AFFILIATE MARKETING

https://binomo.com?a=90810425bb57&t=0

Monday, August 4, 2025

ପିତା ହେବା ଭାରି କଷ୍ଟ

‘ବାପା’ ଶବ୍ଦ ନୁହେଁ, ଅସୀମ ଶକ୍ତିର ଉତ୍ସ

ପିତା ହେବା ଭାରି କଷ୍ଟ

 

ସୃଷ୍ଟି କର୍ତ୍ତା ଘୋଷଣା କଲେ

ସୃଷ୍ଟି କୁ ଆଗେଇ ନେବାକୁ ହେବ

“ପିତା” ଆବଶ୍ୟକ

 

ପିତା ! ଯିଏ

ଯାବତୀୟ କଷ୍ଟ ସହିବ

କିନ୍ତୁ କାନ୍ଦିବା ମନା.

 

ଦିନ ରାତି ପରିଶ୍ରମ କରିବ

ହାଲିଆ ହେବା ମନା.

 

ଉପାସ, ଭୋକରେ ରହିବ

ପାଟି ଖୋଲିବା ମନା.

 

ସ୍ନେହ,କରୁଣା,ଆଦର ବାଣ୍ଟିବ

ନିଜ ପାଇଁ ଖୋଜିବା ମନା.

 

ଏତେ ସବୁ ମନା ଭିତରେ କିନ୍ତୁ

ଆଗେଇ ଆସିଲେ ଜଣେ

ସେ ହେବେ ବାପା,  ବା ପିତା !!

 

ବ୍ରହ୍ମା ସୂଚେଇ ଦେଲେ

ବାବୁ ରେ,

ତୁ ହେବୁ ଫୁଲମାଳ ଭିତରର

ଟାଣୁଆ ସୂତା ଟିଏ,

ଯିଏ ମାଳକୁ ସୁଦୃଢ କରିବ

ହେଲେ ବାହାରକୁ ଦିଶିବ ନାହିଁ.

 

ଘୃତ ହେବ ଦୁଗ୍ଧ ମଧ୍ୟରେ

ହେଲେ ଦୃଶ୍ୟମାନ ହେବନାହିଁ.

 

ମେରୁଦଣ୍ଡ ହେବ ଶରୀରର ସିନା

କେହି ଦେଖିବେ ନାହିଁ.

 

ଖାଦ୍ୟ ଭିତରେ ଲବଣ ପରି

କମ୍ ବେଶୀ ନ ହେଲେ

କେହି ଖୋଜିବେନି ତତେ.

 

ସମ୍ମତି ଦେଲେ ବାପା.

ସତ୍ୟ,ସତ୍ୟ,ତ୍ରୀବାର ସତ୍ୟ

ସବୁ ପାରିବି ତୁମ ସୃଷ୍ଟି କୁ

ଆଗେଇନେବା ପାଇଁ

ପିତା ହେବି ,

ବିଶ୍ଵ ର ସବୁ ପିତା, ସବୁ କଟୁକ୍ତିକୁ

ସହ୍ୟ କରି, ହଜମ କରି !!

 

ପ୍ରଜାପତି ହସିଲେ ଓ କହିଲେ :-

 

ମୁଁ ସୃଷ୍ଟିକର୍ତ୍ତା ହେଲେ ବି

ମୋର ପୂଜା,  ସମ୍ମାନ ଯଥେଷ୍ଟ କମ୍।

 

ତୁ ବି ଜୀବଦ୍ଦଶାରେ

ଉଚିତ ସମ୍ମାନ ନ ପାଇପାରୁ

ତେବେ ତୁ ପଚଂଭୂତର

ଦୁଇଟି ମୁଖ୍ୟ ଉପାଦାନ “ବାପା”

ବାୟୁ ଓ ପାଣି ଭଳି

ଅହରହ ସେବା ଦେଇ ଚାଲିଥିବୁ

ବିନା ପ୍ରାପ୍ତି ର ଆଶା ରେ ….

 

ସେବେଠାରୁ ଏବେଯାଏଁ

ବାପା ମାନେ, ସତ୍ୟ ରକ୍ଷା କରି ଚାଲିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...