AFFILIATE MARKETING

https://binomo.com?a=90810425bb57&t=0

Thursday, October 5, 2023

ମ୍ୟାଟ୍ରିମୋନିଆଲ ସାଇଟ୍ ରେ ଜୀବନସାଥି ଖୋଜି ଠକେଇର ଶିକାର ହେଲେ ଯୁବତୀ

COASTAL NEWS ODIA 1020

ମ୍ୟାଟ୍ରିମୋନିଆଲ ସାଇଟ୍ ରେ ଜୀବନସାଥି ଖୋଜି ଠକେଇର ଶିକାର ହେଲେ ଯୁବତୀ




କଟକ - ଭଞ୍ଜ ବିହାରୀ ମହାନ୍ତି - ମ୍ୟାଟ୍ରିମୋନିଆଲ ସାଇଟ୍ ରେ ଜୀବନସାଥି ଖୋଜି ଠକେଇର ଶିକାର ହେଲେ ଜଣେ ଯୁବତୀ। ସାତ ଦିନର ସମ୍ପର୍କରେ ବିଶ୍ୱାସ ଜନ୍ମାଇ ଲକ୍ଷାଧିକ ଟଙ୍କାର ସୁନା ଲୁଟ ସହ ବ୍ଲାକ ମେଲିଂକରୁଥିଲା ଅଭିଯୁକ୍ତ । ଏବେ ଅଭିଯୋଗ ପରେ ହାତରେ ପଡିଲା ହାତକଡି ।

ଦର୍ଶକବନ୍ଧୁ ଆଜିର ସମୟରେ ଅନଲାଇନ୍ ପାଲଟିଛି ଜୀବନ ସାଥୀ ଖୋଜିବାର ସରଳ ମାଧ୍ୟମ। ହେଲେ ଏହି ଅନଲାଇନ୍ ରେ ଖୋଜିଥିବା ଜୀବନ ସାଥି ଯୁବତୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା। ଖବର ମୁତାବକ, ଯାଜପୁର ଅଂଚଳର ଜନୈକ ଯୁବତୀ ଅନଲାଇନ୍ ମାଧ୍ୟମରେ କଟକର ସୁଧାଂଶୁ ବେହେରା ସହ ଯୋଗାଯୋଗ ରେ ଆସିଥିଲେ। ଏହାପରେ ସୁଧାଂଶୁ ନିଜକୁ ଜଣେ ଆୟକର ବିଭାଗର ଅଫିସର୍ ବୋଲି ପରିଚୟ ଦେଇ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲେ ଓ ବିବାହର ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ଯୁବତୀଙ୍କର ଦୁଇ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା । ଏଥିପାଇଁ ଯୁବତୀ ସୁନା ବନ୍ଧକ ରଖି ଟଙ୍କା ନେବା ପାଇଁ ଚାହୁଁ ଥିବାରୁ ଏହାର ସୁଯୋଗ ନେଇ ୩୦ଗ୍ରାମ ସୁନା ଗହଣା ନେଇ ଚମ୍ପଟ ହୋଇଯାଇଥିଲା ସୁଧାଂଶୁ।

ସାତ ଦିନର ଚିହ୍ନା ପରିଚୟ ଭିତରେ କିଛି ବୁଝିବା ପୂର୍ବରୁ ଠାକାମି ର ଶିକାର ହୋଇ ସାରିଥିଲେ ଅଭିଯୋଗକାରିଣୀ ଜଣଙ୍କ। ଏମିତିକି ଯେତେବେଳେ ଯୁବତୀ ଜଣକ ସୁନା ଫେରସ୍ତ ମାଗିଥିଲେ ସେତେବେଳେ ତାଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରିବା ପାଇଁ ବାଧ୍ୟ କରୁଥିଲା। ଏହା ସହ ବ୍ଲାକ ମେଲିଂ ମଧ୍ୟ କରୁଥିଲେ। ଯାହା ଫଳରେ ଯୁବତୀ ଜଣକ କଟକ କ୍ୟାଣ୍ଟନ ମେଣ୍ଟ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଏମିତିକି ଅଭିଯୁକ୍ତ ଜଣକ ଏହିଭଳି ଅନେକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଠକୁଥିବା ର ଅଭିଯୋଗ କରିଛନ୍ତି ଅଭିଯୋଗକାରିଣୀ ଯୁବତୀ ଓ ତାଙ୍କର ସଂପର୍କୀୟ।

ଅନ୍ୟପଟେ ଯୁବତୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସୁଧାଂଶୁକୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ୟାଣ୍ଟନ ମେଣ୍ଟ ଥାନା ପୋଲିସ। ଅଭିଯୁକ୍ତ ନିକଟରୁ ୩୦ ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଯାହା ଯୁବତୀଙ୍କ ଅଭିଯୋଗ ରହିଥିଲା ସେହି ଆଧାରରେ ମାମଲା ରୁଜ୍ଜୁ କରାଯାଇଛି। ବର୍ତମାନ ସୁଦ୍ଧା ଜଣେ ଅଭିଯୋଗ କରିଛନ୍ତି । ଆଉ ଯଦି କେହି ଅଭିଯୋଗ କରନ୍ତି କି ଅତିରିକ୍ତ ଅଭିଯୋଗ ଆସେ ତେବେ ମାମଲା ରୁଜ୍ଜୁ କରାଯିବ ବୋଲି କହିଛନ୍ତି କଟକ ଏ ଡି ସି ପି ଅନିଲ କୁମାର ମିଶ୍ର। 

No comments:

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...