AFFILIATE MARKETING

https://binomo.com?a=90810425bb57&t=0

Friday, August 1, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା୨୧ ଅଗଷ୍ଟ ଯାଏଁ ନାମାଙ୍କନ ଦାଖଲ

୨୧ ଅଗଷ୍ଟ ଯାଏଁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ, ୧/୦୮: ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏ ନେଇ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ସେପ୍ଟେମ୍ବର ୯ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି।

କାର୍ଯ୍ୟସୂଚୀ ଅନୁଯାୟୀ, ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ ୨୧। ମତଦାନ ସେପ୍ଟେମ୍ବର ୯ ତାରିଖରେ ହେବ ଏବଂ ସେହି ଦିନ ହିଁ ଭୋଟ ଗଣତି ହେବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟିଂ ଜାରି ରହିବ।

ନିର୍ବାଚନ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଗତ ଜୁଲାଇ ୨୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରବର୍ତ୍ତୀ ଉପରାଷ୍ଟ୍ରପତି କାର୍ଯ୍ୟଭାର ଗ୍ରହଣ କରିବା ତାରିଖରୁ ପୂର୍ଣ୍ଣ ପାଞ୍ଚ ବର୍ଷ କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ, ଜଗଦୀପ ଧନଖଡ ସ୍ୱାସ୍ଥ୍ୟସେବାକୁ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ୨୦୨୨ ମସିହାରୁ ଏହି ଦାୟିତ୍ୱ ନିର୍ବାହ କରୁଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...