AFFILIATE MARKETING

https://binomo.com?a=90810425bb57&t=0

Friday, August 22, 2025

ଉପକୁଳ ସମାଚାର

ଉପକୁଳ ସମାଚାର 
ଉପସ୍ତାପକ ଶେଖର ଦାସ 
ଆସନ୍ତା ୩ ବର୍ଷରେ ରାଜ୍ୟରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ବି ଏସ୍ ଇ ଓ ସି ଏଚ୍ ଏସ୍ ଇ ବୋର୍ଡ ମିଶିଯିବ।ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ମିଳିବ।

ଭୁବନେଶ୍ୱର:ସେପ୍ଟେମ୍ବର ୧୮ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ୨୫ ଯାଏଁ ଚାଲିବ।

ନୂତନ ପ୍ରଶ୍ନପତ୍ର ପ୍ରସ୍ତୁତିରେ ବିଳମ୍ବ,୩୧ ରେ ହେବାକୁ ଥିବା ସ୍ପେଶାଲ ଓଟିଇଟି ପରୀକ୍ଷା ସ୍ଥଗିତ, ଖୁବ ଶୀଘ୍ର ପରୀକ୍ଷା ନେଇ ଘୋଷଣା ହେବ।

ଅଗଷ୍ଟ ୩୧ ସ୍ୱାୟତ୍ତ ଶାସନ ଦିବସରେ ଘୋଷଣା ହେବ ରାଜ୍ୟର ଆଉ ୯ NACର ନାଁ।

୨୫ ତାରିଖରେ ରେ ବଙ୍ଗୋପସାଗରରେ ଲଘୁଚାପ, ୨୬ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା।

ଓ ଏ ଏସ୍  ଅଧିକାରୀ ଲଲାଟେନ୍ଦୁ ସାହୁ ହେଲେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ।

ଭୁବନେଶ୍ୱର:କୃଷି ଅଧିକାରୀମାନଙ୍କୁ ନିଯୁକ୍ତ ସ୍ଥାନରେ ଯୋଗଦେବା ପାଇଁ ବିଜ୍ଞପ୍ତି ଜାରି, ଖିଲାପକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ।

ନବୀନ ନିବାସରେ ବିଜେଡି ନେତାଙ୍କ ଭିଡ଼, ଶୀଘ୍ର କର୍ମକ୍ଷେତ୍ରକୁ ଫେରିବେ ନବୀନ,ପାଣ୍ଡିଆନ ଦମ୍ପତି ସେବା କରୁଛନ୍ତି।

ସଡ଼କ ସୁରକ୍ଷା ସଚେତନତାରେ ସହଭାଗୀ ହେବେ  ଦୁର୍ଗା ପୂଜା କମିଟି, ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ପରିବହନ ଆୟୁକ୍ତ।

ଆଇପିଏସ ସ୍ତରରେ ଅଦଳବଦଳ, ପ୍ରତୀକ ସିଂ ପୁରୀ ଏସପି ଭାବେ ନିଯୁକ୍ତ।ସନ୍ତୋଷ ବାଲା ହେଲେ ନିର୍ଦ୍ଦେଶକ, ଏସଏଫଏସଏଲ । 

ବ୍ୟାସନଗର: ପରକୀୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀକୁ ପଥରରେ ଛେଚି ହତ୍ୟା, ସ୍ବାମୀ ଗିରଫ।

ଗୁରୁବାର ରାତି ୯.୨୦ ସମୟରେ କଟକ ଗୋପାଳପୁରରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଚାଲିଗଲା ସ୍ଵାମୀ-ସ୍ତ୍ରୀଙ୍କ ଜୀବନ।

କଟକ:ପୂଜାରେ ବଡ଼ ତୋରଣ ଉପରେ କଟକଣା ଲଗାଇଲେ କୋର୍ଟ, ୬୫ ଡେସିବଲ୍ ରୁ ଅଧିକ ସାଉଣ୍ଡ ମନା।

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ୨୦୨୫, ଆବେଦନ କରିବାର ଶେଷ ତାରିଖ ୪ ଅକ୍ଟୋବର, ରହିଛି। ୨୦୨୫, ୨୬ ଶିକ୍ଷାବର୍ଷ ପାଇଁ ୫ ହଜାର ୧୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି। 

ନୂଆ ଦିଲ୍ଲୀ:ନାମାଙ୍କନ ଦାଖଲ କଲେ ଇଣ୍ଡିମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ, ପ୍ରସ୍ତାବକ ରହିଲେ କଂଗ୍ରେସ ସାଂସଦ।

ଏସିଆ କପ୍‌ : ପାକ୍‌ ସହ ଖେଳିବାକୁ ଟିମ୍‌ ଇଣ୍ତିଆକୁ ଗ୍ରୀନ ସିଗନାଲ; ଦ୍ୱିପାକ୍ଷିକ ସିରିଜକୁ ନା।

ସଂସଦର ମୈ।ସୁମୀ ଅଧିବେଶନ ଶେଷ, ଲୋକସଭା ୩୭ ଘଣ୍ଟା, ରାଜ୍ୟ ସଭା ୪୧ ଘଣ୍ଟା ହେଲା କାର୍ଯ୍ୟକ୍ଷମ।

ମିଥ୍ୟା ବିଜ୍ଞାପନ ପାଇଁ ରାପିଡୋ ଉପରେ ୧୦ ଲକ୍ଷ ଜୋରିମାନା ଲଗାଇଲେ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ।

ଟ୍ରମ୍ପ ପ୍ରଶାସନଙ୍କୁ ନିକି ହେଲିଙ୍କ ଚେତାବନୀ, ଚୀନ୍‌କୁ ଲଗାମ ଲଗାଇବାକୁ ହେଲେ ଭାରତ ସହ ସଂପର୍କ ସୁଧାର

ୟୁକ୍ରେନକୁ ବଡ ଝଟକା ଦେଲା ରୁଷ: ଜେଲେନ୍ସକିଙ୍କ ସହ ଆଲୋଚନା ସମ୍ଭାବନା କମ୍‍।
ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...