AFFILIATE MARKETING

https://binomo.com?a=90810425bb57&t=0

Monday, August 4, 2025

ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

 ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଭାରତୀୟ ହୋଇ ଆପଣ ଏମିତି କେମିତି କହିପାରିଲେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଅଭିଯୋଗ ହୋଇଥିଲା ଯେ, ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ କହିଥିଲେ ଚୀନର ସୈନ୍ୟମାନେ ଭାରତୀୟ ସୈନ୍ୟମାନଙ୍କୁ ମାଡ଼ ମାରୁଛନ୍ତି। ଭାରତର ୨ ହଜାର ବର୍ଗ କିଲୋମିଟର ଅଞ୍ଚଳ ନେଇଯାଇଛନ୍ତି ଚୀନ ସେନା। ଏଥିପାଇଁ ମୋଦି ଓ ଏନଡିଏ ସରକାରକୁ ଦାୟୀ କରିଥିଲେ ରାହୁଲ ଗାନ୍ଧୀ। ତାଙ୍କର ଏହି ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଥିଲା। ଏବେ କଂଗ୍ରେସ ନେତାଙ୍କୁ ଏହି ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଲକ୍ଷ୍ନୌ ଟ୍ରାଏଲ୍ କୋର୍ଟର ସମନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। କୋର୍ଟ ଏହି ମାମଲାରେ ଏକ ନୋଟିସ ଜାରି କରି ଜବାବ ମାଗିଛନ୍ତି। ରାହୁଲ ଗାନ୍ଧୀ ଡିସେମ୍ବର୨୦୨୨ ରେ ତାଙ୍କ ଭାରତ ଯୋଡୋ ଯାତ୍ରା ସମୟରେ ଭାରତୀୟ ସେନା ଉପରେ କଥିତ ମନ୍ତବ୍ୟ ଦେଇଥିଲେ । ଏହାର ଶୁଣାଣି କରି ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣ ସଂସଦରେ ଏହା କାହିଁକି କହି ନଥିଲେ ଏବଂ ସୋସିଆଲ ମିଡିଆରେ କାହିଁକି କହିଥିଲେ ? ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଆପଣ ଜଣେ ସଚ୍ଚା ଭାରତୀୟ ତେବେ ଆପଣଙ୍କୁ ଏହା କହିବା ଉଚିତ୍ ନଥିଲା ? ଆପଣଙ୍କର ଅଭିବ୍ୟକ୍ତିର ସ୍ୱାଧୀନତା ଥିଲେ ମଧ୍ୟ ଆପଣ ଏହା କାହିଁକି କହିଲେ। ? ଆପଣ ଜଣେ ଦାୟିତ୍ୱବାନ ନେତା । ଜଣେ ପ୍ରକୃତ ଭାରତୀୟ ଏହା କହିବେ ନାହିଁ । ଭାରତର ସୀମାକୁ ଚୀନ ଦଖଲ କରିଛି ବୋଲି ଆପଣ କେମିତି ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। କ’ଣ ପ୍ରମାଣ ଅଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

ଡିସେମ୍ବର ୨୦୨୨ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ-ଚୀନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଏହାକୁ ନେଇ ରାହୁଲ ଗାନ୍ଧୀ ଦେଇଥିଲେ ବିବାଦୀୟ ମନ୍ତବ୍ୟ। ତେବେ ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ ମଧ୍ୟ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଉପରେ ସ୍ଥଗିତାଦେଶ ଜାରିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...