AFFILIATE MARKETING

https://binomo.com?a=90810425bb57&t=0

Sunday, August 17, 2025

ହୁଡ଼ାରେ ଚରୁଥିବାବେଳେ ମଇଁଷିଙ୍କୁ ଟାଣିନେଲେ କୁମ୍ଭୀର ପଲ; ୩୦ ମୃତ, ୪୦ରୁ ଅଧିକ ନିଖୋଜ

ଆଳି ୧୭।୮: କୁମ୍ଭୀର ଆକ୍ରମଣର ଶିକାର ମଇଁଷି ପଲ । ମିଳିଲା ୩୦ ମୃତଦେହ, ୪୦ମଇଁଷି ଏବେବି ନିଖୋଜ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରୁ ଏଭଳି ଅଭାବନୀୟ ଖବର ସାମ୍ନାକୁ ଆସିଛି । ରବିବାର ଏକମାଣିଆ ପଞ୍ଚାୟତର କିଛି ମଇଁଷି ନାଳ ହୁଡ଼ାରେ ଚରୁ ଥିବାବେଳେ କୁମ୍ଭୀର ପଲ ଆକ୍ରମଣ କରିଥିଲେ । ଫଳରେ ଭୟଭୀତ ହୋଇ କୁମ୍ଭୀରମାନେ ନାଳରେ ପଶିଯାଇଥିଲେ । ଏହାର ସୁଯୋଗ ନେଇ କିଛି ମଇଁଷିଙ୍କୁ କୁମ୍ଭୀର ମାନେ ଟାଣି ନେଇଥିଲେ । ଏନେଇ ଗ୍ରାମବାସୀ ଖବର ଜାଣିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ମଇଁଷିଙ୍କୁ ଉଦ୍ଧାର କରିବା ସହ ନିଖୋଜ ମଇଁଷିମାନଙ୍କୁ ଖୋଜୁଛି । 

ସୂଚନାନୁସାରେ, ସବୁଦିନ ଭଳି ଏକମାଣିଆ ଗାଁର ଗଣେଶ ଦାସଙ୍କର ୩୦ ମଇଁଷି, ଜଗନ୍ନାଥ ଦାସଙ୍କ ୩୦ ଏବଂ ନଳପାହି ଗାଁର ପରମାନନ୍ଦ ବିଶ୍ୱାଳଙ୍କ ୧୨ ମଇଁଷି ଚରିବାକୁ ଯାଇଥିଲେ l ମଇଁଷିମାନେ ନଦୀ ସଲଗ୍ନ ନାଳ ପାର୍ଶ୍ଵରେ ଚରୁଥିବା ସମୟରେ ହଠାତ୍ ନଦୀରୁ କୁମ୍ଭୀର ପଲ ସେମାନଙ୍କୁ ଆକ୍ରମଣ କରିଥିଲେ  । ମଇଁଷିମାନେ ଭୟଭୀତ ହୋଇ ଦକ୍ଷିଣଡିହା ଗାଁ ଦେଇ ଯାଇଥିବା ନାଳ ଭିତରକୁ ପଶିଯାଇଥିଲେ l ତେବେ କୁମ୍ଭୀର ଆକ୍ରମଣରେ ୩୦ଟି ମଇଁଷଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦମଳକଳ ବାହିନୀ ମୃତଦେହକୁ ଉଦ୍ଧାର କରି ନିଖୋଜ ମଇଁଷିଙ୍କୁ ଖୋଜାଖୋଜି କରୁଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...