କିସ୍ତୱାର, ୧୪/୮: ଗୁରୁବାର ଜମ୍ମୁ ଓ କାଶ୍ମୀରରେ ତାଣ୍ଡବ ରଚିଛି ବାଦଲ ଫଟା ବର୍ଷା। କିସ୍ତୱାରର ଚୋସିଟି ଗାଁରେ ଏକ ବଡ଼ ଧରଣର ବାଦଲ ଫଟା ବର୍ଷା ହେବା ଫଳରେ ଦୁଇ ଜଣ CISF ଯବାନଙ୍କ ସମେତ ଅନ୍ୟୁନ ୪୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨୦ରୁ ଅଧିକ ଆହତ ହୋଇଛନ୍ତି। ଏହା ଫଳରେ ବନ୍ୟା ଏବଂ ବଡ଼ ଧରଣର ଧ୍ୱଂସ ଘଟିଛି। ଉଦ୍ଧାରକାରୀ ଦଳ ବଞ୍ଚିଥିବା ଲୋକଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି। ଅନେକ ଲୋକ ମାଟି ତଳେ ଚାପି ହୋଇ ଯାଇଥିବା ଅନୁମାନ କରାଯାଉଛି। ବର୍ଷା ଫଳରେ ଅଚାନକ ବନ୍ୟା ସୃଷ୍ଟି ହୋଇଥିବାରୁ ୨୨୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।
କିସ୍ତୱାର ଜିଲ୍ଲାର ପଡଦର ସବଡିଭିଜନର ଚୋସିଟି ଗାଁର ମଚୈଲ ମାତା ମନ୍ଦିର ନିକଟରେ ଅଚାନକ ବାଦଲଫଟା ବର୍ଷା ପାଇଁ ବନ୍ୟା ଆସିବାରୁ ସେଠାରେ ଉପସ୍ଥିତ ଥିବା ଅନେକ ଶ୍ରଦ୍ଧାଳୁ ଭାସିଯାଇଛନ୍ତି। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଜୀବିତ ଲୋକଙ୍କୁ ଉଦ୍ଧାର କରିଛନ୍ତି।
ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ, ସେ କିସ୍ତୱାର ଅଞ୍ଚଳର ପରିସ୍ଥିତି ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅବଗତ କରାଇଛନ୍ତି। ଉଦ୍ଧାର କାର୍ଯ୍ୟ କରିବା ପାଇଁ ଯାହା ସମ୍ଭବ କରାଯାଉଛି।
ଜମ୍ମୁ ଏବଂ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, “ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ସୁଦୃଢ଼ କରିବା ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ନିଶ୍ଚିତ କରିବାକୁ ସିଭିଲ୍, ପୋଲିସ, ସେନା, ଏନଡିଆରଏଫ ଏବଂ ଏସଡିଆରଏଫ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିସ୍ତଓ୍ବାଡ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଘଟଣାରେ ପୀଡ଼ିତଙ୍କ ପ୍ରତି ସମବେଦନା ଜଣାଇଛନ୍ତି। କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଏବଂ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି
No comments:
Post a Comment