AFFILIATE MARKETING

https://binomo.com?a=90810425bb57&t=0

Friday, August 29, 2025

ଜାପାନରେ ପ୍ରଧାନମନ୍ତ୍ରୀ ମୋଦି: ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଭବ୍ୟ ସ୍ୱାଗତ

ଜାପାନ-ଭାରତ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଦୁଇ ଦିନିଆ ଜାପାନ ଗସ୍ତରେ ଯାଇ ଟୋକିଓରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭାରତ ଉପରେ ନିର୍ଭର ସାରା ବିଶ୍ୱ: ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ, ୨୯/୮: ଦୁଇ ଦିନିଆ ଜାପାନ ଗସ୍ତରେ ଯାଇ ଟୋକିଓରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଟୋକିଓରେ, କଳାକାରମାନଙ୍କ ସମେତ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ତାଙ୍କୁ ସାଂସ୍କୃତିକ ନୃତ୍ୟ ଏବଂ ସଙ୍ଗୀତ ସହିତ ସ୍ୱାଗତ କରିଥିଲେ।

ବିଶ୍ବର ଏକ ବ୍ରାଣ୍ଡ କହି ମୋଦିଙ୍କୁ ପ୍ରଶଂସା କରିଛନ୍ତି ପ୍ରବାସୀ। ମୋଦିଙ୍କ ପାଇଁ ବିଶ୍ବରେ ଭାରତୀୟଙ୍କ ପରିଚୟ ବଦଳିଯାଇଛି ବୋଲି ଭାରତୀୟମାନେ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି “ନମସ୍ତେ, କୋନିଚିୱା, ଜାପାନ,” କହି ଭାରତ-ଜାପାନ ମିଳିତ ଅର୍ଥନୈତିକ ଫୋରମକୁ ସମ୍ବୋଧନ ଆରମ୍ଭ କରିଛନ୍ତି। ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ” ସାରା ବିଶ୍ୱ ଏବେ କେବଳ ଭାରତକୁ ଦେଖୁନାହିଁ, ଭାରତ ଉପରେ ନିର୍ଭର କରୁଛି। ଭାରତର ବିକାଶ ଯାତ୍ରାରେ ଜାପାନ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇଆସିଛି। ମେଟ୍ରୋ ରେଳରୁ ଉତ୍ପାଦନ, ସେମିକଣ୍ଡକ୍ଟରରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ। ଜାପାନୀ କମ୍ପାନୀଗୁଡ଼ିକ ଭାରତରେ ୪୦ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ନିବେଶ କରିଛନ୍ତି।

“ଆଜି ଭାରତରେ ରାଜନୈତିକ ସ୍ଥିରତା, ଆର୍ଥିକ ସ୍ଥିରତା, ନୀତିରେ ସ୍ୱଚ୍ଛତା ରହିଛି। ଦ୍ରୁତ ଅର୍ଥନୀତି ଆଡକୁ ଭାରତ ଅଗ୍ରସର ହେଉଛି। ବହୁତ ଶୀଘ୍ର, ଏହା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ବିଗତ ୧୧ ବର୍ଷରେ ଭାରତର ଦ୍ରୁତ ପ୍ରଗତି ଘଟିଛି। ବିକଶିତ ଭାରତ ଗଠନ କରିବା ଆମର ସର୍ବୋଚ୍ଚ ଲକ୍ଷ୍ୟ।”

“ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ର ପରେ, ଆମେ ପରମାଣୁ ଶକ୍ତି କ୍ଷେତ୍ରକୁ ଘରୋଇ ଉଦ୍ୟୋଗୀଙ୍କ ପାଇଁ ଖୋଲିବାକୁ ଯାଉଛୁ। ଭାରତରେ ପୁଞ୍ଜି ନିବେଶ ପାଇଁ ବିଦେଶୀ କମ୍ପାନୀ ଆଗ୍ରହୀ ଅଛନ୍ତି। ଅଟୋ ମୋବାଇଲ୍ କ୍ଷେତ୍ରରେ ଆଗକୁ ବଢୁଛି ଭାରତ। ବିଜନେସ୍‌ ପାଇଁ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍ କରିଛି। ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ମିଳିମିଶି କାମ କରିବା। ଭାରତ-ଜାପାନ ପାର୍ଟନରସିପ୍‌ର ଅନେକ ସମ୍ଭାବନା ଅଛି। ପରମାଣୁ କ୍ଷେତ୍ରରେ ବି ସଫଳ ସହଭାଗିତା କରିପାରିବା। ନିବେଶ ପାଇଁ ଭାରତ ଉତ୍ତମ ସ୍ଥାନ। ଭାରତରେ ପୁଞ୍ଜି ନିବେଶ କଲେ ଭଲ ରିଟର୍ଣ୍ଣ ରହିଛି” ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ମୋଦିଙ୍କର ଅଷ୍ଟମ ଜାପାନ ଗସ୍ତ। ୧୫ତମ ଭାରତ-ଜାପାନ ଶିଖର ବୈଠକରେ ଯୋଗଦେବେ ମୋଦି। ଏହା ପରେ ମୋଦି ଚୀନ ଗସ୍ତରେ ଯିବେ। ମୋଦି ଶେଷ ଥର ପାଇଁ ୨୦୧୮ରେ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ।

ଆଜି ସକାଳ ୧୦.୩୦ ରୁ ୧୧.୧୦ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନୀ ଏବଂ ଭାରତୀୟ ଶିଳ୍ପର ନେତାମାନଙ୍କ ସହିତ ଏକ ବ୍ୟବସାୟିକ ମିଟିଂରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୧.୩୦ ରୁ ଅପରାହ୍ନ ୧.୧୦ ମଧ୍ୟରେ ଜାପାନର ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ। ଅପରାହ୍ନ ୨.୩୦ ରୁ ୫.୧୫ ପର୍ଯ୍ୟନ୍ତ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହା ପୂର୍ବରୁ ଜେନ୍ ବୌଦ୍ଧ ମନ୍ଦିର ଶୋରିଞ୍ଜାନ-ଦାରୁମା-ଜି ପରିଦର୍ଶନ କରିବେ।

No comments:

COASTAL NEWS

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି...