AFFILIATE MARKETING

https://binomo.com?a=90810425bb57&t=0

Wednesday, August 13, 2025

ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହର ଘର ତ୍ରିିରଙ୍ଗା ଯାତ୍ରାଯୋଗଦେଲେ ବିଧାୟକ ବାବୁ ସିଂ

ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହର ଘର ତ୍ରିିରଙ୍ଗା ଯାତ୍ରା

ଯୋଗଦେଲେ ବିଧାୟକ ବାବୁ ସିଂ

ଭୁବନେଶ୍ୱର, ୧୩/୦୮:ଆଉ ଦିନ କେଇଟା ପରେ ସାରା ଦେଶ ପାଳିବ ୭୯ ତମ ସ୍ବାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଫରଫର ହୋଇବ ତ୍ରିରଙ୍ଗା । ବ୍ରିଟିଶ କବଳରୁ ଦେଶରୁ ରକ୍ଷା କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବ ଦେଶ । ତେବେ ଏହି ଅବସରରେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଲିଙ୍ଗରାଜ ମଣ୍ଡଳ , ଧଉଳୀ ମଣ୍ଡଳ, ରାଜାରାଣୀ ମଣ୍ଡଳ ର ବିଭିନ୍ନ ସ୍ଥାନରେ ହର ଘର ତ୍ରିରଙ୍ଗା ଯାତ୍ରା ରେ ଯୋଗଦେଲେ ବିଧାୟକ ବାବୁ ସିଂ । ସ୍ୱାଧୀନତାର ୭୬ ବର୍ଷ ପରେ ରାଷ୍ଟ୍ର ଭକ୍ତି ଜାତୀୟତାବାଦ, ଦେଶଭକ୍ତି ଓ ଦେଶରେ ଏକତା ଅଖଣ୍ଡତା ରକ୍ଷା କରିବା ପାଇଁ ଏବଂ ଦେଶକୁ ଶକ୍ତିଶାଳୀ କରିବା ଦେଶର ୧୪୦କୋଟି ଲୋକଙ୍କୁ ଦଳ, ମତ, ଜାତି ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ୍ କରିବା ନିହାତି ଆବଶ୍ୟକ । ସମସ୍ତଙ୍କୁ ଦେଶ ମାତୃକାର ସେବା କରିବା ଓ ଭାରମାତାର ପୂଜନ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଛି । ସମାଜର ୭୨ ଭାଗ ହେଉଛି ଯୁବ ସମାଜ ଏବଂ ବିଶେଷ କରି ଏହି ଯୁବ ସମାଜ ଏଥିରେ ଅନୁପ୍ରାଣିତ ହୋଇଛନ୍ତି । ଗତ କିଛିବର୍ଷ ଧରି ପାର୍ଟିର କାର୍ଯ୍ୟକର୍ତାମାନେ ସମସ୍ତ ଦେଶବାସୀଙ୍କ ସହ ମିଶି ସାରା ଦେଶରେ ହର୍ଷୋଲ୍ଲାସ ସହିତ ଦେଶର ଏକତା ତଥା ଅଖଣ୍ଡତା ଉଦ୍ଦେଶ୍ୟରେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ‘ହର ଘର ତ୍ରିିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ଓ ଅନୁଷ୍ଟାନରେ ‘ହର ଘର ତ୍ରିରଙ୍ଗା’ ଉତୋଳନ କରାଯିବା ସହିତ ମହାପୁରୁଷ ଏବଂ ବରପୁତ୍ରମାନଙ୍କ ପ୍ରତିମୂର୍ତି ଓ ସ୍ମାରକୀ ଉପରେ ପୁଷ୍ପାଞ୍ଜଳୀ ଅର୍ପଣ କରାଯିବ।ଏକାମ୍ର ର ବିଭିନ୍ନ ସ୍ଥାନରେ ହର ଘର ତ୍ରିିରଙ୍ଗା ଯାତ୍ରା କରାଯିବ। ସାଧାରଣ ଜନତା ମଧ୍ୟ ଏ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଧାୟକ ଶ୍ରୀ ସିଂ ଏକାମ୍ର ବାସୀଙ୍କୁ ନିବେଦନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର,ମଣ୍ଡଳ ସଭାପତି ସୁରୀୟକକାନ୍ତ ସାହୁ, ସଂଗ୍ରାମ ମାର୍ଥା,ଦୁର୍ଗାପ୍ରସାଦ ମହାପାତ୍ର ଓ ସମସ୍ତ ଦଳୀୟ ପଦାଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...