AFFILIATE MARKETING

https://binomo.com?a=90810425bb57&t=0

Wednesday, August 6, 2025

ମହାବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ; ଅଧ୍ୟକ୍ଷଙ୍କ ଲିଖିତ ପ୍ରତିଶ୍ରୁତି ପରେ ଓହରିଲେ ପିଲା

ମହାବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ; ଅଧ୍ୟକ୍ଷଙ୍କ ଲିଖିତ ପ୍ରତିଶ୍ରୁତି ପରେ ବନ୍ଦ ରହିଲା ଆନ୍ଦୋଳନ 

ଆଳି - କେନ୍ଦ୍ରାପଡ଼ା ଜିଲ୍ଲା ଆଳି ମହାବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ତେଜିଲା ଆନ୍ଦୋଳନ । ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବୁଧବାର ଧାରଣାରେ ବସିଥିଲେ । ବାରମ୍ବାର ଅଭିଯୋଗ ଏବଂ ଗୁହାରୀ ପରେ ମଧ୍ୟ ପିଲାଙ୍କ ସମସ୍ୟାର ସମାଧାନ ହେଲା ନାହିଁ। ଫଳରେ ବାଧ୍ୟ ହୋଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ନା ମୁତାବକ, ଗତ ୨୬ ତାରିଖରେ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ମାଧ୍ୟମରେ ମହାବିଦ୍ୟାଳୟରେ ବର୍ଷା ପାଣି ନିଷ୍କାସନ ନହେବା ଯୋଗୁଁ ପାଣି ଜମି ରହିବା, ସାଧାରଣ ଶୌଚାଳୟ ନଥିବା, ଖେଳ ପଡିଆର ସୁବିଧା ନଥିବା ଏବଂ ପରିଶେଷରେରେ ମହାବିଦ୍ୟାଳୟରେ ପାଠାଗାରର ସମସ୍ୟା ଗୁଡିକୁ ଧ୍ୟାନ ଦେବାକୁ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । ଏହି ସମସ୍ୟାର ସମାଧାନ କଲାନଗଲେ ଅଗଷ୍ଟ ୬ ତାରିଖରେ ଧାରଣା ଦେବାକୁ ମଧ୍ୟ ଚେତାବନୀ ଦେଇଥିଲେ । କିନ୍ତୁ ଦୁଃଖର ବିଷୟ କି, ଅଭିଯୋଗର ୧୦ ଦିନ ବିତି ଯାଇଥିଲେ ମଧ୍ୟ ପିଲାଙ୍କ ଅଭିଯୋଗ ଉପରେ କଲେଜ କମିଟି ଧ୍ୟାନ ଦେଲେ ନାହିଁ । ଯାହା ଫଳରେ ଛାତ୍ରଛାତ୍ରୀମାନେ ବୁଧବାର ସକାଳୁ ଧାରଣାରେ ବସିବା ସହ ମହାବିଦ୍ୟାଳୟ ଗେଟରେ ତାଲା ପକାଇ ଦେଇଥିଲେ । ଅଧ୍ୟାପକ ମାନେ ବୁଝା ସୁଝା କରିବା ପରେ ମଧ୍ୟ ସେମାନେ ବୁଝି ନଥିଲେ । ଶେଷରେ ନୂତନ ଅଧ୍ୟକ୍ଷ ରବିନାରାୟଣ ଦାସ ଆସି ପିଲାମାନଙ୍କୁ ବୁଝାଇବା ସହ ଏହାର ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଛନ୍ତି ।

No comments:

COASTAL NEWS

କାବୁଲ ହସ୍ପିଟାଲ ଉପରେ‌ ଏୟାର ଷ୍ଟ୍ରାଇକ୍, ୪୦୦ ମୃତ୨୫୦ ଆହତ, ଆହୁରି ବଢିପାରେ ମୃତାହତଙ୍କ ସଂଖ୍ୟା

କାବୁଲ ହସ୍ପିଟାଲ ଉପରେ‌ ଏୟାର ଷ୍ଟ୍ରାଇକ୍, ୪୦୦ ମୃତ ୨୫୦ ଆହତ, ଆହୁରି ବଢିପାରେ ମୃତାହତଙ୍କ ସଂଖ୍ୟା କାବୁଲ, ୧୭/୦୩: ଭୟଙ୍କର ଏୟାର ଷ୍ଟ୍ରାଇକ୍। ଥରି ଉଠିଲା ଆଫଗାନିସ୍...