ନୂଆଦିଲ୍ଲୀ, ୧୫/୮: ଦେଶର ୭୯ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମେ ଜାତୀୟ ପତାକା ଗାର୍ଡ, ଭାରତୀୟ ବାୟୁସେନା, ସେନା, ନୌସେନା ଏବଂ ଦିଲ୍ଲୀ ପୋଲିସ ଦ୍ୱାରା ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ମଧ୍ୟ ଗ୍ରହଣ କରାଯାଇଥିଲା। ଲାଲକିଲ୍ଲାରେ ପହଞ୍ଚିବା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ପହଞ୍ଚି ମହାତ୍ମାଗାନ୍ଧୀଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଅବସରରେ ଲାଲକିଲ୍ଲାରେ ଲଗାତାର ୧୨ ଥର ପାଇଁ ଦେଶବାସୀଙ୍କୁ ମୋଦି ସମ୍ବୋଧନ କରିଥିଲେ। ସ୍ବାଧୀନତା ଦିବସ ଇତିହାସର ସବୁଠୁ ଲମ୍ବା ଭାଷଣ ଦେଲେ ମୋଦି। ୧୦୩ ମିନିଟ ଯାଏ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି କହିଛନ୍ତି, ସ୍ବାଧୀନତାର ମହାପର୍ବ, ସଂକଳ୍ପର ପର୍ବ। ଏହି ମହାପର୍ବ ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ଆଜି କୋଣ ଅନୁକୋଣରେ ଗୋଟିଏ ମନ୍ତ୍ର- ଦେଶ ପ୍ରଥମ। ସମ୍ବିଧାନ ହିଁ ଦେଶକୁ ନୂଆ ଦିଗ ଦେଖାଇଛି। ଆଜିର ଦିନରେ ସମ୍ବିଧାନ ନିର୍ମାତାଙ୍କୁ ନମନ କରୁଛି।
ଆତ୍ମନିର୍ଭରଶୀଳ ଭାରତ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆତ୍ମନିର୍ଭର ଭାରତ ବିକଶିତ ଭାରତର ମୂଳଦୁଆ। ମିଶନ ମୋଡ଼ରେ ସେମି କଣ୍ଡକ୍ଟର ଉପରେ କାମ ଜାରି ରହିଛି। ଚଳିତ ବର୍ଷ ସୁଦ୍ଧା ବଜାରକୁ ଆସିବ ମେଡ ଇନ ଇଣ୍ଡିଆ ସେମି କଣ୍ଡକ୍ଟର।
ସେହିପରି ଯୁବପିଢିଙ୍କ ପାଇଁ ବିକଶିତ ଭାରତ ରୋଜଗାର ଯୋଜନାର ଘୋଷଣା କରିଛନ୍ତି ମୋଦି। ଯୁବକଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଯୋଜନା ଲାଗୁ କରିଛନ୍ତି। ଦେଶରେ ସାଢ଼େ ୩ କୋଟି ଯୁବକଙ୍କୁ ରୋଜଗାର ମିଳିବ ବୋଲି କହିଛନ୍ତି। ଏହା ସହିତ, ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି କରୁଥିବା ପିଲାଙ୍କୁ ସରକାର ୧୫,୦୦୦ ଟଙ୍କା ପ୍ରଦାନ କରିବେ।
ଏଥିର ଦୀପାବଳିରେ ଦେଶବାସୀଙ୍କୁ ଉପହାର ଦେବାକୁ ଯାଉଛି। GSTରେ ଆମେ ସଂସ୍କାର ଆଣିବାକୁ ଯାଉଛୁ। ଖୁବଶୀଘ୍ର ସୁଦର୍ଶନ ଚକ୍ର ମିଶନ ଆରମ୍ଭ ହେବ। ଯାହା ଦ୍ୱାରା ରାଷ୍ଟ୍ରୀୟ ସୁରକ୍ଷା କବଚ ବିସ୍ତାର ହେବ। ୨୦୩୫ ସୁଦ୍ଧା ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ସୁରକ୍ଷା କବଚ ଦେବୁ। ଶ୍ରୀଘ୍ର ସୁଦର୍ଶନ ଚକ୍ର ମିଶନ ଆରମ୍ଭ କରିବାକୁ ଯାଉଛୁ। ସୁଦର୍ଶନ ଚକ୍ର ମିଶନ ପାୱାରଫୁଲ୍ ୱିପେନ୍ ସିଷ୍ଟମ। ଶତ୍ରୁର ଆକ୍ରମଣକୁ ଏହା ବିଫଳ କରିବ।
ସେହିପରି ଅନୁପ୍ରବେଶ ରୋକିବାକୁ ଡେମୋଗ୍ରାଫି ମିଶନ ଆରମ୍ଭ ହେବ ବୋଲି ମୋଦି କହିଛନ୍ତି। ସୀମାବର୍ତ୍ତୀ ଅଞ୍ଚଳରେ ଡେମୋଗ୍ରାଫି ବଦଳୁଛି। ଡେମୋଗ୍ରାଫି ବଦଳାଇବା ପାଇଁ ଷଡଯନ୍ତ୍ର ଚାଲିଛି। ଅନୁପ୍ରବେଶକାରୀ ମାନେ ଆମ ଯୁବକ ଯୁବତୀଙ୍କୁ ଭ୍ରମିତ କରୁଛନ୍ତି। ଅନୁପ୍ରବେଶ ରୋକିବା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛୁ। ତେଣୁ ହାଇ ପାୱାର ଡେମୋଗ୍ରାଫି ମିଶନ ଆରମ୍ଭ ହେବ ବୋଲି ମୋଦି କହିଛନ୍ତି।

 
 
No comments:
Post a Comment