AFFILIATE MARKETING

https://binomo.com?a=90810425bb57&t=0

Tuesday, November 7, 2023

ଫସଲ ବୀମା ନାଁରେ ଦୁର୍ନୀତି ସହଜ ଜନସେବା କେନ୍ଦ୍ର (ସିଏସ୍‌ସି)ର ୧୪ ଜଣ ଗିରଫ

COASTAL NEWS ODIA 1378

ଫସଲ ବୀମା ନାଁରେ ଦୁର୍ନୀତି ସହଜ ଜନସେବା କେନ୍ଦ୍ର (ସିଏସ୍‌ସି)ର ୧୪ ଜଣ ଗିରଫ



 
ବଲାଙ୍ଗୀର,୭ା୧୧ (CNO) ଭଞ୍ଜ ବିହାରୀ ମହାନ୍ତି - :ବଲାଙ୍ଗୀର ଜିଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫ୍‌ବିଓ୍ବାଇ) ନାଁରେ ଏକ ବଡ଼ଧରଣର ଅନ୍‌ଲାଇନ୍‌ ଠକେଇର ପର୍ଦ୍ଦାଫାଶ ହୋଇଛି। ଚାଷୀଙ୍କ ଜମିପଟ୍ଟା ଓ ଅନ୍ୟାନ୍ୟ କାଗଜପତ୍ର ଚଞ୍ଚକତା କରି ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫସଲ ବୀମା ହଡ଼ପ ଯୋଜନା ହୋଇଥିବା ଜଣାପଡ଼ିଛି। ଏହି ଠକେଇ କାରବାରରେ ସମ୍ପୃକ୍ତ ସହଜ ଜନସେବା କେନ୍ଦ୍ର (ସିଏସ୍‌ସି)ର ୧୪ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୭ଟି ଲାପ୍‌ଟପ, ୧୧ କମ୍ପ୍ୟୁଟର ସିପିୟୁ, ୫ ପ୍ରିଣ୍ଟର, ୩ ମନିଟର, ୪ ଫିଙ୍ଗର ପ୍ରିଣ୍ଟ ସ୍କାନର ଏବଂ ୧୬ ମୋବାଇଲ ଜବତ କରାଯାଇଛି। ଠିକଣା ସମୟରେ କୃଷି ବିଭାଗର ହସ୍ତକ୍ଷେପ ଯୋଗୁ କୋଟିକୋଟି ଟଙ୍କାର ଅନ୍‌ଲାଇନ୍‌ ଠକେଇକୁ ରୋକାଯାଇ ପାରିଥିବା ସୋମବାର ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରୀ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପିଏମ୍‌ଏଫ୍‌ବିଓ୍ବାଇ ୨୦୨୩ରେ ଏକ ବଡଧରଣର ଚଞ୍ଚକତା କରାଯାଇ କୋଟି କୋଟି ଟଙ୍କା ହଡପ୍‌ ଯୋଜନା କରାଯାଇଥିବା ନେଇ ବଲାଙ୍ଗୀର କୃଷି ବିଭାଗ ପକ୍ଷରୁ ପୋଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପିଏମ୍‌ଏଫ୍‌ବିଓ୍ବାଇର କ୍ଷତିପୂରଣ ରାଶି ହଡ଼ପ ପାଇଁ ଚାଷୀଙ୍କ ଜମିପଟ୍ଟା ଓ ଅନ୍ୟାନ୍ୟ କାଗଜପତ୍ରକୁ ଚଞ୍ଚକତା କରି ସହଜ ଜନସେବା କେନ୍ଦ୍ର ଜରିଆରେ ଏକ ଗୋଷ୍ଠୀ ଚକ୍ରାନ୍ତ କରିଥିବା କୃଷି ବିଭାଗ ପକ୍ଷରୁ ସନ୍ଦେହ କରାଯାଇଥିଲା। ଏନେଇ କୃଷି ବିଭାଗ ପକ୍ଷରୁ ବିଧିବଦ୍ଧ ଅଭିଯୋଗ ପରେ ବଲାଙ୍ଗୀର ସାଇବର ଅପରାଧ ଥାନାରେ ଏକ ମାମଲା (୨୭/୨୩) ରୁଜୁ କରାଯାଇଥିଲା। 

ଏସ୍‌ପି ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାର ତଦନ୍ତ ପାଇଁ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ସ୍ବତନ୍ତ୍ର ଟିମ୍‌ ତଦନ୍ତ ସମୟରେ ବିଭିନ୍ନ ସହଜ ଜନ ସେବା କେନ୍ଦ୍ର ଉପରେ ଚଢ଼ାଉ କରାଯାଇଥିଲା। ଜିଲାରେ ଯେତିକି ଚାଷୀ ଅଛନ୍ତି ତା’ଠୁ ଢେର ଅଧିକ ଚାଷୀ ଏବଂ ଜିଲାରେ ଯେତିକି ସମୁଦାୟ ଚାଷଜମି ଅଛି ତା’ଠୁ ଅଧିକ ଚାଷଜମି ଚଳିତବର୍ଷ ପିଏମ୍‌ଏଫ୍‌ବିଓ୍ବାଇରେ ଅନ୍ତର୍ଭୁକ୍ତ ହୋଇଥିବା ଜଣାପଡ଼ିଥିଲା। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଫସଲ ବୀମା କମ୍ପାନୀ ଓ କୃଷି ବିଭାଗ ଚକିତ ହୋଇଯାଇଥିଲେ। ବଲାଙ୍ଗୀର ଜିଲାର ୧୩ଟି ଏବଂ କଳାହାଣ୍ଡିର ଜିଲାର ଗୋଟିଏ ସହଜ ଜନସେବା କେନ୍ଦ୍ରରେ ଚାଷୀଙ୍କ ଜମିପଟ୍ଟା ଏବଂ ଅନ୍ୟାନ୍ୟ କାଗଜପତ୍ର ଚଞ୍ଚକତା କରାଯାଇଥିତ୍ବା ଜଣାପଡିଥିଲା। ଫସଲ ବୀମା ପାଇଁ ଚାଷୀମାନେ ନିଜର ଜମିପଟ୍ଟା, ଆଧାର କାର୍ଡ, ବ୍ୟାଙ୍କ ଜମାଖାତା, ମୋବାଇଲ ନମ୍ବର ସଂଲଗ୍ନ ଆବେଦନ ପତ୍ରକୁ ସହଜ ଜନସେବା କେନ୍ଦ୍ରରେ ଦେଇଥାନ୍ତି। 

ଚାଷୀଙ୍କ ଏହି ସବୁ ତଥ୍ୟ ଏବଂ ଡକ୍ୟୁମେଣ୍ଟ ପାଇବା ପରେ ସହଜ ଜନସେବା କେନ୍ଦ୍ରର ସ୍ବତ୍ୱାଧିକାରୀ ଏବଂ ସେମାନଙ୍କ ସହଯୋଗୀମାନେ ଚାଷୀଙ୍କ ଅଜାଣତରେ ଜମିପଟ୍ଟା ତଥ୍ୟ୍ର ବିଭିନ୍ନ ଲୋକଙ୍କୁ ଭାଗଚାଷୀ ଦର୍ଶାଇ ଅନ୍‌ଲାଇନ୍‌ରେ ଅପ୍‌ଲୋଡ କରିଥିଲେ। ଫସଲ ବୀମା କ୍ଷତିପୂରଣ ପାଇଁ ଚଳିତବର୍ଷ ଫସଲ ବୀମା ଗାଇଡ୍‌ଲାଇନ୍‌ ଅନୁଯାୟୀ ଆବଶ୍ୟକ ପ୍ରିମିୟମ୍‌ ଟଙ୍କା ମଧ୍ୟ ଜନସେବା କେନ୍ଦ୍ର ଗୁଡିକର ସ୍ବତ୍ୱାଧିକାରୀମାନେ ଜମା କରିଥିଲେ। ଏନେଇ ତଦନ୍ତରେ ସ୍ପଷ୍ଟ ହେବା ପରେ ପୋଲିସ ୧୪ ଜଣଙ୍କୁ ଗିରଫ କରିଛି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...