AFFILIATE MARKETING

https://binomo.com?a=90810425bb57&t=0

Saturday, October 28, 2023

୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

COASTAL NEWS ODIA 1284

୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ
 


 
ନୂଆଦିଲ୍ଲୀ,୨୮।୧୦ - (CNO) ଭଞ୍ଜ ବିହାରୀ ମହାନ୍ତି - ଶନିବାର ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ନିଯୁକ୍ତି ମେଳା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ  କହିଛନ୍ତି, ବର୍ତ୍ତମାନ ଚାକିରି ପାଇବା ସହଜ ହୋଇଛି। ରୋଜଗାର ମେଳାର ଯାତ୍ରା ଏହି ମାସରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ଗତ ବର୍ଷ ଅକ୍ଟୋବରରେ ଆମେ ଏହି ମେଳା ଆରମ୍ଭ କରିଥିଲୁ । 

ସେବେଠାରୁ ନିରନ୍ତର ଭାଜପା ଶାସିତ ରାଜ୍ୟଗୁଡ଼ିକ ରୋଜଗାର ମେଳାର ଆୟୋଜନ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ଦିଆଯାଇଛି। ଆଜି ବି ୫୦ ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ଦିଆଯାଇଛି। ଦୀପାବଳି ପାଇଁ ଆଉ କିଛି ଦିନ ବାକି ଅଛି, କିନ୍ତୁ ନିଯୁକ୍ତି ପତ୍ର ଗ୍ରହଣ କରିଥିବା ୫୦ ହଜାର ଯୁବକଙ୍କ ପରିବାର ପାଇଁ, ଏହି ସୁଯୋଗ ଦୀପାବଳିଠାରୁ କମ୍‌ ନୁହେଁ ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...