AFFILIATE MARKETING

https://binomo.com?a=90810425bb57&t=0

Tuesday, August 12, 2025

ବଲୁଚିସ୍ତାନ ଲିବରେସନ ଆର୍ମି, ମାଜିଦ ବ୍ରିଗେଡ ବିଦେଶୀ ଆତଙ୍କବାଦୀ ସଙ୍ଗଠନ ଘୋଷିତ

ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା

ୱାଶିଂଟନ, ୧୨/୮: ଆମେରିକା ଆନୁଷ୍ଠାନିକ ଭାବରେ ବଲୁଚିସ୍ତାନ ଲିବରେସନ ଆର୍ମି (BLA) ଏବଂ ମାଜିଦ ବ୍ରିଗେଡକୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ (FTO) ଭାବରେ ଘୋଷିତ କରିଛି। ଏ ନେଇ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ପ୍ରେସ୍ ବିବୃତ୍ତିରେ ଏହି ଘୋଷଣା କରି କହିଛନ୍ତି, “୨୦୧୯ ପରଠାରୁ, BLA ଓ ମାଜିଦ୍ ବ୍ରିଗେଡ୍ ଅନେକ ଆକ୍ରମଣରେ ସମ୍ପୃକ୍ତ ରହିଛନ୍ତି। ବିଏଲଏ ବର୍ଷ ବର୍ଷ ଧରି ଆମେରିକାର ଦୃଷ୍ଟିଗୋଚରରେ ରହିଛି। ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ଜଡିତ ହେବା ପରେ ଏହାକୁ ପ୍ରଥମେ ୨୦୧୯ରେ SDGT ଭାବରେ ଘୋଷିତ କରାଯାଇଥିଲା। ସେବେଠାରୁ, ଏହି ଗୋଷ୍ଠୀ ଆତ୍ମଘାତୀ ବୋମା ବିସ୍ଫୋରଣ ସହ ହାଇ-ପ୍ରୋଫାଇଲ୍ ଆକ୍ରମଣରେ ଜଡ଼ିତ ଅଛି।”

ବିଏଲଏ ୨୦୨୪ ରେ କରାଚି ବିମାନବନ୍ଦର ଏବଂ ଗ୍ୱାଦର ବନ୍ଦର କର୍ତ୍ତୃପକ୍ଷ କମ୍ପ୍ଲେକ୍ସ ନିକଟରେ ଆତ୍ମଘାତୀ ଆକ୍ରମଣ ପାଇଁ ଦାୟୀ ଥିଲା। ମାର୍ଚ୍ଚ ୨୦୨୫ ରେ, ଏହି ଗୋଷ୍ଠୀ କ୍ୱେଟାରୁ ପେଶାୱାର ଯାତ୍ରା କରୁଥିବା ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରିବାକୁ ସ୍ୱୀକାର କରିଥିଲା। ଏଥିରେ ୩୧ ଜଣ ସାଧାରଣ ନାଗରିକ ଏବଂ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଥିଲା। ଆକ୍ରମଣ ସମୟରେ ୩୦୦ ରୁ ଅଧିକ ଯାତ୍ରୀଙ୍କୁ ବନ୍ଧକ ରଖାଯାଇଥିଲା। ଏହି ହିଂସାତ୍ମକ କାଣ୍ଡ ଦ୍ୱାରା ସାଧାରଣ ନାଗରିକ ପ୍ରଭାବିତ ହେଉଛନ୍ତି।” ବିବୃତ୍ତିରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ଆତଙ୍କବାଦୀ ଗୋଷ୍ଠୀ BLA, ପାକିସ୍ତାନ ଠାରୁ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବି କରି ଦୀର୍ଘ ବର୍ଷ ଧରି ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ଚଳାଇଛି। ପୂର୍ବରୁ, ମାଜିଦ ବ୍ରିଗେଡ ଓ BLAକୁ ପୂର୍ବରୁ ସ୍ୱତନ୍ତ୍ର ଭାବରେ ଘୋଷିତ ବିଶ୍ୱ ଆତଙ୍କବାଦୀ (SDGT) ବର୍ଗରେ ରଖାଯାଇଥିଲା। ୨୦୦୬ ମସିହାରୁ BLAକୁ ନିଷିଦ୍ଧ ଘୋଷଣା କରିଛି ପାକିସ୍ତାନ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...