ ମାନେ ଦେଇଥିଲେ। ରାଜଧାନୀ କଲେଜ ର ନାମ ପରିବର୍ତ୍ତନ କରି ରାଜଧାନୀ ସରକାରୀ ମହାବିଦ୍ୟାଳୟ (Rajdhani Government College, Bhubaneswar) ରଖା ଯାଉ ବୋଲି ମୁଖ୍ୟ ଦାବୀ ଆମେ ରଖିଛୁ। ଏହି ପରିପ୍ରେକ୍ଷୀରେ କଲେଜ ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆମେ ଆଶା କରୁଛୁ ସ୍ଥାନୀୟ ବିଧାୟକ ଙ୍କ ସହଯୋଗ ରେ ଶିକ୍ଷ୍ୟା ବିଭାଗ ଏଥି ପ୍ରତି ଦୃଷ୍ଟି ଦେବେ। ଆଜିର ଏହି କାର୍ଯ୍ୟକ୍ରମ ରେ ଛାତ୍ର ନେତା ସଂଗ୍ରାମ ଦାସ, ରୁଦ୍ର ନାରାୟଣ ସାହୁ, ସୁନିଲ ବେହେରା, ରତିକାନ୍ତ ବାରିକ, ସ୍ବାଗତ ସାହୁ, ଆଦେଶ ମହାନ୍ତି, ସୌମ୍ୟରଞ୍ଜନ ସାହୁ, ଦିଭ୍ୟେଶ ସିଂ, ସୁଦାମ ସାହୁ, ଶୁଭଙ୍କର ମହାନ୍ତି, ରିତେଶ,ଦିବେସ ରାଉତ, ଶ୍ରେୟା ସାମଲ, ଇତିଶ୍ରୀ, ଶୁଭଶ୍ରୀ, କେ ଶୁଭଶ୍ରୀ, ଶ୍ରାବଣୀ ସେଠୀ, ମୋନାଲିସା ବରାଳ, ତନ୍ମୟ ପ୍ରମୁଖ ଉପସ୍ଥିତ ଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...