AFFILIATE MARKETING

https://binomo.com?a=90810425bb57&t=0

Thursday, August 7, 2025

ବର୍ଣ୍ଣ ବୈଷମ୍ୟ ଓ ଜାତିଆଣା: ୬ ବର୍ଷର ଝିଅକୁ ଚୁଟି ଟାଣି ମାରିଲେ

ଭାରତ ଫେରିଯିବାକୁ ଧମକ ଦେଲେ

ଆୟାରଲ୍ୟାଣ୍ଡ, ୭/୮: ଆୟାରଲ୍ୟାଣ୍ଡର ୱାଟରଫୋର୍ଡରେ ଜଣେ ଛଅ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଝିଅଙ୍କୁ ଆକ୍ରମଣ କରିଛନ୍ତି ଆୟାରଲ୍ୟାଣ୍ଡର କିଛି ନାଗରିକ। ଏହି ନାଗରିକ ମାନେ ହେଉଛନ୍ତି ମାତ୍ର ୮ରୁ ୧୦ ବର୍ଷ ବୟସର। ଏହି ପିଲାମାନେ ଛୋଟ ଝିଅଙ୍କୁ ମୁଥା ମାରିଥିଲେ, ତାଙ୍କ ଗୁପ୍ତାଙ୍ଗକୁ ସାଇକେଲରେ ଆଘାତ କରିଥିଲେ ଏବଂ ଜାତିଭେଦପୂର୍ଣ୍ଣ ଗାଳି ଦେଇ ତାଙ୍କୁ “ଭାରତ ଫେରିଯାଅ” ବୋଲି କହିଥିଲେ।

ସୂଚନା ଅନୁଯାୟୀ, ତାଙ୍କ ମାଆ ଜଣେ ନର୍ସ ଓ ସେ ନିକଟରେ ହିଁ ଆୟରଲ୍ୟାଣ୍ଡ ନାଗରିକତା ପାଇଛନ୍ତି। ସେ କହିଛନ୍ତି ଯେ ପିଲାଟି ଏବେ ବାହାରେ ଖେଳିବାକୁ ଭୟ କରୁଛି ଏବଂ ପରିବାର ମଧ୍ଯ ଅସୁରକ୍ଷିତ ଅନୁଭବ କରୁଛନ୍ତି।

ଅଗଷ୍ଟ ୪ ତାରିଖ ସୋମବାର ସନ୍ଧ୍ୟାରେ ସେ ତାଙ୍କ ବନ୍ଧୁମାନଙ୍କ ସହିତ ତାଙ୍କ ଘର ବାହାରେ ଖେଳୁଥିବା ସମୟରେ ଏହି ଆକ୍ରମଣ ଘଟିଥିଲା। ଆକ୍ରମଣ କରିଥିବା ଏହି ଗ୍ୟାଙ୍ଗରେ ପ୍ରାୟ ଆଠ ବର୍ଷର ଏକ ଝିଅ ଏବଂ ୧୨ ରୁ ୧୪ ବର୍ଷର ଏକାଧିକ ପୁଅ ଥିଲେ।

ଏହା ଆୟରଲ୍ୟାଣ୍ଡରେ ପ୍ରଥମ ମାମଲା ନୁହେଁ। ଭାରତୀୟ ବଂଶୋଦ୍ଭବଙ୍କ ଉପରେ ପୂର୍ବରୁ ମଧ୍ୟ ଆକ୍ରମଣ ହୋଇଛି। ଆୟରଲ୍ୟାଣ୍ଡରେ ଭାରତୀୟମାନଙ୍କ ବିରୁଦ୍ଧରେ ଜାତିଭେଦ ଆକ୍ରମଣ ବୃଦ୍ଧି ପାଇବା ଦ୍ୱାରା ସୁରକ୍ଷା ଚିନ୍ତାକୁ ବୃଦ୍ଧି କରିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...