AFFILIATE MARKETING

https://binomo.com?a=90810425bb57&t=0

Monday, August 4, 2025

ଓଡିଶା ସରକାରଙ୍କ ବ୍ରିଜ ମେଣ୍ଟେନାନ୍ସ ପଲିସି

ଓଡିଶା ସରକାରଙ୍କ ବ୍ରିଜ ମେଣ୍ଟେନାନ୍ସ ପଲିସି

ଅନ୍ୟ ରାଜ୍ୟରେ ବ୍ରିଜ ଭୁଶୁଡିବା ଘଟଣା ଦେଖି ସରକାରଙ୍କ ଆଗୁଆ ପଦକ୍ଷେପ, ଆଣିଲେ ବ୍ରିଜ ମେଣ୍ଟେନାନ୍ସ ପଲିସି
ସରକାରଙ୍କ ତରଫରୁ ବାରମ୍ବାର ତାଗିଦ ପରେ ବି ରାଜ୍ୟର ପ୍ରମୁଖ ନିର୍ମାଣ କାର୍ଯ୍ୟଗୁଡିକ ସଠିକ ସମୟରେ ସରୁ ନାହିଁ । ଯାହାକୁ ନେଇ ପୂର୍ତ୍ତ ମନ୍ତ୍ରୀ ସମୀକ୍ଷା ବୈଠକରେ ତାଗିଦ କରିଛନ୍ତି । ଏଥିସହିତ ଦେଶର ବିଭିନ୍ନ ରାଜ୍ୟରେ ପୁରୁଣା ପୋଲ ଭାଙ୍ଗି ବହୁ ଜୀବନ ଯାଉଥିବାରୁ ଓଡ଼ିଶାରେ ଏକ ବ୍ରିଜ ପଲିସି ଆଣିଛନ୍ତି ସରକାର । ଏହି ପଲିସି ଅନୁଯାୟୀ ରାଜ୍ୟର ସମସ୍ତ ପୋଲର ସ୍ଥିତି ତଦାରଖ କରିବା ସହ ସଠିକ ସମୟରେ ସେସବୁର ରକ୍ଷଣାବେକ୍ଷଣ କରାଯିବ ବୋଲି ପୂର୍ତ୍ତ ବିଭାଗର ସମୀକ୍ଷା ପରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ।

ରାଜ୍ୟରେ ଆସିଲା ବ୍ରିଜ ମେଣ୍ଟେନାନସ ପଲିସି । ଦେଶର ବିଭିନ୍ନ ରାଜ୍ୟରେ ବ୍ରିଜ ଭୁଶୁଡି ପଡୁଥିବା ବେଳେ ଏହାକୁ ଆଖି ଆଗରେ ରଖି ଏହି ପଲିସି ଅଣାଯାଇଥିବା ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ । ଏହି ପଲିସି ଅନୁଯାୟୀ ରାଜ୍ୟର ପୁରୁଣା ଓ ନୂଆ ବ୍ରିଜର କିଭଳି ନିରନ୍ତର ପରିଚାଳନା ଠିକ ଭାବେ ହେବ ତା’ ଉପରେ ଫୋକସ କରାଯାଇଛି । ରୋଡ ମେଣ୍ଟେନାନ୍ସ ପଲିସି ମଧ୍ୟ କାର୍ଯ୍ୟକାରୀ ହେବ । ବ୍ରିଜ ଗୁଡିକର ପର୍ଯ୍ୟାୟ ଭିତ୍ତିକ ସୁପରଭିଜନ କରାଯିବ । ସମୟ ସୀମା ମଧ୍ୟରେ ତର୍ଜମା କରାଯିବ, ସମୀକ୍ଷା ହେବ । ଇଂଜିନିୟର ମାନେ ଯାଇ ସ୍ଥିତି ପରଖିବେ । ବ୍ରିଜର ସ୍ଥିତିକୁ ଦେଖି ମରାମତି କରିବେ କିମ୍ବା ଅନ୍ୟ ପଦକ୍ଷେପ ନେବେ । ଅନ୍ୟ ରାଜ୍ୟରେ ବ୍ରିଜ ଭୁଶୁଡିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସେପଟେ ରାଜ୍ୟରେ ବହୁ ପ୍ରମୁଖ ନିର୍ମାଣ କାର୍ଯ୍ୟ ସଠିକ ସମୟରେ ଶେଷ ନ ହେବାକୁ ନେଇ ତାଗିଦ କରିଛନ୍ତି ମନ୍ତ୍ରୀ । କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଛି । ପୂର୍ତ୍ତ ବିଭାଗ କାର୍ଯ୍ୟଗୁଡିକର ଅଗ୍ରଗତିକୁ ନେଇ ଚତୁର୍ଥ ବୈଠକରେ ମନ୍ତ୍ରୀ ଏଭଳି ତାଗିଦ କରିଛନ୍ତି । ଯେଉଁ ପ୍ରକଳ୍ପ ୫୦ କୋଟିରୁ ଅଧିକ ସେ ସମ୍ପର୍କରେ ଆଲୋଚନା ହୋଇଛି । ନିର୍ମାଣ ସଂସ୍ଥାଗୁଡିକର କାମ ଓ ଇଂଜିନିୟରଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଛି । ଜାତୀୟ ରାଜପଥ, ବିଲ୍ଡିଂ, ରୋଡ ଆଦି ସବୁ ସମ୍ପର୍କରେ ସମୀକ୍ଷା କରାଯାଇଛି । ଗତ ମାର୍ଚ୍ଚ ମାସରେ ଶେଷ ଥର ପାଇଁ ସମୀକ୍ଷା ହୋଇଥିଲା । ଯେଉଁଥିରେ ସମୟ ଅନୁସାରେ କାର୍ଯ୍ୟ ସାରିବା ଓ କ୍ବାଲିଟି ମେଣ୍ଟେନ ପାଇଁ ଉଦ୍ୟମ କରାଯିବାକୁ ନିଷ୍ପତ୍ତି ହୋଇଛି । ଯେଉଁ ପ୍ରକଳ୍ପ ବିଳମ୍ବିତ ହେଉଥିଲା ତାହା ସମାଧାନ କରାଯାଉଛି ।

ରାଜ୍ୟରେ ପୋଲଠୁ ଆରମ୍ଭ କରି ରାସ୍ତାଘାଟ ଅବସ୍ଥା ଖରାପ ବୋଲି ଅଭିଯୋଗ ହୋଇଆସୁଛି । ଏପରିକି ବହୁ ପ୍ରକଳ୍ପ କାର୍ଯ୍ୟ ଠିକ ଭାବେ ହୋଇ ନଥିବାରୁ ତାହା ନଷ୍ଟ ହେଉଛି । ତେଣୁ ମନ୍ତ୍ରୀଙ୍କ ତାଗିଦ ଏସବୁ ଦିଗରେ କେତେ କାର୍ଯ୍ୟକାରୀ ହେଉଛି ତା’ ଉପରେ ନଜର ରହିଛି l

No comments:

COASTAL NEWS

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି...