AFFILIATE MARKETING

https://binomo.com?a=90810425bb57&t=0

Tuesday, November 7, 2023

୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା

COASTAL NEWS ODIA 1376

୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା



 
ଭୁବନେଶ୍ୱର,୭ା୧୧ : (CNO) ଭଞ୍ଜ ବିହାରୀ ମହାନ୍ତି - ଭୁବନେଶ୍ୱରରେ ସୋମବାର ଏକ ଲଜ୍ଜାଜନକ ଘଟଣା ଘଟିଛି। ୫ ବର୍ଷର ଶିଶୁକନ୍ୟାଙ୍କୁ ଜଣେ ୨୫ ବର୍ଷୀୟ ବିବାହିତ ଯୁବକ ବଳାତ୍କାର କରିବା ପରେ ହତ୍ୟା କରିଛନ୍ତି। ଘଟଣା ଘଟିଛି ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ରେଳ ଓଭରବ୍ରିଜ୍‌ ନିକଟ କେଳାବସ୍ତିରେ। ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

ଶିଶୁକନ୍ୟାଙ୍କ ମା’ବାପା ଦୀର୍ଘବର୍ଷ ହେଲା କେଳା ବସ୍ତିରେ ରହି ଦିନମଜୁରିଆ ଭାବେ ଗୁଜରାଣ ମେଣ୍ଟାଉଛନ୍ତି। ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ଶିଶୁକନ୍ୟା ଘର ପାଖରେ ଖେଳୁଥିଲେ। ଏହି ସମୟରେ ସେହି ବସ୍ତିରେ ରହୁଥିବା ଘନିଆ ଦାସ ପହଞ୍ଚତ୍ ଶିଶୁକନ୍ୟାଙ୍କୁ ଚକୋଲେଟ୍‌ କିଣାଇଦେବେ କହି ନିକଟସ୍ଥ ଦୋକାନକୁ ନେଇ ଯାଇଥିଲେ। ସେହି ସମୟରେ ଶିଶୁକନ୍ୟାଙ୍କ ମା’ ଘରେ ରୋଷେଇ କରୁଥିଲେ। ପ୍ରାୟ ୨୦ ମିନିଟ୍‌ ପରେ ଶିଶୁକନ୍ୟା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। 

ଦେଢ଼ଘଣ୍ଟା ବିତିଯିବା ପରେ ମଧ୍ୟ ଶିଶୁକନ୍ୟାଙ୍କ ଖୋଜ ଖବର ନ ମିଳିବାରୁ ପରିବାର ଲୋକେ ସନ୍ଦେହରେ ଘନିଆଙ୍କ ଘରକୁ ଯାଇଥିଲେ। ବାଟରେ ଘନିଆଙ୍କୁ ଦେଖି ତାଙ୍କୁ ଶିଶୁକନ୍ୟା ସମ୍ପର୍କରେ ପଚାରିଥିଲେ। ଦୋକାନରେ ଚକୋଲେଟ୍‌ କିଣାଇଦେବା ପରେ ଶିଶୁକନ୍ୟା କାହିଁକି ଘରକୁ ଫେରିଲେ ନାହିଁ ବୋଲି ତାଙ୍କୁ ପଚାରିଥିଲେ। କିନ୍ତୁ ଘନିଆ କିଛି ନ ଜାଣିବା ଭଳି ଅଭିନୟ କରିବା ସହ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ। ତାଙ୍କୁ ଅଧିକ ପଚରାଉଚରା କରିବାରୁ ସେ ଶିଶୁକନ୍ୟାଙ୍କ ପରିବାର ଲୋକଙ୍କୁ ଧକ୍କା ଦେଇ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ। 

ଏହାପରେ ଘନିଆଙ୍କ ଘର ଖୋଲି ପରିବାର ଲୋକେ ଖୋଜାଖୋଜି କରିବାରୁ ଏକ କମ୍ବଳ ତଳେ ଶିଶୁକନ୍ୟାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଓ ଉଲଗ୍ନ ଅବସ୍ଥାରେ ପାଇଥିଲେ। ଯୌନାଙ୍ଗରୁ ରକ୍ତସ୍ରାବ ହୋଇଥିବାରୁ ତାଙ୍କୁ ବଳାତ୍କାର କରାଯାଇଥିବା ସ୍ପଷ୍ଟ ହେଉଥିବାବେଳେ ଅଭିଯୁକ୍ତ କୌଣସି ଧାରୁଆ ଅସ୍ତ୍ରରେ ଶିଶୁକନ୍ୟାଙ୍କ ଗଳାକାଟି ହତ୍ୟା କରିଥିବା ଅନୁମାନ କରାଯାଉଛି।

ଖବରପାଇ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଥିବାବେଳେ ପୋଲିସ ଏକ ହତ୍ୟା ମାମଲା (ନଂ.୨୭୪/୨୩) ରୁଜୁ କରିଛି। ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ବଳାତ୍କାର ଦଫା ଲଗାଯିବ ବୋଲି ଆଇଆଇସି ଅଶୋକ ନାୟକ କହିଛନ୍ତି।

ସୂଚନାଥାଉ କି, ଅଭିଯୁକ୍ତ ଘନିଆ ପ୍ରାୟ ଦେଢ଼ ବର୍ଷ ତଳେ ଜଗତ୍‌ସିଂହପୁର ଜିଲାରେ ବିବାହ କରି ଶ୍ୱଶୁର ଘରେ ରହୁଥିଲେ। ତାଙ୍କର ୨ ମାସର ଏକ ଝିଅ ରହିଛି। କିଛିଦିନ ତଳେ ସ୍ତ୍ରୀଙ୍କ ସହ ଝଗଡ଼ା କରି ଭୁବନେଶ୍ୱର ପଳାଇ ଆସି କେଳା ବସ୍ତିସ୍ଥିତ ଘରେ ରହୁଥିଲେ।

No comments:

COASTAL NEWS

କାବୁଲ ହସ୍ପିଟାଲ ଉପରେ‌ ଏୟାର ଷ୍ଟ୍ରାଇକ୍, ୪୦୦ ମୃତ୨୫୦ ଆହତ, ଆହୁରି ବଢିପାରେ ମୃତାହତଙ୍କ ସଂଖ୍ୟା

କାବୁଲ ହସ୍ପିଟାଲ ଉପରେ‌ ଏୟାର ଷ୍ଟ୍ରାଇକ୍, ୪୦୦ ମୃତ ୨୫୦ ଆହତ, ଆହୁରି ବଢିପାରେ ମୃତାହତଙ୍କ ସଂଖ୍ୟା କାବୁଲ, ୧୭/୦୩: ଭୟଙ୍କର ଏୟାର ଷ୍ଟ୍ରାଇକ୍। ଥରି ଉଠିଲା ଆଫଗାନିସ୍...