AFFILIATE MARKETING

https://binomo.com?a=90810425bb57&t=0

Tuesday, August 12, 2025

କୁକୁର ପାଇଁ ସୁପ୍ରିମ କୋର୍ଟର ଚରମ ବାଣୀ

ଦିଲ୍ଲୀରେ ଏକ ଛୋଟ ଝିଅକୁ କୁକୁର କାମୁଡା ଯୋଗୁଁ ରେବିଜ୍ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲା। ଏହା ପରେ ସୁପ୍ରିମକୋର୍ଟ ତୁରନ୍ତ ରାସ୍ତାରୁ ବୁଲା କୁକୁରଙ୍କୁ ଧରି ଆଶ୍ରୟସ୍ଥଳୀରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

‘ତୁରନ୍ତ ରାସ୍ତାରୁ ବୁଲା କୁକୁରଙ୍କୁ ହଟାଅ’

ନୂଆଦିଲ୍ଲୀ, ୧୧/୮: ତୁରନ୍ତ ରାସ୍ତାରୁ ହଟିବେ ବୁଲା କୁକୁର। ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ତୁରନ୍ତ ବୁଲା କୁକୁରମାନଙ୍କୁ ଧରି ସେମାନଙ୍କୁ ସ୍ଥାୟୀ ଭାବରେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କାମୁଡୁଥିବା କୁକୁରଙ୍କୁ ୪ ଘଣ୍ଟା ମଧ୍ୟରେ ଧର ଓ ୮ ସପ୍ତାହ ମଧ୍ୟରେ ରାସ୍ତାରୁ ସବୁ ବୁଲା କୁକୁରଙ୍କୁ ହଟାଇ ଆଶ୍ରୟସ୍ଥଳୀରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଗତ ଜୁନ ମାସରେ ଦିଲ୍ଲୀର ଏନସିଆର ଅଞ୍ଚଳରେ ଏକ ଛୋଟ ଝିଅକୁ କୁକୁର କାମୁଡ଼ି ଦେଇଥିଲା। ଯାହା ପରେ ସେ ରେବିଜ ରୋଗରେ ଆକ୍ରାନ୍ତ ହୋଇ ଜୁଲାଇ ମାସରେ ଉକ୍ତ ଛୋଟ ଝିଅର ମୃତ୍ୟୁ ହୋଇଥିଲା। ଯାହା ପରେ ସୁପ୍ରିମକୋର୍ଟ ନିଜ ଆଡୁ ଏହି ମାମଲାକୁ ନେଇ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ବ୍ୟକ୍ତି କିମ୍ବା ସଂଗଠନ ଏହି ପ୍ରକ୍ରିୟାକୁ ବିରୋଧ କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ବିରୋଧରେ ଅବମାନନା ମାମଲା ହେବ। କୁକୁର କାମୁଡ଼ା ଯୋଗୁଁ ରାବିଜ୍ ହେଉଛି। ତେଣୁ ଏହି ପଦକ୍ଷେପ ନିହାତି ଆବଶ୍ୟକ। କିପରି ସମସ୍ତ ଅଞ୍ଚଳକୁ ବୁଲା କୁକୁର ମୁକ୍ତ କରିବେ, ତାହା ନିର୍ଦ୍ଦିଷ୍ଟ ଅଞ୍ଚଳର କର୍ତ୍ତୃପକ୍ଷଙ୍କୁ ବିଚାର କରିବାକୁ ପଡ଼ିବ‌ବୋଲି ଜଷ୍ଟିସ ଜେବି ପର୍ଦିୱାଲା ଓ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି।

କୋର୍ଟ କହିଛନ୍ତି ଯେ ଏହି ଆଦେଶ “ଆମର ସ୍ୱାର୍ଥ ପାଇଁ ନୁହେଁ, ବରଂ ସାଧାରଣ ଲୋକଙ୍କ ପାଇଁ। କୁକୁର କାମୁଡ଼ା ଯୋଗୁଁ ଛୋଟ ପିଲାମାନେ ରାବିଜ୍ ରୋଗର ଶିକାର ହେଉଛନ୍ତି, ଯାହା କୌଣସି ପରିସ୍ଥିତିରେ ବି ହେବାର କଥିତ ନୁହେଁ। ଛୋଟ ପିଲା ଓ ବରିଷ୍ଠ ନାଗରିକମାନେ କୁକୁର କାମୁଡାକୁ ଭୟ କରି ବାହାରେ ଖୋଲା ଭାବରେ ବୁଲି ପାରୁନାହାନ୍ତି। କିନ୍ତୁ କୁକୁରମାନଙ୍କୁ ସ୍ଥାୟୀ ଆଶ୍ରୟସ୍ଥଳୀରେ ସ୍ଥାନାନ୍ତର କଲେ ସେମାନେ ବିନା ଭୟରେ ବାହାରେ ବୁଲି ପାରିବେ।

ସୁପ୍ରିମକୋର୍ଟ ଦିଲ୍ଲୀ କର୍ତ୍ତୃପକ୍ଷଙ୍କୁ ଆଠ ସପ୍ତାହ ମଧ୍ୟରେ ତୁରନ୍ତ ପର୍ଯ୍ୟାପ୍ତ କର୍ମଚାରୀ ଏବଂ ସିସି ଟିଭି ମନିଟରିଂ ସହିତ କୁକୁର ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ବନ୍ଧ୍ୟାକରଣ ପରେ କୌଣସି କୁକୁରକୁ ବାହାରକୁ ନ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...