AFFILIATE MARKETING

https://binomo.com?a=90810425bb57&t=0

Wednesday, August 13, 2025

ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ସଂକୁଚିତ ପ୍ରସ୍ତାବ ଗ୍ରହଣୀୟ ନୁହେଁ: ବିଜେଡି

ଏହା ତ୍ରିସ୍ତରୀୟ ପଞ୍ଚାୟରାଜ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ଉଦ୍ୟମ ଗ୍ରହଣୀୟ ନୁହେଁ

ଏହା ସରକାରଙ୍କ ବାବୁରାଜକୁ ପ୍ରୋତ୍ସାହନ ଦେଉଛି

ଭୁବନେଶ୍ୱର, ୧୩/୮: ବ୍ଲକ ଅଧ୍ୟକ୍ଷମାନଙ୍କ କ୍ଷମତାକୁ ସଂକୁଚିତ କରିବା ପାଇଁ ସରକାର ଏକ ନିର୍ଦେଶନାମା ଜାରି କରିବାକୁ ଯାଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ବେଳେ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହା ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି ବୋଲି କହିଛି ।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ କହିଛନ୍ତି, ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନିର୍ଦ୍ଦେଶନାମାରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଲରେ କେବଳ ବିଡ଼ିଓଙ୍କ ଦସ୍ତଖତ ରହିବ । ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ, ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେଲେ ବ୍ଲକ ଅଧ୍ୟକ୍ଷଙ୍କ ଦସ୍ତଖତ ଆବଶ୍ୟକ ହେଉଥିଲା ଓ ଏହି ପ୍ରକଳ୍ପ ଗୁଡିକ ୧୦ ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ରହୁଥିଲା । ତେଣୁ, ୨୦ ଲକ୍ଷ ପର୍ଯ୍ୟନ୍ତ କେବଳ ବିଡ଼ିଓଙ୍କ ଦସ୍ତଖତ ରହିବା ନିୟମ ହେଲେ, ବ୍ଲକ ଅଧ୍ୟକ୍ଷ ମାନଙ୍କ କ୍ଷମତା କେବଳ ସଂକୁଚିତ ନୁହେଁ ବରଂ ସଂପୂର୍ଣ୍ଣ ଶୂନରେ ପରିଣତ ହେବ । ଏହି ପରିପ୍ରେକ୍ଷୀରେ, ନିର୍ଦ୍ଦେଶନାମା ଜାରି କରିବା ପଛରେ ରାଜ୍ୟ ସରକାରଙ୍କର କି ଆଭିମୁଖ୍ୟ ରହିଛି ତାହା ସ୍ପଷ୍ଟ ହେବା ଦରକାର ।
ଶ୍ରୀ ଅମାତ କହିଛନ୍ତି, ଏହି ପ୍ରସ୍ତାବିତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଲେ, ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ଉପରେ କୁଠାରଘାତ ହେବ । ପଞ୍ଚାୟତରାଜ ବ୍ୟବସ୍ଥା ଅନୁଯାୟୀ, ତୃଣମୂଳ ସ୍ତରକୁ କ୍ଷମତା ପ୍ରଦାନ କରାଯିବା କଥା କିନ୍ତୁ ଏହି ନିର୍ଦ୍ଦେଶନାମା ମାଧ୍ୟମରେ ତୃଣମୂଳ ସ୍ତରରୁ, ବିଶେଷକରି ନିର୍ବାଚିତ ପ୍ରତିନିଧି ମାନଙ୍କ ଠାରୁ କ୍ଷମତା କାଢି ନେବା ପାଇଁ ପ୍ରୟାସ କରାଯାଉଛି । ତେଣୁ, ଏହି ନିର୍ଦ୍ଦେଶନାମା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।  ରାଜ୍ୟ ବିଜେପି ସରକାର ବାବୁ ରାଜ ବିରୋଧରେ ଯୁକ୍ତି ବାଢି ଆସୁଥିବା ବେଳେ, ଏହି ନିର୍ଦ୍ଦେଶନାମା ବାବୁରାଜକୁ ପ୍ରୋତ୍ସାହନ ଦେଲାଭଳି ଲାଗୁଛି । ଏଥିରୁ ସ୍ପଷ୍ଟ ଭାବେ, ବିଜେପିର ଦୋମୁହାଁ ନୀତି ପଦାକୁ ଆସୁଛି । ତେଣୁ, ଏହି ପ୍ରସ୍ତାବିତ ନିର୍ଦ୍ଦେଶନାମାକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ଅମାତ ଦାବୀ କରିଛନ୍ତି ।

No comments:

COASTAL NEWS

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି...