AFFILIATE MARKETING

https://binomo.com?a=90810425bb57&t=0

Friday, August 22, 2025

ଭୟଙ୍କର ପରିସ୍ଥିତି: ଦୁର୍ଭିକ୍ଷରେ ୫ ଲକ୍ଷ ୧୪ ହଜାର

ଆଗକୁ ଆହୁରି ଜଟିଳ ହେବ ସ୍ଥିତି, ଭୋକରେ ଛଟପଟ ହେବେ ଲକ୍ଷ ଲକ୍ଷ ଲୋକ

ଗାଜା, ୨୨/୮: ଇସ୍ରାଏଲ ସହ ପାଲେଷ୍ଟାଇନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ହମାସ ସହ ଦୀର୍ଘ ବର୍ଷ ହେବ ଯୁଦ୍ଧ ଲାଗି ରହିଛି। ଇତି ମଧ୍ୟରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଜୀବନ ସହ ସଂଘର୍ଷ କରୁଛନ୍ତି। ଗାଜାରେ ବର୍ତ୍ତମାନ ଦୁର୍ଭିକ୍ଷରେ ଅଛନ୍ତି ଲକ୍ଷ ଲକ୍ଷ ଲୋକ। ଆଗକୁ ଆହୁରି ସ୍ଥିତି ଭୟଙ୍କର ହେବାକୁ ଯାଉଛି‌ ବୋଲି ବିଶ୍ୱ କ୍ଷୁଧା ରିପୋର୍ଟରେ ପ୍ରକାଶ ପାଇଛି। ଯାହା ଫଳରେ ପାଲେଷ୍ଟାଇନକୁ ଆହୁରି ମାନବୀୟ ସହାୟତା ଆବଶ୍ୟକ।

ଇଣ୍ଟିଗ୍ରେଟେଡ ଫୁଡ୍ ସିକ୍ୟୁରିଟି ଫେଜ୍ କ୍ଲାସିଫିକେସନ ସିଷ୍ଟମ ଅନୁଯାୟୀ, ଗାଜାର ପ୍ରାୟ ଏକ ଚତୁର୍ଥାଂଶ ପାଲେଷ୍ଟାଇନୀ, ୫ ଲକ୍ଷ ୧୪ ହଜାର ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି। ଯାହା ସେପ୍ଟେମ୍ବର ଶେଷ ସୁଦ୍ଧା ୬, ୪୧ ହଜାରକୁ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ଆଇପିସି ରିପୋର୍ଟ କରିଛି ଯେ ଗାଜା ସିଟିର ଉତ୍ତର ଗଭର୍ଣ୍ଣରେଟରେ ପ୍ରାୟ ୨ ଲକ୍ଷ ୮୦ ହଜାର ଲୋକ ପୂର୍ବରୁ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି। ଡେଇର ଅଲ-ବଲାହ ଏବଂ ଖାନ ୟୁନିସ ମଧ୍ୟ ଆସନ୍ତା ମାସ ସୁଦ୍ଧା ଦୁର୍ଭିକ୍ଷରେ ପଡ଼ିପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଇସ୍ରାଏଲ ଏହି ଫଳାଫଳକୁ ମିଥ୍ୟା ଓ ଏକପାଖିଆ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ଇସ୍ରାଏଲ ଦାବି କରିଛି ଯେ ଏହି ମୂଲ୍ୟାଙ୍କନ ହମାସର ଆଂଶିକ ତଥ୍ୟକୁ ନିଆଯାଇ କରାଯାଇଛି।

ତେବେ ଏହାକୁ ନେଇ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି ଯେ ଗାଜାରେ ଜୀବନ୍ତ ନର୍କ ସହ ଯୋଡି ହୋଇ ଯାଇଛି ଦୁର୍ଭିକ୍ଷ। ଯାହା ମାନବ ନିର୍ମିତ ବିପର୍ଯ୍ୟୟ ଓ ମାନବତାର ବିଫଳତା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଭିକ୍ଷ କେବଳ ଖାଦ୍ୟକୁ ନେଇ ନୁହେଁ ବରଂ ଅତ୍ୟାବଶ୍ୟକ ଭାବେ ବଞ୍ଚିବା ବ୍ୟବସ୍ଥାକୁ ଧ୍ୱଂସ କରୁଛି। ଯାହା ଫଳରେ ଲୋକମାନେ ଭୋକରେ ମରୁଛନ୍ତି ଏବଂ ପିଲାମାନେ ମୃତ୍ୟୁବରଣ କରନ୍ତି। ଇସ୍ରାଏଲ ପାଖରେ ସାଧାରଣ ଲୋକଙ୍କୁ ଖାଦ୍ୟ ଏବଂ ଚିକିତ୍ସା ସେବା ଯୋଗାଇବା ପାଇଁ ସ୍ପଷ୍ଟ ଆଇନଗତ ଦାୟିତ୍ୱ ଅଛି।

ସୂଚନାଯୋଗ୍ୟ, ୨୦୨୩ ଅକ୍ଟୋବର ୭ରେ ହତାସ ପକ୍ଷରୁ ପ୍ରଥମେ ଯୁଦ୍ଧର ଆରମ୍ଭ ହୋଇଥିଲା। ସେତେବେଳେ ହମାସ ଦକ୍ଷିଣ ଇସ୍ରାଏଲରେ ୧,୨୦୦ ଲୋକଙ୍କୁ ହତ୍ୟା କରିଥିଲା ଏବଂ ୨୫୦ ଇସ୍ରାଏଲୀଙ୍କୁ ବନ୍ଧକ କରିଥିଲା। ଏହା ପରେ ଇସ୍ରାଏଲ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ନେଇଥିଲା।, ଇସ୍ରାଏଲର ଆକ୍ରମଣରେ ଏପର୍ଯ୍ୟନ୍ତ ୬୨ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହେଲାଣି। ତେବେ ଏହି ଯୁଦ୍ଧର ଅନ୍ତ ପାଇଁ ଆମେରିକା, କତାର ଏବଂ ଇଜିପ୍ଟ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଛନ୍ତି।

No comments:

COASTAL NEWS

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି...