AFFILIATE MARKETING

https://binomo.com?a=90810425bb57&t=0

Saturday, August 30, 2025

ଭାଙ୍ଗୁଛି ଗଡ଼, ମାଡ଼ୁଛି ବିଜେପି... ବିଜେଡି ହାତରୁ ଛଡ଼ାଇ ନେଉଛି ବ୍ଲକ

ଭୁବନେଶ୍ୱର,୨୯/୦୮: କୋରାପୁଟରୁ  ଯାଜପୁର, କେନ୍ଦୁଝରରୁ କଟକ, ଗଞ୍ଜାମରୁ  ଢେଙ୍କାନାଳ ଯାଏଁ ଭାଙ୍ଗୁଛି ବିଜେଡି ଗଡ଼ । ମାଡ଼ୁଛି  ବିଜେପି । ଗୋଟିଏ ପରେ ଗୋଟିଏ ବ୍ଲକ ଦଖଲ  କରି ଚାଲିଛି ବିଜେପି । ସରକାରକୁ ଆସିବା ପରେ  ପ୍ରାୟ ୧୪ଟି ବ୍ଲକ ବିଜେପି ଦଖଲକୁ ପଳାଇଲାଣି ।  ଦଳର ଦାବି- ଏ ତାଲିକା ଆହୁରି ଲମ୍ବିବ ।  

୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଳ  ବଢ଼ାଇ ଚାଲିଛି ବିଜେପି । ରାଜ୍ୟରେ ବିଜେପି  କ୍ଷମତାକୁ ଆସିବା ପରେ ତୃଣମୂଳ ସ୍ତରରେ  ବିଜେଡି ଭାଙ୍ଗିବା ଆରମ୍ଭ କରିଛି । ଅନେକ ବ୍ଲକ  ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମିତିସଭ୍ୟ ଏବଂ ସରପଞ୍ଚ  ଶଙ୍ଖ ଶିବିରରୁ ସିଧା ପଦ୍ମ ଦଳକୁ ଡିଆଁ ମାରୁଛନ୍ତି ।  ଯେଉଁଠି ବ୍ଲକ ଅଧ୍ୟକ୍ଷ ବିଜେପି ଆଡ଼କୁ ଢଳୁ  ନାହାନ୍ତି, ସେଠି ଅନାସ୍ଥା ଚାଲ୍‌ରେ ବିଜେଡିକୁ ମାତ୍‌  ଦେଉଛି ବିଜେଡି ।  

କେଉଁଠି ଅନାସ୍ଥା ତ କେଉଁଠି ମିଶ୍ରଣ  ଗୋଟିରେ ବିଜେପି ବ୍ଲକ ଦଖଲ କରି ଚାଲିଛି ।  ଗଞ୍ଜାମ ଓ କେନ୍ଦୁଝରରେ ବିଜେଡିକୁ ସବୁଠୁ  ବଡ଼ ଝଟକା ଲାଗିଛି । ବିଜେପି ସରକାର ହେବା  ପରେ ଗଞ୍ଜାମର ଖଲ୍ଲିକୋଟ, କବିସୂର୍ଯ୍ୟନଗର,  ପୁରୁଷୋତ୍ତମପୁର ବ୍ଲକ ବିଜେଡି ହାତରୁ  ଖସିଯାଇଛି । ବେଲଗୁଣ୍ଠା ବି ବିଜେପି ନଜରରେ ରହିଛି । 

ବିଜେଡିର ଗଡ଼ ଥିବା ଯାଜପୁର ଦଖଲ ପାଇଁ  ମିଶନରେ ବାହାରିଛି ବିଜେପି । ବଡ଼ଚଣା ବ୍ଲକର  ଅଧ୍ୟକ୍ଷ, ଉପାଧ୍ୟକ୍ଷ ବିଜେଡି ଛାଡ଼ି ବିଜେପିକୁ  ଡେଇଁଛନ୍ତି ସମର୍ଥିତ ସମିତିସଭ୍ୟଙ୍କ ସହ ।  ଏହାସହ ବଡ଼ଚଣା ଏବେ ବିଜେପି ଦଖଲରେ ।  ଧର୍ମଶାଳା ବି ଖୁବଶୀଘ୍ର ବିଜେପି ଦଖଲକୁ  ଆସିଯିବ । ଅନାସ୍ଥା ଭୟରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଭାଇ ପ୍ରଭାତ ବଳବନ୍ତରାୟ  ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା  ପରେ ଏହା ଏକପ୍ରକାର ବିଜେପି ହାତକୁ ଯିବା ଥୟ ହୋଇଯାଇଛି ।  

ଏହା ପୂର୍ବରୁ କେନ୍ଦୁଝର ଜିଲ୍ଲାର ସଦର,  ସାହାରପଡ଼ା, ପାଟଣା ବ୍ଲକକୁ ବିଜେଡି ହାତରୁ  ଛଡ଼ାଇ ନିଜ ଅକ୍ତିଆରକୁ ନେଇଛି ଶାସକ ବିଜେପି  ଦଳ । ମୟୂରଭଞ୍ଜର ଉଦଳା, ନବରଙ୍ଗପୁରର  ତେନ୍ତୁଳିଖୁଣ୍ଟି ଏବଂ କୋରାପୁଟର ଜୟପୁର ବ୍ଲକକୁ  ଦଖଲକୁ ନେଇ ସାରିଲାଣି ବିଜେପି । ଢେଙ୍କାନାଳର  ସଦର ବ୍ଲକ ବିଜେଡି ହାତରୁ ବିଜେପିକୁ  ପଳାଇଛି । କେନ୍ଦ୍ରାପଡ଼ାର ମହାକାଳପଡ଼ା ବ୍ଲକରେ  ଅନାସ୍ଥା ଆଣି ବିଜେପି ବିଜେଡିକୁ କ୍ଷମତାଚ୍ୟୁତ  କରିବାରେ ସଫଳ ହୋଇଛି । ନିକଟରେ  ଜଟଣୀ ବ୍ଲକରୁ ବିଜେଡିକୁ କ୍ଷମତାଚ୍ୟୁତ  କରିବାକୁ ଉଦ୍ୟମ ହୋଇଥିଲା । ସାମୟିକ  ଭାବେ ଏ ବିପଦ ବିଜେଡି ପାଇଁ ଟଳିଯାଇଛି ।  ମାତ୍ର ଆଗକୁ କ’ଣ ହେବ, କହିବା ମୁସ୍କିଲ । 

ଏହାବାଦ୍‌ ବି ବହୁ ବ୍ଲକରେ ବିଜେଡିର  ଅଧ୍ୟକ୍ଷ, ଉପାଧ୍ୟକ୍ଷ ବିଜେପି ସହ ଭିତିରି  ବୁଝାମଣା କରି କ୍ଷମତାରେ ଅଛନ୍ତି । ଯେଉଁଠି  ବିଜେପିର ବିଧାୟକ ଅଛନ୍ତି, ସେଠାରେ ବିଜେଡି  ବ୍ଲକ ଅଧ୍ୟକ୍ଷମାନେ ବିଧାୟକଙ୍କ କଥାରେ କାମ  କରୁଛନ୍ତି । ଆଉ ଯେଉଁଠି ବିଜେଡି ବିଧାୟକ  ଅଛନ୍ତି, ସେଠାରେ ବି କେତେକ ବ୍ଲକ ଅଧ୍ୟକ୍ଷ ଭିତିରି ବୁଝାମଣା କରି ଶାସକ ଦଳ ସହ  ସୁସମ୍ପର୍କ ରକ୍ଷା କରୁଥିବା ଖବର ମିଳୁଛି ।  ତୃଣମୂଳସ୍ତରରେ ଏଭଳି ସ୍ଥିତି ବିଜେଡି ଶିବିର  ପାଇଁ ଆଣିଛି ମୁଣ୍ଡବ୍ୟଥା ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...