AFFILIATE MARKETING

https://binomo.com?a=90810425bb57&t=0

Saturday, August 30, 2025

ଯୋଗାଣ ବିଭାଗ ପକ୍ଷରୁ ଗ୍ୟାସ ଏଜେନ୍ସି ଉପରେ ଚଢ଼ାଉ

୫୩୪ଟି ଅଧିକ ଗ୍ୟାସ ଟାଙ୍କି ଜବତ

ଭୁବନେଶ୍ୱର, ୩୦/୮: ଖୋର୍ଦ୍ଧା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀ ଏଣ୍ଟରପ୍ରାଇଜେସ ଗ୍ୟାସ ଏଜେନ୍ସି ଉପରେ ଚଢ଼ାଉ କରାଯାଇଛି । ବିଭିନ୍ନ ଅଭିଯୋଗ ଓ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବରକୁ ଭିତ୍ତିକରି ଖୋର୍ଦ୍ଧା ଯୋଗାଣ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ରୀୟ ମିଶ୍ରଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀ ମାନେ ପ୍ରଥମେ ଆଇଆରସି ଭିଲେଜସ୍ଥିତ ଲକ୍ଷ୍ମୀ ଏଣ୍ଟରପ୍ରାଇଜେସ ଗ୍ୟାସ ଏଜେନ୍ସି କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରିଥିଲେ । ଏଥିରେ ତ୍ରୁଟି ପରିଲିକ୍ଷିତ ହେବାରୁ ଏମ୍ସ,ଭୁବନେଶ୍ୱର ପଛ ପାର୍ଶ୍ଵ ସିଜୁଆ ଠାରେ ଥିବା ଏହାର ଡିପୋ ଉପରେ ଅଚାନକ ଚଢ଼ାଉ କରିବା ପରେ ଏଠାରେ ଉଭୟ ଡୋମେଷ୍ଟିକ ଓ କମରସିଆଲ ସିଲିଣ୍ଡର ଅଧିକ ଥିବାର ଜଣାପଡିଥିଲା । ଏହାର କ୍ଷମତା ଅନୁମତି ୮ ହଜାର କିଲୋଗ୍ରାମ ଥିବାବେଳେ ଅଧିକ ୫ ହଜାର କିଲୋଗ୍ରାମ ଓଜନର ସିଲିଣ୍ଡର ଗ୍ୟାସ ଥିବା ଜଣାପଡିଥିଲା । ଅର୍ଥାତ ଅଧିକ ଥିବା ୫୩୪ଟି ଗ୍ୟାସ ସିଲିଣ୍ଡରକୁ ଜବତ କରାଯାଇଛି। ଏହି ଜବତ ସିଲିଣ୍ଡରକୁ ନିକଟସ୍ଥ ଏଜେନ୍ସିକୁ ଜିମା ଦିଆଯାଇଛି। ଏଥିସହ ସବିଶେଷ ତଦନ୍ତ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ବିପିସିଏଲ ଏରିଆ ସେଲସ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଚଢ଼ାଉ ବେଳେ ବିଏମସି ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ରୋହିତ କୁମାର ଦାସ, ଯୋଗାଣ ନିରୀକ୍ଷକ ଶ୍ରୀ ଦିପ୍ତୀରଞ୍ଜନ ଇନ୍ଦ୍ରସିଂ, ଯୋଗାଣ ନିରୀକ୍ଷକ ଶ୍ରୀ ଯତୀନ କୁମାର ରାଉତ ପ୍ରମୁଖ ସହଯୋଗ କରିଥିଲେ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...