AFFILIATE MARKETING

https://binomo.com?a=90810425bb57&t=0

Tuesday, October 24, 2023

ଦଶହରାରେ ବଡ ଅଘଟଣ ବୋଲେରୋ ନଦୀକୁ ଖସିପଡିବାରୁ ପରିବାରର ୫ ଜଣଙ୍କର ମୃତ୍ୟୁ

COASTAL NEWS ODIA 1245

ଦଶହରାରେ ବଡ ଅଘଟଣ ବୋଲେରୋ ନଦୀକୁ ଖସିପଡିବାରୁ ପରିବାରର ୫ ଜଣଙ୍କର ମୃତ୍ୟୁ 



ଝାରଖଣ୍ଡ - (CNO) ଭଞ୍ଜ ବିହାରୀ ମହାନ୍ତି - ଦଶହରାରେ ବଡ ଅଘଟଣ । ଝାରଖଣ୍ଡ ଦେଓଘର ଚିତରା ଥାନା ଅନ୍ତର୍ଗତ ଅଜୟ ବରାଜରେ ବୋଲେରୋ ନଦୀକୁ ଖସିପଡିବାରୁ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଯାଇଥିଲେ ।

ଖବର ମୁତାବକ, ଗୋଟିଏ ପରିବାରର ସମସ୍ତ ସଦସ୍ୟ ବୋଲେରୋରେ ଆସନସୋଲରୁ ଗିରିଡିହ ଯାଉଥିଲେ । ରାସ୍ତାରେ ସିକଟିୟା ପାଖରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ଅଜୟ ବରାଜରେ ଖସିପଡିଥିଲା । ଏଥିରେ ଥିବା ଦୁଇ ପିଲାଙ୍କ ସମେତ ୫ ଜଣ ପାଣିରେ ବୁଡିଯିବାରୁ ମୃତ୍ୟୁ ହୋଇଛି । ଜଣେ ବ୍ୟକ୍ତି ନିଜ ଜୀବନକୁ ରକ୍ଷା କରିପାରିଛନ୍ତି ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ସହାୟତା କରିବା ପାଇଁ ଚାଲିଆସିଥିଲେ । ଆଉ ଗାଡି ଭିତରୁ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ୫ ଜଣଙ୍କର ମୃତ୍ୟୁ ହୋଇସାରିଥିଲା ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...