AFFILIATE MARKETING

https://binomo.com?a=90810425bb57&t=0

Sunday, August 24, 2025

କଟକ ନୂଆପଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ- ୨ର ଦ୍ୱିତୀୟ କ୍ୟାମ୍ପସ ପାଇଁ ଭୂମିପୂଜନ

ଏଠାରେ ଶିଶୁ ବାଟିକା ସହ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବେ ଛାତ୍ରଛାତ୍ରୀ

ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ୨ ବର୍ଷ ମଧ୍ୟରେ ନୂତନ ଭବନ ନିର୍ମାଣ ହେବ: ଧର୍ମେନ୍ଦ୍ର ପ୍ରଧାନ

କଟକ, ୨୩/୮: କଟକ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଜାତୀୟ ମହାକାଶ ଦିବସ’ ଅବସରରେ ମଧୁପାଟଣା ନୂଆପଡ଼ା ଠାରେ ବହୁ ପ୍ରତିକ୍ଷୀତ କେନ୍ଦ୍ରୀୟ ବିଦ୍ୟାଳୟ -୨ର ଦ୍ୱିତୀୟ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କଟକ ବିଶେଷ ଭାବରେ ନୂଆପଡ଼ାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଆଗକୁ ଗଣେଶ ପୂଜା ଆସୁଥିବା ବେଳେ ଏହି କ୍ୟାମ୍ପସର ଶ୍ରୀଗଣେଶ ହେବା ଅଞ୍ଚଳବାସୀଙ୍କ ପାଇଁ ବଡ଼ ଉପଲବ୍ଧି । ପୂର୍ବ ସରକାରଙ୍କ ଅସହଯୋଗ କାରଣରୁ ଏହି କ୍ୟାମ୍ପସ ନିର୍ମାଣ ପ୍ରକ୍ରିୟାରେ ବିଳମ୍ବ ପରିଲକ୍ଷିତ ହୋଇଥିଲା । କଟକର ଜନପ୍ରତିନିଧି ଏବଂ ଅଞ୍ଚଳବାସୀଙ୍କ ଉଦ୍ୟମ କାରଣରୁ ବିଜେପି ସରକାରରେ ଏହାର କାମ ଆଗେଇ ପାରିଛି । ଆଗାମୀ ୨ ବର୍ଷ ମଧ୍ୟରେ ପାଖାପାଖି ୪୦ କୋଟି ଟଙ୍କା ଖର୍ଚ୍ଚ କରି ଏଠାରେ ନୂଆ ଭବନ ନିର୍ମାଣ କରାଯିବ । ଶିଶୁ ବାଟିକା ସହ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯିବାର ସୁବିଧା କରାଯିବ । ଶ୍ରେଣୀଗୃହ ଏବଂ ଛାତ୍ରଛାତ୍ରୀଙ୍କୁ ଉପଯୋଗୀ ହେବା ଭଳି ଆନୁଷଙ୍ଗିକ ବ୍ୟବସ୍ଥା ତିଆରି କରାଯିବ, ଯ ଦ୍ୱାରା ବର୍ତ୍ତମାନ ପଢୁଥିବା ୪୦୦ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଏହି ବିଦ୍ୟାଳୟ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷା ଆବଶ୍ୟକତାକୁ ପୂରଣ କରିବ । ଏହି ବିଦ୍ୟାଳୟ ଆକର୍ଷଣୀୟ ବିଦ୍ୟାମନ୍ଦିରର ରୂପ ହେବ, ଯାହା ନବ ଓଡ଼ିଶା ନିର୍ମାଣରେ ନିଜର ଗୁରୁ ଦାୟିତ୍ୱ ତୁଲାଇବ ।

ସେ ଆହୁରି କହିଛନ୍ତି ଯେ ଓଡ଼ିଆ ପିଲାମାନେ ସେତେବେଳେ ବିଶ୍ୱବିଜୟୀ ହେବେ, ଯେତେବେଳେ ସେମାନେ ସବୁ ବିଷୟକୁ ଭଲ ଭାବରେ ବୁଝିପାରିବେ । ସବୁ ବିଷୟ ଭଲ ଭାବରେ ବୁଝିବା ପାଇଁ ହେଲେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷାରେ ଦକ୍ଷ କରିବା ପାଇଁ ହେବ । ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଅବଦୁଲ କଲାମ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପରି ମହାନ ବିଭୂତିମାନେ ନିଜ ମାତୃଭାଷାରେ ପାଠପଢି ଆମ ଦେଶକୁ ଗୌରାବାନ୍ୱିତ କରିଛନ୍ତି । ମାତୃଭାଷାରେ ପାଠ ପଢିଲେ ହିଁ ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ସ୍ୱପ୍ନ ପୂରଣ ହୋଇପାରିବ । କେନ୍ଦ୍ରୀୟ ବିଦ୍ୟାଳୟ ଏ ଦିଗରେ ଅଗ୍ରଣୀ ଭୂମିକା ନେଉ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।

ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଜାତୀୟ ମହାକାଶ ଦିବସର ମହତ୍ୱ ସହ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଦୃଷ୍ଟିକୋଣ ଉପରେ ପଚାରିବୁଝିଥିଲେ । ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...