AFFILIATE MARKETING

https://binomo.com?a=90810425bb57&t=0

Wednesday, August 27, 2025

ପ୍ରବଳ ବର୍ଷା ଓ ଭୂସ୍ଖଳନ ପାଇଁ ସ୍ଥିତି ଭୟଙ୍କର୩୧ ମୃତ, ୨୦ରୁ ଉର୍ଦ୍ଧ୍ବ ଗୁରୁତର

୩୧ ମୃତ, ୨୦ରୁ ଉର୍ଦ୍ଧ୍ବ ଗୁରୁତର

ଶ୍ରୀନଗର, ୨୭/୮: ବୁଧବାର ପ୍ରବଳ ବର୍ଷା ଯୋଗୁଁ ଜମ୍ମୁର କଟରାରେ ମାତା ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ ହେବା ଫଳରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୩ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି, ପ୍ରଭାବିତଙ୍କୁ ଖୋଜିବା ଏବଂ ସହାୟତା କରିବା ପାଇଁ ଅନେକ ସଂସ୍ଥା କାର୍ଯ୍ୟ କରୁଛନ୍ତି।

ଅବିରତ ବର୍ଷା ଜମ୍ମୁ ଏବଂ କାଶ୍ମୀରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଭୂସ୍ଖଳନ ମଧ୍ୟ ହୋଇଛି। ଏହା ସହ ପୋଲ ଭୁଶୁଡ଼ି ପଡ଼ିଛି ଏବଂ ବିଦ୍ୟୁତ ତାର ଏବଂ ମୋବାଇଲ୍ ଟାୱାର ଅତ୍ୟନ୍ତ ସାଂଘାତିକ ଭାବରେ କ୍ଷତିଗ୍ରସ୍ତ ହୋଇଛି।

ଲଗାତାର ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଜଳବନ୍ଦୀ ହେବା ପରେ ମଙ୍ଗଳବାର ପର୍ଯ୍ୟନ୍ତ ୩୫୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲା ପ୍ରଶାସନ, ଜମ୍ମୁ ଏବଂ କାଶ୍ମୀର ପୋଲିସ, NDRF, SDRF, ଭାରତୀୟ ସେନା ଏବଂ ସ୍ଥାନୀୟ ସ୍ୱେଚ୍ଛାସେବକଙ୍କ ମିଳିତ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରବଳ ବର୍ଷାରେ ଟେଲିକମ ସେବା ଭୁଶୁଡ଼ି ପଡ଼ିଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ଜମ୍ମୁକାଶ୍ମୀରରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଉତ୍ତର ରେଳବାଇ ୨୨ଟି ଟ୍ରେନକୁ ବାତିଲ କରିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...