AFFILIATE MARKETING

https://binomo.com?a=90810425bb57&t=0

Wednesday, August 13, 2025

ଶ୍ରୀମନ୍ଦିରକୁ ବିପଦ! ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା

ଆତଙ୍କବାଦୀ ଆକ୍ରମଣରେ ଶ୍ରୀମନ୍ଦିରକୁ ଉଡାଇ ଦେବାକୁ ଧମକ

ସିସିଟିଭି ଫୁଟେଜ୍ ଯାଞ୍ଚରୁ କିଛି ସୁରାଗ ପାଇଛୁ: ପୁରୀ ଏସପି

ପୁରୀ, ୧୩/୮: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ବାର୍ତ୍ତା ପରେ ପୁରୀ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଯାହା ପରେ ଶ୍ରୀମନ୍ଦିର ପାଇଁ ସୁରକ୍ଷାକୁ ନେଇ ଚିନ୍ତା ସୃଷ୍ଟି କରିଛି। ମନ୍ଦିରର ଦକ୍ଷିଣ ପରିକ୍ରମା ମାର୍ଗର କାନ୍ଥରେ ଦେଖାଯାଇଥିବା ଗ୍ରାଫିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଉଲ୍ଲେଖ କରାଯାଇଛି ଏବଂ ତୀର୍ଥସ୍ଥଳ ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ଦିଆଯାଇଛି।

ସୂଚନା ଅନୁଯାୟୀ, ପରିକ୍ରମା ପ୍ରକଳ୍ପର ବାଲିସାହି ପ୍ରବେଶ ଦ୍ୱାର ନିକଟରେ ମନ୍ଦିର କାନ୍ଥରେ ଚେତାବନୀ ବାର୍ତ୍ତା ଦେଖାଯାଇଥିଲା। ବୁଢ଼ୀ ମା’ ଠାକୁରାଣୀ ମନ୍ଦିର କାନ୍ଥରେ ଦୁଇଟି ସ୍ଥାନରେ ଧମକ ଲେଖାଯାଇଥିଲା। ଗୋଟିଏ ପାର୍ଶ୍ବରେ ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ ସାଙ୍ଗକୁ ଏକାଧିକ ଫୋନ୍ ନମ୍ବର ଓ ଏହା ପାର୍ଶ୍ବରେ ଫୋନ୍ କର ବୋଲି ଉଲ୍ଲେଖ ରହିଛି । କୁଳ ବୁଡ଼ିବ, ଆତଙ୍କବାଦୀ ପ୍ରଭୃତି ଲେଖାଯାଇଛି। ଦୁର୍ବୃତ୍ତମାନେ ସେଠାରେ ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ଏହି ସ୍ଥାନରେ ଏକାଧିକ ସିସିଟିଭି ଲାଗିବା ସହ ସୁରକ୍ଷା କର୍ମୀ ମଧ୍ୟ ମୁତୟନ ହୋଇଛନ୍ତି। ତା ସତ୍ତ୍ବେ ବି ଏହି ଧମକ ମିଳିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ପାଇବା ପରେ, ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁରୀ ଏସପି ପିନାକୀ ମିଶ୍ର କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷାକୁ ଆମେ ସର୍ବାଧିକ ଗୁରୁତ୍ବ ଦେଇଥାଉ। ପୋଲିସର ସ୍ପେଶାଲ ଟିମ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ସିସିଟିଭି ଫୁଟେଜ୍ ଯାଞ୍ଚରୁ କିଛି ସୁରାଗ ପାଇଛୁ। କେବେ ଲେଖା ହୋଇଥିଲା, କିଏ ଲେଖିଥିଲା ଜଣାପଡ଼ିବ।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...