AFFILIATE MARKETING

https://binomo.com?a=90810425bb57&t=0

Monday, August 11, 2025

ଆଖି ବୁଜିଲେ ବରଗଡ଼ ନାବାଳିକା

ଘଟଣାର ତଦନ୍ତ ପାଇଁ ଟିମ୍ ଗଠନ

ବରଗଡ, ୧୧/୮: ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା। ଏ ନେଇ ସୂଚନା ଦେଇଛନ୍ତି ବରଗଡ଼ ଦାୟିତ୍ବରେ ଥିବା ବଲାଙ୍ଗିର ଏସ୍‌ପି ଅଭିଳାଷ.ଜି। ବୁର୍ଲା ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ଶରୀରର ୭୦ ପ୍ରତିଶତ ଅଂଶ ପୋଡି ଯାଇଥିଲା।

ଆଜି ସକାଳେ ବରଗଡ଼ ଜିଲ୍ଳାର ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁରେ ଉକ୍ତ ନାବାଳିକାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗାଁର ଫୁଟବଲ୍ ପଡ଼ିଆରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ନାବାଳିକା ଜଣକ ତାଙ୍କ ମାମୁଁଘରେ ଥିଲେ। ତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ।

ସେ ପୋଡି ଯାଇଥିବା ବେଳେ ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ତାଙ୍କର ଚିକିତ୍ସା କରାଯାଉଥିଲା।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ ଆଇଆଇସି ଟିମ୍ ଗଠନ କରିଛି ପୋଲିସ।ତେବେ ସେ ଆତ୍ମାହୁତି ଉଦ୍ୟମ କରିଥିଲେ କି ତାଙ୍କୁ କେହି ଜାଳି ଦେଇଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...