AFFILIATE MARKETING

https://binomo.com?a=90810425bb57&t=0

Friday, August 15, 2025

ସ୍ୱାଧୀନତା ଦିବସରେ ଫୁଟିଲା ଗୁଳି, ମାତମରେ ପରିଣତ ହେଲା ଉତ୍ସବ

୩ ମୃତ, ଅନେକ ଆହତ

କରାଚୀ, ୧୪/୮: ପାକିସ୍ତାନର ଆଜି ସ୍ୱାଧୀନତା ଦିବସ। ସାରା ଦେଶ ଆଜି ସ୍ୱାଧୀନତା ଦିବସ ପାଳନ ପାଇଁ ଉତ୍ସବମୁଖର ହୋଇ ଉଠିଛି। ହେଲେ ଏହି ଉତ୍ସବ ପାଳନ ଆଣି ଦେଇଛି ମାତମ। ସ୍ୱାଧୀନତା ଦିବସ ପାଳନ ସମୟରେ କରାଚୀରେ ବେପରୁଆ ଫାଙ୍କା ଗୁଳି ଚାଳନା ଯୋଗୁଁ ଜଣେ ବରିଷ୍ଠ ନାଗରିକ ଏବଂ ଜଣେ ଆଠ ବର୍ଷର ଝିଅ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସହର ସାରା ପୃଥକ ପୃଥକ ଘଟଣାରେ ଆହୁରି ୬୪ ଜଣ ଗୁଳି ମାଡ଼ରେ ଆହତ ହୋଇଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଅଜିଜାବାଦରେ ଯୁବତୀ ଜଣଙ୍କୁ ଗୁଳିରେ ଆଘାତ ଲାଗିଥିଲା। କୋରାଙ୍ଗିରେ ଷ୍ଟିଫେନ୍ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଉଦ୍ଧାରକାରୀ ଦଳଗୁଡ଼ିକ କରାଚୀରେ ୧୨ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ଦେଇଛନ୍ତି।

ପୋଲିସ ରିପୋର୍ଟ ଅନୁଯାୟୀ ପାକିସ୍ତାନର ଲିଆକତାବାଦ, କୋରାଙ୍ଗି, ଲିଆରି, ମେହମୁଦାବାଦ, ଅଖତାର କଲୋନି, କିଆମାରି, ଜ୍ୟାକସନ, ବଲଦିଆ, ଓରାଙ୍ଗି ଟାଉନ ଏବଂ ପାପୋଶ ନଗରରେ ଉତ୍ସବ ବେଳେ ଫାଙ୍କା ଗୁଳି ଚାଳନା ହୋଇଥିଲା। ଶରିଫାବାଦ, ଉତ୍ତର ନାଜିମାବାଦ, ସୁରଜାନି ଟାଉନ, ଜମାନ ଟାଉନ ଏବଂ ପାଞ୍ଜିରେ ମଧ୍ୟ ଏହିଭଳି ମାମଲା ସାମନାକୁ ଆସିଛି।

ଆହତମାନଙ୍କୁ ସିଭିଲ୍, ଜିନ୍ନା ଏବଂ ଆବାସି ସହିଦ ହସ୍ପିଟାଲ ସହିତ ଗୁଲିସ୍ତାନ-ଏ-ଜୌହର ଏବଂ ସହରର ଅନ୍ୟାନ୍ୟ ସ୍ଥାନରେ ଘରୋଇ ଚିକିତ୍ସା କେନ୍ଦ୍ରକୁ ପଠାଯାଇଛି। ବିଭିନ୍ନ ଅଞ୍ଚଳରୁ ୨୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି ଏବଂ ସେମାନଙ୍କଠାରୁ ବନ୍ଧୁକ ଏବଂ ଅଫୁଟା ଗୁଳି ଜବତ କରିଛନ୍ତି।

୨୦୨୪ ମସିହାରେ ସମାନ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଗୁଳି ଚାଳନାରେ ଅତି କମରେ ୯୫ ଜଣ ଆହତ ହୋଇଥିଲେ ଏବଂ ୨୦୨୩ରେ ୮୦ ଜଣ ଆହତ ହୋଇଥି

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...