AFFILIATE MARKETING

https://binomo.com?a=90810425bb57&t=0

Saturday, October 21, 2023

ସାମାନ୍ୟ କିଛି ଟଙ୍କା ପାଇଁ ଶାବଳରେ ପିଟି ପିଟି ମାଆକୁ ହତ୍ୟା କଲା ସଇତାନ ପୁଅ

COASTAL NEWS ODIA 1207

ସାମାନ୍ୟ କିଛି ଟଙ୍କା ପାଇଁ ଶାବଳରେ ପିଟି ପିଟି ମାଆକୁ ହତ୍ୟା କଲା ସଇତାନ ପୁଅ 



ରାଇରଙ୍ଗପୁର: (CNO) ସାମାନ୍ୟ କିଛି ଟଙ୍କା ପାଇଁ ଶାବଳରେ ପିଟି ପିଟି ମାଆକୁ ହତ୍ୟା କଲା ସଇତାନ ପୁଅ । ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅନ୍ତର୍ଗତ ନକ୍ସରା ଗ୍ରାମରେ ଏଭଳି ସ୍ପର୍ଶକାତର ଘଟଣା ଘଟିଛି । ନକ୍ସରା ଗ୍ରାମର ଜଣେ ଯୁବକ ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ କଲା ମାଆକୁ ଶାବଳରେ ପିଟି ପିଟି ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । 

ନହ୍ନରା ଗ୍ରାମର ଫୁଲମଣୀ ଗିରିଙ୍କୁ ତାଙ୍କ ପୁଅ ମିଥୁନ ଗିରି କିଛି ଟଙ୍କା ମାଗିଥିଲେ । ତେବେ ମାଆ ଫୁଲମଣୀ ଟଙ୍କା ଦେଇନଥିବାବେଳେ ମିଥୁନ ସହିତ ତାଙ୍କର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ମିଥୁନ ଘରେ ଥିବା ଏକ ଶାବଳ ସାହାଯ୍ୟରେ ନିଜ ମାଆକୁ ପିଟି ପିଟି ହତ୍ୟା କରିଥିଲା । ପରେ ଘଟଣାସୁଳରୁ ଫେରାର ହୋଇଯାଇଥିଲା ସୈତାନ ପୁଅ।

ଏହାପରେ ଫୁଲମଣୀଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖୁ ଘାଗରବେଡା ଥାନା ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଏହା ସହିତ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଶାବଳ ଜବତ କରିଛି ପୋଲିସ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଥିବାବେଳେ ଅଭିଯୁକ୍ତ ମିଥୁନକୁ
ଗିରଫ କରିଛି ପୋଲିସ। 

ସେହିପରି ଗତ ସୋମବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲାରେ ଏହିଭଳି ଆଉ ଏକ ସ୍ପର୍ଶକାତର ଘଟଣା ଘଟିଥିଲା ।ଶାବଳରେ ପିଟି ପିଟି ସ୍ବୀକୁ ହତ୍ୟା କରିଥିଲା ସଇତାନ ସ୍ବାମୀ।

ସୋମବାର ବିଳମ୍ବିତ ରାତିରେ ରାଜୁ ଭକ୍ତା ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ଲକ୍ଷ୍ମୀଙ୍କୁ ଏକ ଶାବଳରେ ଆକ୍ରମଣ କରି ହତ୍ୟା କରିଥିଲା। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା । ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ସ୍ଵୀ ଲକ୍ଷ୍ମୀର ମୁଣ୍ଡରେ ଏକ ଶାବଳ ସାହାଯ୍ୟରେ ଶକ୍ତ ପ୍ରହାର କରିଥିଲା ରାଜୁ । ଫଳରେ ଘଟଣାସ୍ଥଳରେ ହିଁ ଲକ୍ଷ୍ମୀଙ୍କ ଜୀବନ ଯାଇଥିଲା । ସକାଳୁ ବିଛଣାରେ ଲକ୍ଷ୍ମୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇ ଘଟଣା ସମ୍ପର୍କରେ ଅଭିଯୁକ୍ତ ରାଜୁର ସମ୍ପର୍କୀୟ ମୋରୋଡା ଥାନା ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ମୋରୋଡା ଥାନା ପୋଲିସ ଘଟଣାସୁଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ରାଜୁ ଭଣ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...