AFFILIATE MARKETING

https://binomo.com?a=90810425bb57&t=0

Tuesday, November 7, 2023

ମାଡ଼ଖାଇ ପାଚେରି ଡେଇଁ ପଳାଇଲେ ପ୍ରଧାନ ଶିକ୍ଷକ

COASTAL NEWS ODIA 1377

ମାଡ଼ଖାଇ ପାଚେରି ଡେଇଁ ପଳାଇଲେ ପ୍ରଧାନ ଶିକ୍ଷକ



ଭୋଗରାଇ,୭ା୧୧ (CNO) ଭଞ୍ଜ ବିହାରୀ ମହାନ୍ତି - :ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରଧାନଶିକ୍ଷକ। ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କୁ ମାଡ଼ ମାରିବା ଓ ଭୟରେ ପ୍ରଧାନଶିକ୍ଷକ ପାଚେରି ଡେଇଁ ପଳାଇବା ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କଖଡ଼ା ପଞ୍ଚାୟତ ଅଧୀନ ଚଣ୍ଡୀପୁର-ମୁଣ୍ଢାବଣିଆ ନୋଡ଼ାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ଗଣିତ ଓ ଜ୍ୟାମିତି ବୁଝାଇବା ବାହାନାରେ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚରଣ ଜେନା ଛାତ୍ରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଅସଦାଚରଣ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା। କେତେକ ଛାତ୍ରୀ ଲଜ୍ଜାରେ ଘରେ କହୁ ନ ଥିବାବେଳେ ଅନ୍ୟ କେତେକ ଛାତ୍ରୀ ଘରେ ଜଣାଇଥିଲେ। ବାରମ୍ବାର ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ପ୍ରଧାନ ଶିକ୍ଷକଙ୍କୁ ତାଗିଦ୍‌ କରାଯାଇଥିଲା। ହେଲେ ପ୍ରଧାନଶିକ୍ଷକଙ୍କଠାରେ ପରିବର୍ତ୍ତନ ଦେଖାଯାଇ ନ ଥିଲା। ସୋମବାର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଇ ନିଜ କାର୍ଯ୍ୟାଳୟ ପଛରେ ପଡିଥିବା ଖଟିଆକୁ ଡାକି ଅସଦାଚରଣ କରିବାକୁ ଉଦ୍ୟମ କରୁଥିବାବେଳେ ସେ କୌଶଳକ୍ରମେ ଖସିଯାଇ କାନ୍ଦି କାନ୍ଦି ନିଜ ମା’ ବାପାଙ୍କୁ ଜଣାଇଥିଲେ। ଗାଁରେ ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଦୀର୍ଘ ସମୟ ତାଙ୍କ କାର୍ଯ୍ୟାଳୟରେ ଅଟକ ରଖି ପ୍ରବଳ ମାଡ଼ ମାରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ କଖଡ଼ା ସିଆରସିସି ଲମ୍ବୋଦର ଜେନା ପହଞ୍ଚତ୍ ଘଟଣାର ତଦନ୍ତ କରିବା ସହିତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ଶାନ୍ତ କରାଇଥିଲେ। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ଥିବା ପ୍ରଧାନ ଶିକ୍ଷକ ପାଚେରି ଡେଇଁ କୌଶଳକ୍ରମେ ସେଠାରୁ ଖସି ପଳାଇଥିଲେ। ଉଲ୍ଲେଖଯୋଗ୍ୟ, କିଛି ବର୍ଷ ପୂର୍ବେ କଟିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ପ୍ରଧାନ ଶିକ୍ଷକ ଥିବା ବେଳେ ଏଭଳି ଅସଦାଚରଣ ଅଭିଯୋଗରେ ଗ୍ରାମବାସୀଙ୍କଠାରୁ ପ୍ରବଳ ମାଡ଼ ଖାଇଥିଲେ। କମର୍ଦ୍ଦା ଥାନା ପୋଲିସ ତାଙ୍କୁ ଉଦ୍ଧାର କରି ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଭଳି ଘଟଣାର ପୁନରାବୃତ୍ତି ନେଇ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଘଟଣାର ସତ୍ୟତା ପ୍ରମାଣିତ ହେଲେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ କମଳଲୋଚନ ବିଶ୍ୱାଳ ସୂଚନା ଦେଇଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...